www.samajalive.in
Sunday, December 7, 2025
26.1 C
Bhubaneswar

ଅନିଶ୍ଚିତତା ମଧ୍ୟରେ ହରଭଙ୍ଗା ମେଗା ପାଇପ୍‍ ଜଳ ଯୋଗାଣ ପ୍ରକଳ୍ପ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ପିଇବା ପାଣି ସମସ୍ୟା ଦୂର ପାଇଁ ନୂତନ ଭାବେ ଏକ ମେଗା ପାଇପ୍‍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଗତ ୨୦୧୯ ଅଗଷ୍ଟ ମାସରେ ଏହାର ସର୍ଭେ କାର୍ଯ୍ୟ ଆରମ୍ଭ କରାଗଲା। ୩ ମାସ ଭିତରେ ପ୍ରାଥମିକ ସର୍ଭେ କାର୍ଯ୍ୟ ଶେଷ ପରେ କେତେ ଟଙ୍କାର ପ୍ରକଳ୍ପ ନିର୍ମାଣ ହେବା ତାହା ସ୍ଥିରହେବ ବୋଲି କୁହାଗଲା। ଇତି ମଧ୍ୟରେ ୧୬ ମାସ ସମୟ ବିତିଯାଇଥିଲେ ମଧ୍ୟ ମେଗା ପାଇପ୍‍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ନେଇ ଅନିଶ୍ଚିତତା ଦେଖାଦେଇଛି।ଯାହାଫଳରେ ପୁରୁଷ ପୁରୁଷ ଧରି ପିଇବା ପାଣି ଟିକିକ ପାଇଁ ଛଟପଟ ହେଉଥିବା ଅନେକ ଆଦିବାସୀ ବହୁଳ ପାହାଡିଆ ଗାଁ ଲୋକଙ୍କ ସହିତ ବ୍ଲକର ୩ଶହ ଗାଁ ଲୋକଙ୍କ ପାଇଁ ଏହି ପ୍ରକଳ୍ପ ସ୍ୱପ୍ନ ହୋଇ ରହିଛି। ସୂଚନା ମତେ ହରଭଙ୍ଗା ବ୍ଲକର ସମସ୍ତ ଗ୍ରାମର ପ୍ରତି ପରିବାରକୁ ପିଇବା ପାଣି ଯୋଗାଇବା ଲକ୍ଷ୍ୟରେ ବୃହତ୍‍ ପାଇପ ଜଳ ଯୋଗାଣ ପ୍ରକଳ୍ପ (ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ) ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା। କଲିକତାର ମାରର୍ସ ନାମକ ଏକ ସଂସ୍ଥା ଦ୍ୱାରା ସବିଶେଷ ପ୍ରକଳ୍ପ ରିପୋର୍ଟ ପାଇଁ ପ୍ରାଥମିକ ସର୍ଭେ କାର୍ଯ୍ୟ କରାଯାଇଥିଲା। ଏଥିପାଇଁ ଦୁଇଟି ଟିମରେ ଉକ୍ତ ସଂସ୍ଥାର ୬ଜଣିଆ ସର୍ଭେ କର୍ମଚାରୀ ନିୟୋଜିତ ହୋଇଥିଲେ। ଦୁଇରୁ ତିନିମାସ ଧରି ଏହି ସଂସ୍ଥାଦ୍ୱାରା ବ୍ଲକର ୩ଶହ ରାଜସ୍ୱ ଗ୍ରାମ ବୁଲି ବୁଲି ସର୍ଭେ କାର୍ଯ୍ୟ ସଂପାଦନ ପାଇଁ ସ୍ଥିର ହୋଇଥିଲା। ସବିଶେଷ ପ୍ରକଳ୍ପ ରିପୋର୍ଟ ସର୍ଭେ କାର୍ଯ୍ୟ ପରେ ମହାନଦୀର କେଉଁ ସ୍ଥାନରୁ ପାଇପ୍‍ ଜଳ ଯୋଗାଣ ସୁବିଧା ହେବ ତାହା ଧାର୍ଯ୍ୟ କରାଯିବ।ଏଥିସହିତ ପ୍ରତି ପଞ୍ଚାୟତରେ ଦୁଇରୁ ତିନୋଟି ବୃହତ ଓଭରହେଡ ଟ୍ୟାଙ୍କ ମଧ୍ୟ ନିର୍ମାଣ କରାଯିବ। ଏପରିକି ପାହାଡ ଉପରେ ରହିଥିବା ଗାଁ ଗୁଡିକୁ ମଧ୍ୟ ପିଇବା ପାଣି ଯୋଗାଇବା ସମ୍ଭବ ହୋଇପାରିବ। ପ୍ରଥମ ଦଫାରେ ସବିଶେଷ ପ୍ରକଳ୍ପ ରିପୋର୍ଟ ପରେ କେତେଟଙ୍କାର ପ୍ରକଳ୍ପ ତିଆରି ହେବ ତାହା ସ୍ଥିର ହେବ। ଅତିକମରେ ଦୁଇଶହରୁ ତିନିଶହ କୋଟି ଟଙ୍କାର ମେଗା ପ୍ରକଳ୍ପ ବ୍ଲକରେ କାର୍ଯ୍ୟକାରୀ ହେଲେ ପ୍ରତି ପରିବାରକୁ ୭୦ ଲିଟର ପିଇବା ପାଣି ଯୋଗାଇବା ବ୍ୟବସ୍ଥା ହୋଇପାରିବ ବୋଲି କୁହାଯାଇଥିଲା। ମାତ୍ର ସର୍ଭେ କାର୍ଯ୍ୟ ଶେଷର ପାଖାପାଖି ଦେଢ ବର୍ଷ ପରେ ମେଗା ପାଇପ୍‍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀକୁ ନେଇ କୌଣସି ପ୍ରାକ୍‍ ସୂଚନା ମିଳୁନଥିବାରୁ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ସର୍ଭେ କାର୍ଯ୍ୟ ଏକ ପ୍ରହସନ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ବ୍ଲକର ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ କାର୍ଯ୍ୟକାରୀ ପାଇଁ ଜନସାଧରଣଙ୍କ ପକ୍ଷରୁ ଦାବୀ ଉଠୁଛି। ଏ ସଂର୍ପକରେ ବୌଦ୍ଧ ଜଳ ଓ ପରିମଳ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭଞକିଶୋର ମନୋହରୀଙ୍କୁ ପଚାରିବାରୁ ସେ କହିଲେ ପ୍ରକଳ୍ପ ଫାଇନାଲ ରିପୋର୍ଟ ପଠଯାଇଛି ପ୍ରକଳ୍ପ ନିର୍ମାଣ ପାଇଁ ୩୦୨ କୋଟି ଟଙ୍କାର ଟେଣ୍ଡର ପାଇଁ ପ୍ରସ୍ତାବ ଯାଇଛି। ଚଳିତ ମାସ ସୁଦ୍ଧା ଟେଣ୍ଡର ହୋଇଯିବ ବୋଲି ସେ କହିଛନ୍ତି।

 

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories