www.samajalive.in
Sunday, December 7, 2025
14.1 C
Bhubaneswar

ଅଫଲାଇନ୍‌ରେ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ବର : ମହାମାରୀ କରୋନା ପାଇଁ ପାଠପଢା ଅନ୍‌ଲାଇନରେ ହେଉଥିବା ବେଳେ ପରୀକ୍ଷା କିପରି ହେବ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ବନ୍ଦ ଦେଖାଦେଇଥିଲା। କରୋନା ପାଇଁ ସ୍କୁଲ କଲେଜ ବନ୍ଦ । ପାଢ ପଢା ଅନଲାଇନରେ ହେଉଛି । ତେବେ ଆଗାମୀ ମାଟ୍ରିକ ଓ +୨ ପରୀକ୍ଷା ଅନଲାଇନ କି ଅଫଲାଇନରେ ହେବ ସେନେଇ ଆଶଙ୍କା ଲାଗିରହିଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଛାତ୍ରଛାତ୍ରୀଙ୍କ ଏଭଳି ଆଶଙ୍କାକୁ ଦୂର କରିଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ଅଫଲାଇନ୍‌ରେ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା। ରାଜ୍ୟରେ ଯେତେବେଳେ ବି ପରୀକ୍ଷା ହେବ ଅଫଲାଇନ୍‌ରେ ହିଁ ହେବ। ଅଫଲାଇନ୍‌ରେ ପରୀକ୍ଷା ପାଇଁ ସିବିଏସ୍ଇ ନିଷ୍ପତ୍ତି ନେଇଛି। ସେହି ଆଧାରରେ ରାଜ୍ୟରେ ବି ଅଫଲାଇନ୍‌ରେ ପରୀକ୍ଷା ହେବ । ଏହାକୁ ନେଇ କିନ୍ତୁ ଛାତ୍ରଛାତ୍ରୀ ବିବ୍ରତ ହେବା ଉଚିତ ନୁହେଁ। ପରୀକ୍ଷା ନିହାତି ବିଳମ୍ବରେ ହେବ । କିନ୍ତୁ ତା’ ପୂର୍ବରୁ ଶିକ୍ଷାଦାନ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।
ଅନ୍ୟପକ୍ଷରେ ନବମରୁ ଦଶମ ଶ୍ରେଣୀ ଖୋଲିବା ନେଇ ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇ କହିଛନ୍ତି ଯେ, ସ୍କୁଲ ଖୋଲିବା ନେଇ ସବୁ ପକ୍ଷଙ୍କ ସହ ବିଚାରବିମର୍ଶ ଚାଲିଛି । ଖୁବ ଶୀଘ୍ର ଏନେଇ ନିଷ୍ପତ୍ତି ନେବା ପରେ ଜଣାଇ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

- Advertisement -

ସୂଚନାଯୋଗ୍ୟ ଆଜି ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷାକୁ ଅଫଲାଇନ୍‌ରେ କରିବ ବୋଲି ଘୋଷଣା କରିଥିଲା।  ପରୀକ୍ଷାର୍ଥୀ ମାନେ ୨୦୨୦-୨୧ ପରୀକ୍ଷାକୁ ଲିଖିତ ଆକାରରେ ଦେବେ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।କୋରୋନା ମହାମାରୀ ସମୟରେ ଶିକ୍ଷା ପଦ୍ଧତି ଓ ପାଠ୍ୟକ୍ରମ ପରିବର୍ତ୍ତନ ଭିତରେ ସିବିଏସଇ ପରୀକ୍ଷା ପାଇଁ ଏକ ବଡ ନିଷ୍ପତ୍ତି ନେଇଛି । ଅନଲାଇନ ପରୀକ୍ଷା ପରିବର୍ତ୍ତେ ଲିଖିତ ଆକାରରେ ପରୀକ୍ଷା କରିବାକୁ ସିବିଏସଇ ସଙ୍କେତ ଦେଇଛି । ଅନଲାଇନ ପରୀକ୍ଷା ପାଇଁ ଏବେ କୌଣସି ଯୋଜନା ନଥିବା ସିବିଏସଇ ପକ୍ଷରୁ କୁହାଯାଇଛି । ସେହିପରି ଦଶମ ଓ ଦ୍ବାଦଶ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ବ ଦିଆଯିବ ବୋଲି କୁହାଯାଇଛି । କୋରୋନା ପାଇଁ ସରକାର ଜାରି କରିଥିବା ସମସ୍ତ ଗାଇଡଲାଇନ ପାଳନ ସହିତ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇନଥିବାବେଳେ ପ୍ରାକ୍ଟିକାଲ ପରୀକ୍ଷା ହୋଇ ନପାରିଲେ ବିକଳ୍ପର ବ୍ୟବସ୍ଥା ହେବ ବୋଲି କୁହାଯାଇଛି ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories