ଯୋଗୀ ଆଦିତ୍ୟନାଥ- ଅକ୍ଷୟକୁମାର ଭେଟ: ଉତ୍ତରପ୍ରଦେଶରେ ଚଳଚ୍ଚିତ୍ର ସହର (ଫିଲ୍ମ ସିଟି) ସ୍ଥାପନ ଚର୍ଚା ଜୋର
ଉତ୍ତରପ୍ରଦେଶରେ ଫିଲ୍ମ ସିଟି (ଚଳଚ୍ଚିତ୍ର ସହର) ସ୍ଥାପନ ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି । ଏହି କ୍ରମରେ ଚଳଚିତ୍ର ବ୍ୟକ୍ତିତ୍ବ ଓ ଶିଳ୍ପପତି, ପୁଞ୍ଜିନିବେଶକଙ୍କ ସହ ଆଲୋଚନା ଲାଗି ମୁମ୍ବାଇ ପହଞ୍ଚିଛନ୍ତି ଯୋଗୀ ଆଦିତ୍ୟନାଥ । ମଙ୍ଗଳବାର ଆଦିତ୍ୟନାଥ ଅଭିନେତା ଅକ୍ଷୟ କୁମାରଙ୍କ ସହ ଟ୍ରାଇଡ଼େଣ୍ଟ ହୋଟେଲରେ ଆଲୋଚନା କରିଛନ୍ତି । ସେହିପରି ଗାୟକ କୈଳାସ ଖେର ମଧ୍ୟ ଯୋଗୀଙ୍କ ସହ ଆଲୋଚନା କରିଛନ୍ତି ।
ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ ଫିଲ୍ମ ସିଟି ପ୍ରତିଷ୍ଠା ପ୍ରସଙ୍ଗରେ କ୍ଷୁବ୍ଧ ହୋଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସେ କହିଛନ୍ତି ଅନ୍ୟ କେହି କୌଣସି ବ୍ୟବସାୟିକ କାର୍ଯ୍ୟ କଲେ ଆମେ ଇର୍ଷାପରାୟଣ ହେଉନାହୁଁ । ପ୍ରତିଯୋଗିତା ସୁସ୍ଥ ହେବା ଆବଶ୍ୟକ । କାହାକୁ ଜବରଦସ୍ତ ରାଜ୍ୟରୁ ନେବାକୁ ସେ ସହ୍ୟ କରିବେ ନାହିଁ କିମ୍ବା କାହାକୁ ଜବରଦସ୍ତ ରାଜ୍ୟରେ ବ୍ୟବସାୟରୁ ଦୂରେଇ ଦିଆଯିବ ନାହିଁ । ପ୍ରତିଦ୍ବନ୍ଦ୍ବିତାରେ ବା ଅନ୍ୟ କାହାର ପ୍ରଗତିରେ ମହାରାଷ୍ଟ୍ର କୌଣସି ବିରୋଧ କରିବ ନାହିଁ, ମାତ୍ର କେହି ବଳପୂର୍ବକ ଏଠାରୁ କିଛି ନେବାକୁ ଚାହିଁବେ ତାହା କରାଇ ଦିଆଯିବ ନାହିଁ ବୋଲି ପରୋକ୍ଷରେ ଶ୍ରୀ ଠାକରେ ଚେତାଇ ଦେଇଛନ୍ତି । ଏକ ଛୋଟ ବ୍ୟବସାୟ କେନ୍ଦ୍ରିତ ଲବି ଗ୍ରୁପିଂ ଆଇଏମସି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଠାକରେ ଯୋଗୀଙ୍କ ଉଦ୍ଦେଶ୍ୟରେ ଏପରି ଇଙ୍ଗିତ କରିଛନ୍ତି ।
Comments are closed.