www.samajalive.in
Sunday, December 7, 2025
26.1 C
Bhubaneswar

କୃଷକ ନେତାଙ୍କ ସହ ଚାଲିଛି ବୈଠକ, କୃଷିମନ୍ତ୍ରୀ କହିଲେ ଦାବିଗୁଡିକ ଶୁଣିବା ଆଗକୁ ବାଟ ସ୍ଥିର କରାଯିବ

ପଞ୍ଜାବର କୃଷକ ନେତାମାନେ କୃଷି ବିଲ୍ ବିରୋଧରେ ଆନ୍ଦୋଳନ କରୁଥିବା ୫ ଦିନ ପରେ ସରକାରଙ୍କ ସହ ଆଲୋଚନା କରିବାକୁ ଆସିଥିଲେ। ଏବେ ଦିଲ୍ଲୀର ବିଜ୍ଞାନ ଭବନରେ କୃଷକ ନେତା ଓ ସରକାରଙ୍କ ମଧ୍ୟରେ ବୈଠକ ଆରମ୍ଭ ହୋଇଛି। ବୈଠକ ପୂର୍ବରୁ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଆମେ ଏହି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବୁ। ସେମାନଙ୍କର ଦାବି ଶୁଣିବା ପରେ ଆଗକୁ ଯିବାକୁ ନିଷ୍ପତ୍ତି ନିଆଯିବ। ବୈଠକରେ ବାଣିଜ୍ୟ ମନ୍ତ୍ରୀ ସୋମ ପ୍ରକାଶ ଏବଂ ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଉପସ୍ଥିତ ଅଛନ୍ତି।

ଗାଜୀପୁର-ଗାଜିଆବାଦ ସୀମାରେ ଉପସ୍ଥିତ ଥିବା ଭାରତୀୟ କିସାନ ୟୁନିଅନର ନେତା ନରେଶ ଟୀକାୟତ କହିଛନ୍ତି ଯେ ସରକାର ପଞ୍ଜାବ କୃଷକ ପ୍ରତିନିଧିଙ୍କୁ ଅପରାହ୍ନ ୩ଟାରେ ଆଲୋଚନା ପାଇଁ ଡାକିଥିଲେ। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା ଏବଂ ଦିଲ୍ଲୀର କୃଷକ ପ୍ରତିନିଧିଙ୍କ ସହ ଆଜି ସନ୍ଧ୍ୟା ୭ଟାରେ ଆଲୋଚନା ଅନୁଷ୍ଠିତ ହେବ। ଏହି ପ୍ରସଙ୍ଗରେ ସେମାନେ ସମ୍ପୂର୍ଣ୍ଣ ସମାଧାନ ଚାହୁଁଛନ୍ତି ବୋଲି କହିଛନ୍ତି।

- Advertisement -

ତେବେ ମିଳିଥିବା ସୂଚନା ଅନୁଯାୟୀ, ଏଥର ସରକାର କୌଣସି ସର୍ତ୍ତ ରଖି ନଥିବାରୁ କୃଷକ ନେତାମାନରେ ଆଲୋଚନା ପାଇଁ ରାଜି ହୋଇଛନ୍ତି। ଇତି ମଧ୍ୟରେ ହରିୟାଣାର ସ୍ୱାଧୀନ ବିଧାୟକ ତଥା ସାଙ୍ଗୱାନ ଖାପର ମୁଖ୍ୟ ସୋମବୀର ସାଙ୍ଗୱନ ଖଟ୍ଟର ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି। ସେ କହିଛନ୍ତି, କୃଷକଙ୍କ ଉପରେ ଅତ୍ୟାଚାର ଦେଖିବା ପରେ ମୁଁ ସରକାରଙ୍କ ଠାରୁ ମୋର ସମର୍ଥନ ପ୍ରତ୍ୟାହାର କରୁଛି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories