www.samajalive.in
Sunday, December 7, 2025
26.1 C
Bhubaneswar

ମମତାଙ୍କ ନିଶାଣରେ ମୋଦୀ: ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ନେଇ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟ ଶୈଳୀ ଉପରେ ଅଙ୍ଗୁଳି ଉଠାଇବା ସହ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ନେଇ ଉଠାଇଛନ୍ତି ଅନେକ ପ୍ରଶ୍ନ । ରାଜ୍ୟ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ମୋଦୀ କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକୁ ବ୍ୟବହାର କରୁଥିବା ଅଭିଯୋଗ କରିାବ ସହ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ଆସିଥିବା ଅର୍ଥର କାହିଁକି ହିସାବ ଲୋକଙ୍କୁ ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।

ମଙ୍ଗଳବାର ଦିନ ମମତା  କହିଛନ୍ତି ଯେ ସାଧାରଣ ଲୋକ ପିଏମ କେୟାର ଫଣ୍ଡକୁ ଲକ୍ଷ ଲକ୍ଷ କୋଟି ଟଙ୍କା ଦାନ କରିଛନ୍ତି। ଲୋକମାନେ କରୋନା ବିରୋଧରେ ଲଢ଼ିବା  ପାଇଁ ଏହି ଟଙ୍କା ଦେଇଥିଲେ । ଯେଉଁଠାରେ ଏତେ ପରିମାଣର ଟଙ୍କା ଦିଆଯାଇଛି, ଏହାକୁ କାହିଁକି ଅଡିଟ୍ କରାଯାଇପାରିବ ନାହିଁ? ଜନସାଧାରଣ ଏହା ବିଷୟରେ ଜାଣିବାର ଅଧିକାର ଅଛି। ମାତ୍ର ପ୍ରଧାନମନ୍ତ୍ରୀ ଏହି ଅର୍ଥ ହିସାବ ଦେବା ପରିବର୍ତ୍ତେ କେବଳ ଭାଷଣ ଦେଉଛନ୍ତି ।

- Advertisement -

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏ କଥା ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର କାର୍ଯ୍ୟକାରୀ କର୍ତ୍ତୃପକ୍ଷ। ଯଦି ରାଜ୍ୟରେ ପୂର୍ବରୁ ଏକ ଯୋଜନା ଚାଲିଛି, ତେବେ ଆମେ କାହିଁକି ସମାନ ଯୋଜନା ଚଳାଇବା? କେବଳ ଯେହେତୁ ବିଜେପି ଦୁଇଟି ସମାନ ଯୋଜନା ଚଳାଇବାକୁ ଚାହୁଁଛି, ଆମେ ବିଜେପି ଅନୁଯାୟୀ ସରକାର ଏବଂ ଯୋଜନା ଚଳାଇବୁ କି? ଏହା ଗୁଜୁରାଟ ନୁହେଁ, ଏହା ପଶ୍ଚିମବଙ୍ଗ । ଏଠାରେ କେଉଁ ଯୋଜନା ଚାଲିବ ତାହା ରାଜ୍ୟ ସରକାର ସ୍ଥିର କରିବେ । ପଶ୍ଚିମବଙ୍ଗକୁ ଗୁଜରାଟ କି ଉତ୍ତରପ୍ରଦେଶ କରିବାକୁ ଦିଆଯିବ ନାହିଁ । ବାହାରୁ କିଛି ଗୁଣ୍ଡା ଆସି ଏଠାରେ ସରକାର ଭାଙ୍ଗିବା ଯୋଜନା କରୁଛନ୍ତି । ମାତ୍ର କେନ୍ଦ୍ର ସରକାର ବା ପ୍ରଧାନମନ୍ତ୍ରୀଙ୍କର ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରିବାର ଅଧିକାର ନାହିଁ ।

ସେ ପୁଣି କହିଛନ୍ତି ଯେ  ବିନା ଯୁଦ୍ଧରେ ବଙ୍ଗଳାର ଲୋକମାନେ ବିଜେପିକୁ ଏକ ଇଞ୍ଚ ମଧ୍ୟ ଦେବେ ନାହିଁ।  ବିଜେପି ପାର୍ଟି କାର୍ଯ୍ୟାଳୟ ନ୍ୟୁଜ ଚ୍ୟାନେଲକୁ ହେଡଲାଇନ ଦେଉଛି। ଖବରକାଗଜ ସମ୍ପାଦକମାନଙ୍କୁ ପ୍ରଭାବିତ କରିବାରେ ଲାଗିଛି । ମାତ୍ର ବିଜେପିର ଯୋଜନା ସଫଳ ହେବ ନାହିଁ । ଏଠାରେ ବିଜେପି ମାଟି କାମୁଡ଼ିବ ବୋଲି ମମତା କହିଛନ୍ତି ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories