www.samajalive.in
Sunday, December 7, 2025
26.1 C
Bhubaneswar

ଇତିହାସ ଅଧ୍ୟାପକ ନିଯୁକ୍ତି କେବେ?

ଭୁବନେଶ୍ବର : ନଭେମ୍ବର ୩୦ ଭିତରେ ନିଯୁକ୍ତି ମିଳିବ ବୋଲି କୁହା ଯାଇଥିଲା । ହେଲେ ଏହି ଅବଧି ମଧ୍ୟରେ ନିଯୁକ୍ତି ମିଳିଲାନି। କେବେ ନିଯୁକ୍ତି ମିଳିବ କେହି କହି ପାରୁନାହାନ୍ତି। ଫଳରେ ଦୁଇ ବର୍ଷ ହେବ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରୀ ମହାବିଦ୍ୟାଳୟରେ ନିଯୁକ୍ତି ଅପେକ୍ଷାରେ ଦିନ କାଟୁଥିବା ୮୧ ଇତିହାସ ଅଧ୍ୟାପକ ଆଶାୟୀ ଏବେ ଅନିଶ୍ଚିତତା ଓ ଅବସାଦ ମଧ୍ୟରେ ଦିନ କାଟୁଛନ୍ତି ।

ବିବରଣୀ ଅନୁସାରେ ଉଚ୍ଚଶିକ୍ଷା ବିଭାଗର ୨୦୧୮ ମସିହା ବିଜ୍ଞପ୍ତି ଅନୁଯାୟୀ ୨୦୧୯ ରେ ୬୩୦ ଓ ୨୦୨୦ ରେ ୧୨୦ କୁ ମିଶାଇ ୭୫୦ ପଦବୀରେ ୨୪ ଟି ବିଭାଗର ଅଧ୍ୟାପକ ନିଯୁକ୍ତି ସରିଛି। ହେଲେ ଇତିହାସ ବିଭାଗ ଅଧ୍ୟାପକ ନିଯୁକ୍ତିରେ ଅହେତୁକ ବିଳମ୍ବ କରାଯାଉଛିକ୍ଷ
ଉଚ୍ଚଶିକ୍ଷା ବିଭାଗ ୫ ଟି ଅଧୀନକୁ ଆସିବା ପରେ ମଧ୍ୟ ସମୟାନୁବର୍ତ୍ତିତା ଶିଖି ପାରିଲାନି।

- Advertisement -

ସୂଚନା ଅନୁସାରେ ପୂର୍ବରୁ ୬୦୦ ରୁ ଉର୍ଦ୍ଧ୍ବ ପିଲାଙ୍କୁ ଚୂଡାନ୍ତ ଫଳ ପ୍ରକାଶନର ୧୫ ଦିନ ମଧ୍ୟରେ ନିଯୁକ୍ତି ଦିଆଯାଇଥିଲା। ହେଲେ ଇତିହାସ ଅଧ୍ୟାପକ ନିଯୁକ୍ତି ନେଇ ଚୂଡାନ୍ତ ଫଳ ପ୍ରକାଶନକୁ ଦେଢ ମାସରୁ ଅଧିକ ଦିନ ବିତିଯାଇଥିଲେ ବି ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇପାରିନି। ଇତିହାସ ଅଧ୍ୟାପକ ନିଯୁକ୍ତି ପାଇଁ କାଉନ୍ସିଲିଙ୍ଗ ସରିଛି। କିନ୍ତୁ କେବେ ନିଯୁକ୍ତି ପତ୍ର କେବେ ମିଳିବ ତାର ସୂଚନା କାହା ପାଖରେ ନାହିଁ ।

ପ୍ରକାଶଯୋଗ୍ୟ ଯେ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସଏସବି) ପକ୍ଷରୁ ୨୪ ଟି ବିଭାଗର ୮୩୩ ଅଧ୍ୟାପକ ନିଯୁକ୍ତି ପାଇଁ ୨୦୧୮ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ଅନୁସାରେ ୨୦୧୯ ରେ ୬୩୦ ପଦବୀରେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ହାଇକୋର୍ଟରେ ମାମଲା ଯୋଗୁଁ  ଓଡ଼ିଆ ଓ ଇତିହାସ ବିଭାଗର ୨୦୫ ପଦବୀରେ ନିଯୁକ୍ତି ଅଟକି ରହିଥିଲା। ତେବେ ନିକଟରେ କୋର୍ଟ ରାୟ ଅନୁସାରେ ଉଭୟ ବିଭାଗର ଚୂଡାନ୍ତ ଫଳ ପ୍ରକାଶ କରାଯାଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ନଭେମ୍ବର ୩୦ ମଧ୍ୟରେ ଉଭୟ ଓଡିଆ ଓ ଇତିହାସ ବିଭାଗରେ ନିଯୁକ୍ତି ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗର ଅଧିକାରୀ କହିଥିଲେ। ଇତି ମଧ୍ୟରେ ଓଡ଼ିଆ ବିଭାଗର ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି। କିନ୍ତୁ ଇତିହାସ ଅଧ୍ୟାପକ ନିଯୁକ୍ତି ନେଇ କିଛି ସୂଚନା ମିଳି ପାରିନାହିଁ । ଏହାକୁ ନେଇ ଇତିହାସ ଅଧ୍ୟାପକ ଆଶାୟୀ ଅନିଶ୍ଚିତତା ମଧ୍ୟରେ ଅଛନ୍ତି। ଇତିହାସ ଅଧ୍ୟାପକ ନିଯୁକ୍ତି ହାଇକୋର୍ଟ ମାମଲାରେ ଘାଣ୍ଟି ହୋଇ ବର୍ଷେ ଗଡ଼ିଗଲାକ୍ଷ କୋର୍ଟ ରାୟ ଅନୁସାରେ ଅକ୍ଟୋବର ୨୦ରେ ଚୂଡାନ୍ତ ଫଳ ପ୍ରକାଶ ପାଇଲା। ଫଳ ପ୍ରକାଶ ପାଇବାର ଦେଢ ମାସରୁ ଅଧିକ ଦିନ ହେଲାଣି। କେବେ ନିଯୁକ୍ତି ମିଳିବ କେହି ବି କହିପାରୁ ନାହାନ୍ତି । ଯଦି ପୂର୍ବରୁ ମାତ୍ର ୧୫ ଦିନ ମଧ୍ୟରେ ୬୦୦ ରୁ ଉର୍ଦ୍ଧ୍ବ ପିଲାଙ୍କୁ ନିଯୁକ୍ତି ମିଳିପାରିଲା ତେବେ ୮୧ ପିଲାଙ୍କୁ ନିଯୁକ୍ତି ଦେବାରେ ଏତେ ସମୟ କାହିଁକି ଲାଗୁଛି ବୋଲି ଆଶାୟୀମାନେ ପ୍ରଶ୍ନ କରିଛନ୍ତି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories