www.samajalive.in
Sunday, December 7, 2025
23.1 C
Bhubaneswar

ଚାକିରି ଛାଡି ଚାଷକୁ ଆପଣାଇଲେ ଦୁଇ ଇଞ୍ଜିନିୟର ଭାଇ

ଛତ୍ରପୁର: ସବୁ ବାପା-ମା’ ଙ୍କ ଇଛା ଥାଏ ସେମାନଙ୍କ ପୁଅ ଭଲ ଚାକିରିିଟିଏ କରୁ ଏବଂ ଶାନ୍ତିରେ ଜୀବନ ବିତାଉ। ବାପା-ମା’ଙ୍କ ଇଛା ପୂରଣ କରିବାକୁ ଯୁବ ସମାଜ ଚାକିରି ପଛରେ ଗୋଡାଇବା କିଛି ନୂଆକଥା ନୁହେଁ। ହେଲେ ଉଚ୍ଚ ଦରମାରେ ଚାକିରି କରିଥିବା ଗୋଟିଏ ପରିବାରର ଦୁଇ ଇଞ୍ଜିନିୟର ଭାଇ ଚାକରି ମୋହ ଛାଡି ଚାଷକୁ ଆପଣାର କରିବା ଭଳି ଏକ ବିରଳ ଘଟଣା ଅନ୍ୟ ପାଇଁ ଉଦାହରଣ ହୋଇଛି। ଉଚ୍ଚ ଦରମାରେ ଦୁଇ ଭାଇ ଚାକିରି କରି ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ଦୁଇଭାଇ ଚାକିରି ମୋହ ତୁଟାଇ କରୋନା କାଳରେ ଗ୍ରାମକୁ ଫେରି ନିଜ ଜମିରେ ଉନ୍ନତ ପ୍ରଣାଳିରେ ପରିବା ଚାଷ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ଚାଷୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏପରିକି ଦୁହେଁ ସଫଳ ଚାଷୀ ଭାବେ ପ୍ରମାଣିତ କରିବା ସହ ଅନ୍ୟ ପରିବାରକୁ ରୋଜଗାର ଯୋଗାଇବାରେ ସହାୟକ ସାଜିଛନ୍ତି। ସଫଳ ଚାଷୀ ଭାବେ ନିଜକୁ ପ୍ରତିପାଦନ କରିଥିବା ଉଚ୍ଚଶିକ୍ଷିତ ଦୁଇ ଭାଇ ହେଲେ ଛତ୍ରପୁର ବ୍ଲକ ବଉଳଗଁା ପଞ୍ଚାୟତ ଅନ୍ତର୍ଗତ ଦିବ୍ୟସିଂହପୁର ଗ୍ରାମର ରାଜେନ୍ଦ୍ର ଶତପଥୀଙ୍କ ଦୁଇ ଇଞ୍ଜିନିୟର ପୁଅ ପ୍ରଶାନ୍ତ ଓ ସୁବ୍ରତ ଶତପଥୀ।

- Advertisement -

ରାଜେନ୍ଦ୍ରଙ୍କ ବଡପୁଅ ପ୍ରଶାନ୍ତଙ୍କ ଯୋଗ୍ୟତା ଡିପ୍ଲୋମା ଇନ୍‍ କମ୍ପ୍ୟୁଟର ସାଇନ୍ସ । ଚେନ୍ନଇର ବିସାଲା କମ୍ପାନୀରେ ସେ କାମ କରୁଥିଲେ। ପରେ ସୁରୟା ଗୃପର ସୋଲାର ପ୍ରୋଜେକ୍ଟର ଓଡିଶା ମୁଖ୍ୟ ଭାବେ କାମ କରୁଥିଲେ। ସେହିଭଳି ତାଙ୍କ ସାନ ଭାଇ ସୁବତ୍ର ଶତପଥୀ ଏନଆଇଟି ଦିଲ୍ଲୀରୁ ଇଞ୍ଜିନିୟରିଂ ପାଠ ସାରିବା ପରେ ଅନୁଗୋଳରେ ଟାଟା ଷ୍ଟିଲ ବିଏସଏଲ ଲିମିଟେଡରେ ଇଞ୍ଜିନିୟର ଭାବେ ୨୦୦୯ ରୁ ୨୦୨୦ ପର୍ଯ୍ୟନ୍ତ କାମ କରୁଥିଲେ। ଭଲ ଦରମା ମଧ୍ୟ ମିଳୁଥିଲା। କିନ୍ତୁ ଦୁଇ ଭାଇଙ୍କ ଚାକିରିରେ ମନ ଲାଗିନଥିଲା। ଗ୍ରାମରେ କିଛି କରିବାକୁ ସ୍ବପ୍ନ ଦେଖି ଚାକିରିକୁ ବାଏ ବାଏ କରିଥିଲେ। କରୋନା ସମୟରେ ଦୁଇ ଭାଇ ଚାକିରି ଛାଡି ସିଧା ଗ୍ରାମକୁ ଆସି ଯାଇଥିଲେ। ମନରେ ଥିବା ସଂକଳ୍ପକୁ ସାକାର ରୂପ ଦେବାକୁ ଗ୍ରାମରେ ନିଜର ଏକ ଏକର ଜମିରେ ପ୍ରଥମେ ବିଭିନ୍ନ ପ୍ରକାର ପନିପରିବା ଚାଷ ଆରମ୍ଭ କରିଲେ। ଦୁଇ ଭାଇ ଭଲ ଚାଷୀ ହେବା ସହ ୫ରୁ୭ ପରିବାରକୁ ଦୈନିନ୍ଦିନ କାମ ଯୋଗାଇ ସେମାନଙ୍କ ପରିବାର ପାଇଁ ଆର୍ଥିକ ରୋଜଗାର ସୃଷ୍ଟି କରିପାରିଛନ୍ତି। ସରକାରୀ ସହାୟତା ମିଳିଲେ ପରିବା ଚାଷକୁ ଅଧିକ ସମ୍ପ୍ରସାରଣ କରିବା ସହ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇପାରିବେ ବୋଲି ଦୁଇଭାଇ କହିଛନ୍ତି।

ଆଗକୁ ଗାଈ ଫାର୍ମ ଓ ଜିଆଖତ ଚାଷ କରିବାକୁ ଦୁଇଭାଇ ଲକ୍ଷ୍ୟ ରଖିଛନ୍ତି। ବିଦ୍ୟୁତ ସମସ୍ୟା କାରଣରୁ ପନିପରିବା ଚାଷକୁ ଜଳସେଚନ ଠିକ ଭାବେ ହୋଇପାରୁନି। ବିଦ୍ୟୁତ ସେବା ଠିକ୍ ହୋଇପାରିଲେ ଆହୁରି ଅଧିକରୁ ଅଧିକ କିସମର ପନିପରିବା ଚାଷ କରିପାରିବେ ବୋଲି ଦୁହେଁ କହିଛନ୍ତି। ଉନ୍ନତ ପ୍ରଣାଳୀ ମାଧ୍ୟମରେ ନର୍ସରୀ ବେଡ ତିଆରି କରି ସେଥିରୁ ଉନ୍ନତମାନର ଚାରା ଉପନ୍ନ କରି ଚାଷ କରିବା ଦ୍ୱାରା ଅଧିକ ଲାଭ ହୋଇଥାଏ ବୋଲି ସେମାନେ କହିଛନ୍ତି। ଦୁହିଁଙ୍କ ଏହି ଉନ୍ନତ କିସମର ଚାଷ ପ୍ରଣାଳୀ ଆଖପାଖ ଚାଷୀଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି। ସରକାରୀ ଚାକିରି ଖଣ୍ଡେ ମଣିଷର ପରିବାର ପ୍ରତି ପୋଷଣରେ ସହାୟକ ହୋଇପାରେ , କିନ୍ତୁ ଜୀବନ ପାଇଁ ସବୁ କିଛି ନୁହେଁ। ମଣିଷକୁ ଆତ୍ମନିର୍ଭର ହେବାକୁ ହେଲେ ନିଷ୍ଠା ଓ ଚେଷ୍ଟା ସହିତ ଭଗବାନଙ୍କ ଆର୍ଶୀବାଦ ଜରୁରୀ। ତେଣୁ ମନରେ ଦ୍ୱନ୍ଦ୍ବ ନରଖି ବିଶ୍ୱାସର ସହିତ ଯେକୌଣସି କାମ ଆରମ୍ଭ କଲେ ମଣିଷ ନିଶ୍ଚୟ ସଫଳତା ପାଇବ ବୋଲି ଦୁହେଁ କହିଛନ୍ତି। ଦୁଇଭାଇଙ୍କ ଏଭଳି ମନଲୋଭା ପରିବା ଚାଷ ସ୍ଥଳକୁ ଛତ୍ରପୁର ବିଡିଓ ଅମ୍ବିକାପ୍ରସାଦ ଦାଶ ପରିଦର୍ଶନ କରି ଖୁସି ବ୍ୟକ୍ତ କରିଛନ୍ତି। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇବାକୁ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି। ଦୁଇ ପୁଅ ଆଜି ସଫଳ ଚାଷୀ ଭାବେ ଉଭା ହୋଇଥିବାରୁ ସେ ବେଶ ଖୁସି ବୋଲି କହିଛନ୍ତି ମା ହରପ୍ରିୟା ଶତପଥୀ।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories