www.samajalive.in
Sunday, December 7, 2025
23.1 C
Bhubaneswar

ସମାଜ ପ୍ରଭାବ: ଅଫିସରଙ୍କ ମୁହଁରେ ହସଫୁଟିଲା

ଫୁଲବାଣୀ: ଶେଷରେ ଅଫିସର ଦେହୁରୀଙ୍କ ମୁହଁରେ ହସ ଫୁଟିଲା। ଦୀର୍ଘଦିନ ଧରି ଆବାସ ଯୋଜନାରେ ସାମିଲ୍‍ ହୋଇଥିଲେ ମଧ୍ୟ ପୂର୍ବରୁ ଦାୟିତ୍ୱରେ ରହୁଥିବା ଅଧିକାରୀ ଓ କର୍ମଚାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ସେ ଆଜି ପର୍ଯ୍ୟନ୍ତ ଘରଖଣ୍ଡିଏ ପାଇ ନଥିବା ବେଳେ ଏନେଇ ଗତ ଦିନରେ ସମାଜରେ ଖବର ପ୍ରକାଶିତ ପରେ ବର୍ତ୍ତମାନର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଏହି ଖବରକୁ ନେଇ ତତ୍ପର ହେବା ସହିତ ଖବର ପ୍ରକାଶ ପରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତାଙ୍କ ଆବାସ ଯୋଜନାରେ ଘର ଯୋଗାଇ ଦେଇଛନ୍ତି। ଏପରିକି ଘର କାମ ମଧ୍ୟ ଆରମ୍ଭ ହୋଇଯାଇଛି। ଦୀର୍ଘଦିନ ଧରି ଅପେକ୍ଷା କରିବା ପରେ ଶେଷରେ ସେ ନ୍ୟାୟ ପାଇବାର ସଫଳ ହୋଇଛନ୍ତି ବୋଲି କହିଛନ୍ତି କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଅରାପାଜୁ ପଂଚାୟତର ପେନାବାଡ଼ି ଗ୍ରାମର ଅଫିସର ଦେହୁରୀ(୫୫)। ଗତ ଦୁଇ ବର୍ଷହେଲା ଘର ନଥିବା ଯୋଗୁଁ ନିଜ ଲ୍ୟାଟିନ୍‍ ଗୃହ ସମେତ ଗ୍ରାମର ମଣ୍ଡପ ଘରେ ଜୀବନ ବିତାଉଥିଲେ। ଏହି ଖବର ପ୍ରକାଶିତ ପରେ ବର୍ତ୍ତମାନର ଖଜୁରିପଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ରବିନ୍ଦ୍ର ନାଥ କହଁର ଓ ଅନ୍ୟ ଅଧିକାରୀମାନେ ନିଜେ ଘଟଣାସ୍ଥଳକୁ ଗସ୍ତକରି ଘଟଣାର ତଦନ୍ତ କରିବା ସହିତ ଜଣେ ବାସ୍ତବିକ ଯୋଗ୍ୟ ହିତାଧିକାରୀ ଘର ପାଇ ନ ଥିବା ସେମାନେ ଅନୁଭବ କରିଥିଲେ। ଏହା ସହିତ ତୁରନ୍ତ ଉକ୍ତ ଯୋଜନାରେ ସାମିଲ୍‍ କରିଥିଲେ। ବ୍ଳକ ଓ ପଂଚାୟତ ଖବରକୁ ଗୁରୁତ୍ୱ ଦେଇ ତାଙ୍କୁ ବାସଗୃହ ନିର୍ମାଣ ପାଇଁ ଅନୁମତି ଦେଇଥିବା ବେଳେ ବର୍ତ୍ତମାନ ସେ ବାସଗୃହ ନିର୍ମାଣ ଆରମ୍ଭ କରିଥିିବା ଦେଖାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories