www.samajalive.in
Monday, December 8, 2025
14.1 C
Bhubaneswar

ଭୁବନେଶ୍ୱର ଲିଙ୍ଗରାଜ ମଣ୍ଡଳରେ ବିଜେପିର ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ବିଜେପିର ଏକାମ୍ର ଭୁବନେଶ୍ୱର ବିଧାନସଭା କ୍ଷେତ୍ର ଲିଙ୍ଗରାଜ ମଣ୍ଡଳ ବିଜେପି ପକ୍ଷରୁ ସୁନ୍ଦରପଦାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରଶିକ୍ଷଣ ଶିବିରକୁ ଆନୁଷଙ୍ଗିକ ଭାବେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଉଦଘାଟନ କରିଥିଲେ। ପ୍ରଶିକ୍ଷଣ ଶିବିରରେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥିବୀରାଜ ହରିଚନ୍ଦନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁସିଂ, ଦଳର ମୁଖପାତ୍ର ଦିଲ୍ଲୀପ ମହାନ୍ତି,ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ଖୁଣ୍ଟିଆ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଯୁବ ମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ୟ୍ୟ ପ୍ରଶିକ୍ଷ୍କ ଭାବରେ ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ।


ଲିଙ୍ଗରାଜ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱ ପ୍ରଶିକ୍ଷଣ କର୍ମଶାଳା ପରିଚାଳନା କରିଥିଲେ। ଲିଙ୍ଗରାଜ ମଣ୍ଡଳ ଅଧୀନରେ ଥିବା ସମସ୍ତ ୱାର୍ଡ ଗୁଡିକର ବିଜେପିର ପ୍ରମୁଖ କାର୍ୟ୍ୟକର୍ତ୍ତାମାନଙ୍କୁ କେନ୍ଦ୍ର ସରକାର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର କାର୍ୟ୍ୟକ୍ରମକୁ ପ୍ରତ୍ୟେକ ଭୋଟରମାନଙ୍କ ନିକଟରେ ସଚେତନତା କରେଇବାକୁ ପ୍ରଶିକ୍ଷଣ କର୍ମଶାଳା କରାଯାଇଛି।

- Advertisement -

ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ବିଷୟ ଉପରେ ଆଲୋକପାତ ହୋଇଥିଲା ଯଥା ବିଜେପିର ଇତିହାସ ଏବଂ ବିକାଶ,ବିଚାର ପରିବାର,ବିଜେପି ଏବଂ ଆମର ଦାଇତ୍ୱ,ଭାରତର ବୈଚାରିକ ମୁଖ୍ୟଧର-ଆମର ବିଚାର ଧାରା,ବେକ୍ତିତ୍ୱ ବିକାଶ,ଗତ ଛଅ ବର୍ଷ ରେ ହୋଇଥିବା ଅନ୍ତଦୋୟି ପ୍ରଯତ୍ନ,ରାଷ୍ଟ୍ରୀୟ ସୁରକ୍ଷା ଓ ସାମର୍ଥ୍ୟ ସହିତ ଆତ୍ମ ନିର୍ଭରତା, ସୋସିଆଲ ମିଡ଼ିଆର ପ୍ରଭାବୀ ଉପଯୋଗ, କାର୍ୟ୍ୟ ପଦ୍ଧତି ଏବଂ ସଙ୍ଗଠନ ସରଞ୍ଚନାରେ ଆମର ଭୂମିକା, ରାଜ୍ୟର ରାଜନୈତିକ ପୃଷ୍ଠଭୂମି ଓ ବିଜେପିର ଭୂମିକା ଏବଂ ନିର୍ବାଚନ ପରିଚାଳନା। ଏହି କାର୍ୟ୍ୟକ୍ରମରେ ଲିଙ୍ଗରାଜ ମଣ୍ଡଳର ବିଭିନ୍ନ ୱାର୍ଡରୁ ବିଜେପିର ଶତାଧିକ କର୍ମକର୍ତ୍ତା ଅଂଶଗ୍ରହଣ କରି ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories