www.samajalive.in
Sunday, December 7, 2025
26.1 C
Bhubaneswar

ରାସ୍ତା ନିର୍ମାଣର ମାନକୁ ନେଇ ଗ୍ରାମବାସୀଙ୍କ ତୀବ୍ର ବିରୋଧ

ନର୍ଲା : ନର୍ଲା-ମ.ରାମପୁର ରାଜ୍ୟ ରାଜପଥ ବାଗ୍‍ପୁର ଗାଁ ନିକଟରୁ କୁସୁମାଲ୍‍ ଯାଏଁ ପ୍ରାୟ ୬ କିଲୋମିଟର ତିଆରି ହେଉଛି ପିଚୁରାସ୍ତା। ପ୍ରାୟ କୋଟିଏରୁ ଊର୍ଦ୍ଧ୍ବ ସରକୀର ଅର୍ଥ ରାଶିରେ ନିର୍ମାଣାଧିନ ଏହି ରାସ୍ତା କାମକୁ ଆଜି ବାଗ୍‍ପୁର,କୁସୁମାଲ୍‍
ଓ ଖଇରମାଲ୍‍ ଗ୍ରାମବାସୀ ମିଳିତ ହୋଇ ବନ୍ଦ କରିଛନ୍ତି। ତେବେ ଏହାର କାରଣ ହେଲା ରାସ୍ତାର ମାନ। ରାସ୍ତାର ନିର୍ମାଣ ଯେଉଁ ମାନରେ ହେବା କଥା ତାହା ନହୋଇ ଅତ୍ୟନ୍ତ ନିମ୍ନ ମାନର ହେଉଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ତେବେ ଏ ସଂକ୍ରାନ୍ତରେ ଗ୍ରାମ୍ୟ ଉନ୍ନୟନ କର୍ତୃପକ୍ଷଙ୍କୁ ଅଭିଯୋଗ କରାଯାଇଛି ଓ ରାସ୍ତା ବନ୍ଦ କରିବାକୁ ଅନୁରୋଧ କରାଯାଇଛି। ବିଭାଗୀୟ କର୍ତୃପକ୍ଷ ଆମ ସମ୍ମୁଖରେ କାମ ବନ୍ଦ କରାଯିବ ବୋଲି କହିଥିବା ସତ୍ୱେ ଆଜି ପୁଣି କାମ ଆରମ୍ଭ କରା ଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

- Advertisement -

ନିମ୍ନମାନର ମେଟାଲ,ମୁରୁମ୍‍ ମାଟି ବଦଳରେ ମାଟି ପକେଇ ଠିକ ଭାବେ କମ୍ପ୍ରେସ୍‍ ନକିରି ତରବରିଆ ଭାବରେ କାହିଁକି ରାସ୍ତା ନିର୍ମାଣ କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଆମେ କାମର ମାନକୁ ନେଇ ପ୍ରଶ୍ନ ଉଠେଇବାରୁ ପୁଲିସ ଆମକୁ ଥାନାକୁ ଆସିବାକୁ ଡାକୁଛି। ପୁଲିସର ହସ୍ତକ୍ଷେପକୁ ନେଇ ଗ୍ରାମବାସୀ ମଧ୍ୟରେ ଅଶାନ୍ତି ଓ ତିକ୍ତତା ବୃଦ୍ଧି ପାଇଛି। ପୁଲିସ ଆମର ସବୁ ଦିନର ଲୋକ ନୁହେଁ କି ଠିକାଦାର ଆମ ପାଇଁ ସ୍ଥାୟୀ ନୁହନ୍ତି ,ହେଲେ ସ୍ଥାୟୀ ଓ ଚିରସାଥିୀ ଆମ ଗାଁ ରାସ୍ତା। ଆମେ ଅନାଦି କାଳରୁ ଏହି ରାସ୍ତା ଦେଇ ଯିବା ଆସିବା କରୁଛୁ।

ବହୁ ଦିନ ପରେ ସରକାର ଏହି ରାସ୍ତାର ବିକାଶ ପାଇଁ ଅର୍ଥ ଖର୍ଚ୍ଚ କରୁଛନ୍ତି ତେଣୁ ଏହି ସୁଯୋଗକୁ ଆମେ ହାତ ଛଡା କରିବୁ ନାହିଁ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି। ଯଦି କାମ ଆଗେଇବାକୁ ଚାହୁଁ ଥିଲେ ରାସ୍ତା ନିର୍ମାଣର ମାନ ପ୍ରତି ନିର୍ମାତା ଧ୍ୟାନ ଦିଅନ୍ତୁ ବୋଲି ସେମାନେ ଦାବୀ କରିଛନ୍ତି। ତେବେ ଏ ସଂକ୍ରାନ୍ତରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଉପଖଣ୍ଡୀୟ ଅଧିକାରୀ ଜୟ ପ୍ରକାଶ ସୋରେନଙ୍କୁ ପଚାରିବାରୁ ସେ ଗ୍ରାମବାସୀଙ୍କ ଅଭିଯୋଗ ବିଷୟରେ ଅବଗତ ହୋଇଛନ୍ତି ଓ ଉକ୍ତ କାମକୁ ପରିଶୋଧନ କରିବା ପାଇଁ ସଂପୃକ୍ତ ଠିକାଦାରଙ୍କୁ ଅବଗତ କରାଯାଇଛି ବୋଲି ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଠିକାଦର ଆକାଶ ଅଗ୍ରୱାଲ ଗ୍ରାମବାସୀ କାମ ବନ୍ଦ କରିବା ଠିକ୍‍ ହୋଇନାହିଁ ବରଂ କାମକୁ ବନ୍ଦ ନକରି କାମରେ ସହଯୋଗ କରିବା ଉଚିତ୍‍ ବୋଲି ମତ ରଖିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories