www.samajalive.in
Sunday, December 7, 2025
13.1 C
Bhubaneswar

ବିଜେପିକୁ ମମତା ବାନାର୍ଜୀଙ୍କ ଆହ୍ବାନ: ସାହସ ଅଛିତ ମୋତେ ଗିରଫ କର, ଜେଲରେ ଥାଇ ବି ତୃଣମୂଳକୁ ଜିତେଇ ପାରିବି

କଲକତା: ବିହାର ବିଧାନସଭା ନିର୍ବାଚନ ପରେ ଏବେ ପଶ୍ଚିମବଙ୍ଗ ଓ ତାମିଲନାଡ଼ୁ ନିର୍ବାଚନ ଉପରେ ଦେଶବାସୀଙ୍କ ଆଖି । ଅଣ ବିଜେପି ଶାସିତ ଏହି ଦୁଇ ରାଜ୍ୟରେ ସରକାର ଗଠନ ପାଇଁ ବିଜେପି ପୁରା ରଣନୀତି ପ୍ରସ୍ତୁତ କରିଛି । ତାମିଲନାଡ଼ୁରେ ଶାସକ ଏଆଇଏଡ଼ିଏମକେ ସହ ବିଜେପି ମେଣ୍ଟ କରିବାକୁ ଯାଉଛି, କିନ୍ତୁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସହ ବିଜେପି ସିଧାସଳଖ ପ୍ରତିଦ୍ବନ୍ଦ୍ବିତା କରିବ । ଗତ ଲୋକସଭା ନିର୍ବାଚନରେ ବିଜେପି ରାଜ୍ୟର ୧୩୦ଟି ବିଧାନସଭା ଆସନରେ ଅଗ୍ରଣୀଲାଭ କରିଥିବାରୁ ଦଳ ୨୦୨୧ରେ କ୍ଷମତା ଦଖଲ କରିବ ବୋଲି ଆଶା ବାନ୍ଧିଛି । ଆସନ୍ତା ଏପ୍ରିଲ-ମେ ମାସରେ ହେବାକୁଥିବା ନିର୍ବାଚନରେ ୨୦୦ ଆସନ ଅକ୍ତିଆର କରିବାକୁ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ୍ ଶାହା ଦଳର ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି ।

ଏଥିଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷୁବ୍ଧ । ବୁଧବାର ଏକ ସମାବେଶରେ ମମତା ତାଙ୍କୁ ଗିରଫ କରିବା ଲାଗି ବିଜେପିକୁ ଆହ୍ବାନ ଦେଇଛନ୍ତି । ସେ କହିଛନ୍ତି ଯଦି ବିଜେପିର ସାହସ ଅଛି ତେବେ ମୋତେ ଗିରଫ କରୁ, ଜେଲ ଭିତରେ ଥାଇ ବି ମୁଁ ତୃଣମୂଳକୁ ବିଜୟୀ କରିପାରିବି । ସେ ପୁଣି କହିଛନ୍ତି ବିଜେପି ଦେଶପାଇଁ ଏକ ବଡ଼ ଅଭିଶାପ । ଏହା ଏକ ରାଜନୈତିକ ଦଳ ନୁହେଁ ଏହା ଏକ ମିଛର ପାହାଡ଼ । ଯେତେବେଳେ ନିର୍ବାଚନ ଆସେ ସେତେବେଳେ ତୃଣମୂଳ ନେତାମାନଙ୍କୁ ଭୟଭୀତ କରିବା ପାଇଁ ବିଜେପି ନାରଦା ଷ୍ଟିଙ୍ଗ ଅପରେସନ ଓ ସାରଦା ସ୍କାମ ପ୍ରସଙ୍ଗ ଉଠାଇଥାଏ । ବିଜେପି କି ସେମାନଙ୍କର ଏଜେନ୍ସିକୁ ମୁଁ ଭୟ କରେ ନାହିଁ ବୋଲି ମମତା କହିଛନ୍ତି ।

- Advertisement -

ସେହିପରି ବିହାର ନିର୍ବାଚନ ସମ୍ପର୍କରେ ମମତା କହିଛନ୍ତି ଯେ ’ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ମଧ୍ୟ ଜେଲ ଭିତରେ ଅଛନ୍ତି, କିନ୍ତୁ ଏହା ସତ୍ତ୍ୱେ ବିହାରରେ ତାଙ୍କ ଦଳ ଭଲ ପ୍ରଦର୍ଶନ କରିଛି। ବିହାରରେ ବିଜେପି ଜନାଦେଶରେ ନୁହେଁ ବରଂ ଜାଲିଆତି କରି କ୍ଷମତାକୁ ଆସିଛି । ମାତ୍ର ପଶ୍ଚିମବଙ୍ଗରେ ଏହା ହୋଇ ପାରିବ ନାହିଁ । କ୍ଷମତା ଲୋଭରେ ବିଜେପି ତୃଣମୂୂଳ ନେତାମାନଙ୍କୁ ବିଭ୍ରାନ୍ତ କରିବାକୁ ବସିଛି । ରାଜ୍ୟରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିରପେକ୍ଷ ଭାବରେ ଅଭିନୟ କରୁଛନ୍ତି ଏବଂ ପଶ୍ଚିମବଙ୍ଗରେ ବିଜେପି କ୍ଷମତାକୁ ଆସିପାରିବ ଭାବୁଛନ୍ତି । ମାତ୍ର ଏହି ଲୋକମାନେ ବୁଝିବା ଆବଶ୍ୟକ ଯେ ପୁଣିଥରେ ପଶ୍ଚିମବଙ୍ଗରେ ତୃଣମୂଳ ସରକାର ଆସିବ ଏବଂ ବିଜେପିର ଆଶା ପାଣିଫୋଟକା ପରି ମିଳାଇ ଯିବ ବୋଲି ମମତା କହିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories