www.samajalive.in
Monday, December 8, 2025
14.1 C
Bhubaneswar

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ, ଭାରତକୁ ବିଜୟ ପାଇଁ ୩୯୦ ରନ୍ ଆବଶ୍ୟକ

ସିଡ୍‌ନୀ : ସିଡନୀରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆରେ ଭାରତ ସାମ୍ନାରେ ୩୯୦ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଅଷ୍ଟ୍ରେଲିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ୱିକେଟ୍ ହରାଇ ୩୮୯ ରନ୍ କରିଛି। ଭାରତକୁ ବିଜୟ ପାଇଁ ୩୯୦ ରନ୍ ଆବଶ୍ୟକ । ଅନ୍ୟପକ୍ଷରେ ଭାରତକୁ ସିରିଜ୍ ବଞ୍ଚାଇବାକୁ ହେଲେ ରବିବାର ୨ୟ ମ୍ୟାଚ୍‌କୁ ନିଶ୍ଚିତ ଜିତିବାକୁ ପଡ଼ିବ। ଅନ୍ୟଥା ଏହି ମ୍ୟାଚ୍ ଜିତି କଙ୍ଗାରୁଦଳ ସିରିଜ୍ ହାତେଇନେବ।

ଟସ୍ ଜିତି ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ୨ ଓପନର ଡେଭିଡ୍ ଓ୍ୱାର୍ଣ୍ଣର ଓ ଆରୋନ ଫିଞ୍ଚ୍ ଆକର୍ଷଣୀୟ. ବ୍ୟାଟିଂ କରିଥିଲେ। ଫିଞ୍ଚ ୬୯ ବଲରୁ ୬୦ ରନ୍ କରିଥିଲେ । ଓ୍ୱାର୍ଣ୍ଣର ୮୩ ରନ୍ କରିଥିଲେ । ସେହିପରି ଷ୍ଟିଭ୍ ସ୍ମିଥ୍ ଶତକ ଅର୍ଜନ କରିଥିଲେ । ସେ ୬୪ ବଲରୁ ୧୦୪ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ଲେନ୍ ମାକ୍ସଓ୍ୱେଲ ୬୩ ଓ ମାମ୍ୟୁସ୍ ଲାବ୍ୟୁସେନ୍ ୭୦ ରନ୍ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ୱିକେଟ୍ ହରାଇ ୩୮୯ ରନ୍ କରିଥିଲା।

- Advertisement -

ଅନ୍ୟପକ୍ଷରେ ଭାରତ ପକ୍ଷରୁ ମହମ୍ମଦ ସାମି, ଜସପ୍ରିତ ବୁମରାହ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories