www.samajalive.in
Sunday, December 7, 2025
26.1 C
Bhubaneswar

ଅଟଳ ଇନକ୍ୟୁବେଶନ ସେଣ୍ଟର ପକ୍ଷରୁ ଜାତୀୟ ସୌରଶକ୍ତି କନକ୍ଲେଭ୍‍ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଅଟଳ ଇନକ୍ୟୁବେଶନ୍‍ ସେଣ୍ଟର-ନାଳନ୍ଦା ଇନଷ୍ଟିଚ୍ୟୁଟ ଅଫ୍‍ ଟେକ୍ନୋଲୋଜି ଫାଉଣ୍ଡେସନ ପକ୍ଷରୁ ଜାତୀୟ ସୌର ଶକ୍ତି କନକ୍ଲେଭ ଅନୁଷ୍ଠିତ ହୋଇଛି ।  ଏହି ଅବସରରେ ଖ୍ୟାତି ସମ୍ପନ୍ନ ପ୍ରତିଷ୍ଠାନ, ଅଗ୍ରଣୀ ଅନୁଷ୍ଠାନ, ଏକାଡେମିସିଆନ୍‍, ଶିଳ୍ପ ବିଶେଷଜ୍ଞ, ନିବେଶକ ଏବଂ ଉଦ୍ୟୋଗୀ ଯୋଗଦେଇ ଭାରତକୁ ଶକ୍ତିକ୍ଷେତ୍ରରେ କିଭଳି ଅକ୍ଷୟ ଶକ୍ତି ଉତ୍ସ ସହାୟତାରେ ଆତ୍ମନିର୍ଭର କରାଯିବ ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ। ଏହି ସମ୍ମିଳନୀ ଡିସେମ୍ବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସମ୍ମିଳନୀରେ ପ୍ୟାନେଲ ଆଲୋଚନା, ରାଉଣ୍ଡ ଟେବୁଲ୍‍ ସେମିନାର, ଫାୟାର ସାଇଡ୍‍ ଚାଟ୍‍, ପିଚିଫେଷ୍ଟ୍‍, ମାଷ୍ଟର କ୍ଲାସ୍‍ ଆଦି କାର୍ଯ୍ୟକ୍ରମ ସମ୍ପନ୍ନ ହେବ।

- Advertisement -

ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତର ବିଶେଷଜ୍ଞ, ଷ୍ଟାର୍ଟଅପ୍‍ ଏବଂ ବିଭିନ୍ନ ଅନୁଷ୍ଠାନରୁ ବିଦ୍ବାନମାନେ ଯୋଗ ଦେଇଥିଲେ । ଇଣ୍ଟରନେସନାଲ ସୋଲାର ଆଲାଏନ୍ସ୍‍ର ମହାନିର୍ଦ୍ଦେଶକ ଉପେନ୍ଦ୍ର ତ୍ରିପାଠୀ ଏଥିରେ ଯୋଗଦେଇ ସୌରଶକ୍ତିର ଉପଯୋଗୀତା ସମ୍ପର୍କରେ ଆଲୋକପାତ କରିଥିଲେ। ଭାରତରେ ଆଗାମୀ ଦିନରେ ୱାଲ୍ଡ୍‍ ସୋଲାର ଇନଭେଷ୍ଟମେଂଟ ସମ୍ମିଳନୀ ଅନୁଷ୍ଠିତ ହେବା ନେଇ ସେ ସୂଚନା ଦେଇଥିଲେ।  ଗୁଜରାଟ ସରକାରଙ୍କ ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ ମହେଶ୍ୱର ସାହୁ ଏହି ସମ୍ମିଳନୀରେ ଯୋଗଦେଇ ଅଟଳ ଇନକ୍ୟୁବେଶନ୍‍ ସେଂଟର-ନାଳନ୍ଦା ଇନଷ୍ଟିଚ୍ୟୁଟ ଅଫ୍‍ ଟେକ୍ନୋଲୋଜି ଫାଉଣ୍ଡେଶନ ପକ୍ଷରୁ ସୌର ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍‍ଗୁଡ଼ିକୁ ଆବଶ୍ୟକ ସହାୟତା ଯୋଗାଇ ଦେଉଥିବା ନେଇ ଗୁରୁତ୍ୱାରୋପ କରିଥିଲେ।

ଓରେରା ଅଧ୍ୟକ୍ଷ ସିଦ୍ଧାର୍ଥ ଦାସ କାର୍ବନ ସିକ୍ୱେଷ୍ଟ୍ରେଶନ୍‍ ପ୍ରୋଜେକ୍ଟ ଉପରେ ତଥ୍ୟ ଭିତିକ ଉପସ୍ଥାପନା କରିଥିଲେ। ଏହି ଅବସରରେ ପ୍ରଫେସର ସରୋଜ କୁମାର ନାୟକ ଦାମନଯୋଡ଼ିର ଆଧିବାସୀ ଗାଁ ଗୁଡ଼ିକର ଆଲୋକୀକରଣ ସୌର ଶକ୍ତି ଦ୍ୱାରା କରାଯାଉଥିବା ସମ୍ପର୍କରେ ସୂଚିତ କରିଥିଲେ। ନାଲକୋର ପୂର୍ବତନ ପରିଚାଳନା ନିର୍ଦେଶକ ଡ.ତପନ କୁମାର ଚାନ୍ଦ ଭାରତ ପୃଥିବୀରେ ତୃତୀୟ ସୌରଶକ୍ତି ଉତ୍ପାଦନ କରୁଥିବା ରାଷ୍ଟ୍ରର ମାନ୍ୟତା ହାସଲ କରିଥିବା ସମ୍ପର୍କରେ ସୂଚିତ କରିଥିଲେ। ଏହି ଅବସରରେ ଏଆଇସି-ନାଳନ୍ଦା ଏବଂ ଓଡ଼ିଶା କର୍ପୋରେଟ ଫାଉଣ୍ଡେଶନ ମଧ୍ୟରେ ଚୁକ୍ତି କରାଯାଇଥିଲା।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories