www.samajalive.in
Sunday, December 7, 2025
26.1 C
Bhubaneswar

ପଦ୍ମ ବିଭୂଷଣ ଫେରାଇଲେ ଅକାଳୀ ଦଳ ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ

ନୂଆଦିଲ୍ଲୀ : ବରିଷ୍ଠ ଅକାଳୀ ଦଳ ନେତା ତଥା ପଞ୍ଜାମର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ପଦ୍ମ ବିଭୁଷଣ ସମ୍ମାନ ଫେରାଇ ଦେଇଛନ୍ତି। ନୂତନ କୃଷି ଆଇନ ପ୍ରଣୟନ କରି କେନ୍ଦ୍ର ସରକାର କୃଷକଙ୍କ ସହ ପ୍ରତାରଣା ଅଭିଯୋଗ କରି ପ୍ରକାଶ ସିଂ ବାଦଲ ପଦ୍ମ ବିଭୁଷଣ ଫେରାଇ ଦେଇଛନ୍ତି । ଅକାଳୀ ଦଳର ବରିଷ୍ଠ ନେତା ତଥା ପଞ୍ଜାବର ୪ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିବା ପ୍ରକାଶ ସିଂ ବାଦଲ ପଦ୍ମ ବିଭୁଷଣ ସମ୍ମାନ ଫେରାଇବାକୁ  ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ୨୦୧୫ରେ ପ୍ରକାଶ ସିଂହ ବାଦଲଙ୍କୁ ପଦ୍ମ ବିଭୁଷଣ ସମ୍ମାନ ମିଳିଥିଲା।

ସୂଚନାନୁସାରେ, ବରିଷ୍ଠ ଅକାଳୀ ଦଳ ନେତା ତଥା ପଞ୍ଜାମର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ  କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ପ୍ରକାଶ ସିଂହ ବାଦଲ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖି ପଦ୍ମ ବିଭୂଷଣ ସମ୍ମାନ ଫେରାଇବା କଥା ଉଲ୍ଲେଖ କରିଥିଲେ। ଚିଠିରେ ସେ କୃଷକଙ୍କ ପ୍ରତି କେନ୍ଦ୍ରର ମନୋଭାବରେ କ୍ରୋଧିତ ହୋଇ ପଦ୍ମଭୂଷଣ ପୁରସ୍କାର ଫେରାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ତେବେ ଶିରୋମଣି ଅକାଳୀ ଦଳ ଦ୍ୱାରା ଏନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ।

- Advertisement -

କେନ୍ଦ୍ର ସରକାର ପ୍ରଣୟନ କରିଥିବା ନୂଆ କୃଷି ଆଇନକୁ ବିରୋଧ କରି ଜାରି ରହିଥିବା ଚାଷୀ ଆନ୍ଦୋଳନ ୮ମ ଦିନରେ ପହଞ୍ଚିଛି।  ସରକାର ଏବଂ ଚାଷୀ ପ୍ରତିନିଧିମାନଙ୍କ ମଧ୍ୟରେ ଗତ ଥର ହୋଇଥିବା ଆଲୋଚନା ବିଫଳ ହେବା ପରେ ଗୁରୁବାର ପୁଣି ଥରେ ବୈଠକ ଜାରି ରହିଛି। ଆଲୋଚନା ପାଇଁ ୩୮ରୁ ଅଧିକ କୃଷକ ସଂଗଠନର ପ୍ରତିନିଧି ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ପହଞ୍ଚିଛନ୍ତି। କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କୃଷକ ପ୍ରତିନିଧିମାନଙ୍କ ସହିତ ବୈଠକ ପୂର୍ବରୁ କହିଥିଲେ ଯେ, ସରକାର ଲଗାତାର କୃଷକମାନଙ୍କ ସହିତ ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରୁଛନ୍ତି। ଆଜି ୪ର୍ଥ ପର୍ୟ୍ୟାୟ ଆଲୋଚନା ହେବାର ଅଛି ଏବଂ ମୋର ଆଶା ରହିଛି ଯେ, ବୈଠକର ନିଷ୍କର୍ସ ସକାରାତ୍ମକ ରହିବ। ସେପଟେ କୃଷକଙ୍କ ବିକ୍ଷୋଭ ଯୋଗୁ ବିଜ୍ଞାନ ଭବନ ବାହାର ବହୁ ସଂଖ୍ୟାରେ ପୁଲିସ ମୁତୟନ ହୋଇଛନ୍ତି।

ଆନ୍ଦୋଳନ ଯୋଗୁ ଦିଲ୍ଲୀ ଏନସିଆରରେ ୮ମ ଦିନ ପାଇଁ ଯାତାୟାତ ପ୍ରଭାବିତ ହୋଇଛି। ଦିଲ୍ଲୀକୁ ସଂଯୋଗ କରୁଥିବା ବିଭିନ୍ନ ସୀମାନ୍ତ ରାସ୍ତାକୁ ସିଲ୍‌ କରିଦିଆଯାଇଛି। ହଜାର ହଜାର କୃଷକ ରାସ୍ତାରେ ଧାରଣା ଦେଇଥିବାରୁ ସେଗୁଡ଼ିକ ଜାମ୍‌ ରହିଛି। ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସ୍‌ୱେର ରାସ୍ତାରେ କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୁଲିସ ଆଉ କିଛି ରାସ୍ତାରେ ବ୍ୟାରିକେଡ୍‌ ଲଗାଇପାରେ। ଏପରି ହେଲେ ଯାତାୟାତ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଗୁରୁବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣି ଥରେ ଟ୍ବିଟ୍‌ କରି କହିଛନ୍ତି, କୃଷି ଆଇନକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରା ନ ଗଲେ ତାହା ଚାଷୀମାନଙ୍କ ସହିତ ବିଶ୍ଵାସଘାତ ହେବ। କଳା କୃଷି ଆଇନକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରାଯାଉ। ନଚେତ୍‌ ଏହା ଭାରତ ଏବଂ ଏହାର କୃଷକମାନଙ୍କ ସହିତ ବିଶ୍ଵାସଘାତ ହେବ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories