www.samajalive.in
Wednesday, December 10, 2025
15.1 C
Bhubaneswar

ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି ମହିଳା ମୋର୍ଚ୍ଚା

 ପରୀ ହତ୍ୟାକାଣ୍ଡ ତଦନ୍ତ ଭାର ସିବିଆଇକୁ ଦିଆଯାଉ
କ୍ରାଇମବ୍ରାଂଚର ତଦନ୍ତକୁ  ପର୍ବତ ମୂଷିକ ପ୍ରସବ ସଦୃଶ୍

ଭୁବନେଶ୍ୱର: ପରୀ ହତ୍ୟାକାଣ୍ଡର ତଦନ୍ତ ଭାର କ୍ରାଇମବ୍ରାଂଚ ନୁହେଁ ବରଂ ସିବିଆଇକୁ ହସ୍ତାନ୍ତର କରାଯାଉ। ଏହି ଘଟଣାରେ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବାରୁ ଘଟଣାକୁ ଚପାଇ ଦେବା ଲାଗି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏକ ନୂଆ ନାଟକ ରଚିଛନ୍ତି। ଯେଉଁଠି ଶାସକ ଦଳର ଇଙ୍ଗିତରେ ପୋଲିସ ଗତ ସାଢେ ୪ ମାସ ଧରି ନୀରବ ରହିଛି ସେ ସ୍ଥାନରେ କ୍ରାଇମବ୍ରାଂଚ କେବଳ ସରକାରଙ୍କ ମୋହରା ସାଜି ଶାସକ ଦଳକୁ ଫାଇଦା ପହଂଚାଇବା କାର୍ଯ୍ୟ କରିବ। କ୍ରାଇମବ୍ରାଂଚ ତଦନ୍ତ ହେଲେ ସମୟ ଗଡିଚାଲିବ ଏବଂ ଦୋଷୀ ଦଣ୍ଡ ପାଇବାରୁ ବଂଚିତ ରହିବ। ପୂର୍ବରୁ ବେବିନା ଗଣଦୁଷ୍କର୍ମ, ଇତିଶ୍ରୀ, କୁନ୍ଦୁଳି, ସ୍ମିତାରାଣୀ ହତ୍ୟା ଆଦି ମାମଲାରେ କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେବା ପରେ ବି ଦୋଷୀ ଦଣ୍ଡ ପାଇନାହାଁନ୍ତି। ବରଂ କ୍ରାଇମବ୍ରାଂଚ ତଦନ୍ତ ଦ୍ୱାରା ପ୍ରମାଣ ନଷ୍ଟ କରାଯାଇ ଦୋଷୀମାନଙ୍କୁ ସୁରକ୍ଷା ଦିଆଯିବାର ନଜିର ପୂର୍ବରୁ ରହିଛି। କ୍ରାଇମବ୍ରାଂଚର ତଦନ୍ତକୁ ଅପେକ୍ଷା କରିବାର ଅର୍ଥ ହେଉଛି ପର୍ବତ ମୂଷିକ ପ୍ରସବ ସଦୃଶ୍ୟ। ଏହି ତଦନ୍ତ ଦ୍ୱାରା ବିଜେଡିର ତୁଙ୍ଗ ନେତା ମାନେ ଗିରଫ ହେବାରୁ ବର୍ତିଯାଇଛନ୍ତି। ଏଣୁ ପରୀକୁ ନ୍ୟାୟ ନମିଳିବା ଯାଏଁ ମହିଳାମୋର୍ଚ୍ଚା ଚୁପ୍‍ ରହିବନି। ପରୀକୁ ନ୍ୟାୟ ଦେବା ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ପ୍ରତ୍ୟେକ ଜିଲ୍ଲାରେ ମହିଳା ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ତେଚାବନୀ ଦେଇଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ବିଜେଡି କର୍ମୀ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଘନିଷ୍ଠ ହୋଇଥିବା ଯୋଗୁଁ ପୋଲିସ ଏପର୍ଯ୍ୟନ୍ତ ତାକୁ ଗିରଫ କରିନାହିଁ। ଅନ୍ୟପଟେ ଗତକାଲି ଗଣମାଧ୍ୟମରେ ମନ୍ତ୍ରୀ ଅରୁଣ ସାହୁ ପୀଡିତା ଗାଁର ସରପଂଚକୁ ଫୋନ କରି ଧମକ ଦେଉଥିବାର ଅଡିଓ କ୍ଲିପ ଭାଇରାଲ ହୋଇଛି। ଏହି ଭାଇରାଲ ଅଡିଓ କ୍ଲିପରେ ମନ୍ତ୍ରୀ ଏଘଟଣାରେ ସଂପୃକ୍ତ ଏବଂ ସେ ନିଜେ ଅଭିଯୁକ୍ତକୁ ସୁରକ୍ଷା ଦେଉଥିବାର ପ୍ରମାଣ ମିଳିଛି। ଏହାକୁ ଆଧାର କରି ପୋଲିସ ମନ୍ତ୍ରୀ ଅରୁଣ ସାହୁଙ୍କୁ ତଦନ୍ତ ପରିସରଭୃକ୍ତ କରୁ। ଏହା ସହ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ।
ପରୀ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ଏବଂ ତା’ର ସହେଯାଗୀ ଏବେ ଶାସକ ଦଳର ଛତ୍ରଛାୟା ତଳେ ଖୁଲୁମଖୁଲା ବୁଲୁଛି। ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବାରୁ କ୍ରାଇମବ୍ରାଂଚ ମଧ୍ୟ ପୋଲିସ ଭଳି ଅଭିଯୁକ୍ତମାନଙ୍କୁ କ୍ଲିନଚିଟ୍‍ ଦେବାର ସମ୍ଭାବନା ରହିଛି। ଏଣୁ ପରୀକୁ ନ୍ୟାୟ ଦେବା ପାଇଁ ଘଟଣାର ସିବିଆଇ ତଦନ୍ତ କରାଯାଉ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ଏବଂ ତା’ର ସହେଯାଗୀଙ୍କୁ ଗିରଫ କରି କଠୋର ଦଣ୍ଡ ଦିଆଯାଉ। ଶାସକ ଦଳ ଚାପରେ ତଦନ୍ତ ନକରିବା, କର୍ତବ୍ୟରେ ଅବହେଳା ଏବଂ କ୍ଷମତାର ଅପବ୍ୟବହାର କରିଥିବାରୁ ନୟାଗଡ ଏସପି ଏବଂ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ଉପଭାନେତ୍ରୀ କାନନବାଳା ପଟ୍ଟନାୟକ ଏବଂ କସ୍ତୁରୀ ମିଶ୍ର ପ୍ରମୁଖ ସାମିଲ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories