www.samajalive.in
Tuesday, December 9, 2025
19.1 C
Bhubaneswar

ଦୁଇଦିନିଆ କଲମ୍ବୋ ଗସ୍ତରେ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍‍ ଡୋଭାଲ୍‍

ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍‍ ଡୋଭାଲ୍‍ ଆଜିଠାରୁ କଲମ୍ବୋକୁ ଦୁଇଦିନିଆ ଗସ୍ତରେ ଯାଉଛନ୍ତି। ତ୍ରିପକ୍ଷୀୟ ସାମୁଦ୍ରିକ ନିରାପତ୍ତା ସହଯୋଗ ସଂକ୍ରାନ୍ତ ଚତୁର୍ଥ ଜାତୀୟ ନିରାପତ୍ତା ଉପଦେଷ୍ଟା ସ୍ତରୀୟ ବୈଠକରେ ସେ ଅଂଶଗ୍ରହଣ କରିବେ। ଶ୍ରୀଲଙ୍କା ପ୍ରତିରକ୍ଷା ସଚିବ ମେଜର ଜେନେରାଲ କମଲ ଗୁଣରତ୍ନେ, ମାଳଦୀପ ପ୍ରତିରକ୍ଷା ମନ୍ତ୍ରୀ ମାରିଆ ଦିଦି ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି।

ପୂର୍ବରୁ ୨୦୧୧ରେ ମାଳଦୀପରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା ଓ ୨୦୧୩ରେ ଶ୍ରୀଲଙ୍କାରେ ବୈଠକ ବସିଥିଲା। ୨୦୧୪ରେ ଭାରତରେ ଏହି ବୈଠକ ବସିଥିଲା। ଭାରତ ମହାସାଗର ତଟବର୍ତ୍ତୀ ଦେଶଗୁଡି଼କ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଏହି ତ୍ରିପକ୍ଷୀୟ ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ସାବ୍ୟସ୍ତ ହୋଇଛି। ମରିସସ୍‍ ଓ ସେସେଲ୍ସ ତୃତୀୟ ବୈଠକରେ ଅତିଥି ରାଷ୍ଟ୍ର ଭାବେ ଯୋଗ ଦେଇଥିଲେ। ବୈଦେଶିକ ମନ୍ତ୍ରଣାଳୟ କହିଛି ସାମୁଦ୍ରିକ ସୁରକ୍ଷା ସହଯୋଗ ସଂକ୍ରାନ୍ତରେ ଆଲୋଚନା ପାଇଁ ଏହି ବୈଠକ ସୁଯୋଗ ପ୍ରଦାନ କରିବ। ଏହି ଅବସରରେ ଶ୍ରୀ ଡୋଭାଲ ଆହୁରି ଅନେକ ଦ୍ୱିପକ୍ଷୀୟ ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories