www.samajalive.in
Sunday, December 7, 2025
13.1 C
Bhubaneswar

ଲୋକାୟୁକ୍ତରେ ମାସ୍କ ଦୁର୍ନୀତି: ଡିସେମ୍ବର ୭ ତାରିଖରେ ହେବ ଚୂଡାନ୍ତ ଶୁଣାଣି

ଭୁବନେଶ୍ୱର:ବହୁ ଚର୍ଚ୍ଚିତ ମାସ୍କ ଏବଂ ଅନ୍ୟାନ୍ୟ କୋଭିଡ୍‍ ଜିନିଷପତ୍ର କିଣା କେଳେଙ୍କାରୀକୁ ନେଇ ଲୋକାୟୁକ୍ତରେ ହୋଇଥିବା ମାମଲାର ଆଜି ଶୁଣାଣି ହୋଇଛି। କଂଗ୍ରେସ ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସଙ୍କ ଦ୍ୱାରା ଦାୟର ହୋଇଥିବା ଏହି ମାମଲାର ଗତ ନଭେମ୍ବର ୪ ତାରିଖର ଶୁଣାଣି ସମୟରେ କେଉଁ ପରିପ୍ରେକ୍ଷୀରେ କ୍ରୟ କମିଟିର ଅଧ୍ୟକ୍ଷ ଭାବରେ ଶିଳ୍ପ ସଚିବ  ହେମନ୍ତ ଶର୍ମାଙ୍କୁ ଅପସାରଣ କରାଗଲା ତା’ର ଉତର ରଖିବାକୁ ଓଡିଶାର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ନିର୍ଦ୍ଦେଶ ମୁତାବକ ଆଜି ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ଓଡିଶା ସରକାରଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା ଉତ୍ତର ରଖିଥିଲେ। ମାତ୍ର ଏହି ଉତ୍ତରରେ ଲୋକାୟୁକ୍ତ କୁଆଡ଼େ ସହମତ ହୋଇ ନ ଥିବା ସୂଚନା ମିଳିଛି । କ୍ରୟ କମିଟି ଅଧ୍ୟକ୍ଷଙ୍କୁ ଅପସାରଣ ସଂପର୍କିତ ଦସ୍ତାବିଜ୍‍ ଉପସ୍ଥାପନ ନକରି ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ଉପସ୍ଥାପିତ ଲିଖିତ ଉତ୍ତରକୁ ନେଇ ଲୋକାୟୁକ୍ତ ଅସନ୍ତୋଷ ପ୍ରକାଶକରିଥିବା ସୂଚନା ମିଳିଛି । ଏହା ସହ ମାମଲାର ଚୂଡ଼ାନ୍ତ ଶୁଣାଣି ଡ଼ିସେମ୍ବର ୭ ତାରିଖକୁ କରାଯିବ ବୋଲି ଲୋକାୟୁକ୍ତ ଧାର୍ଯ୍ୟ କରିବା ସହ ଉଭୟ ପକ୍ଷକୁ ପ୍ରସ୍ତୁତ ହୋଇ ଆସିବାକୁ ନିର୍ଦେଶ ଦେଇଛନ୍ତି । ସେହିଦିନ ଲୋକାୟୁକ୍ତଙ୍କ ପୂର୍ଣ ବେଞ୍ଚରେ ମାମଲାର ଶୁଣାଣି କରାଯିବ ବୋଲି ଜଣାପଡ଼ିଛି ।

ଲୋକାୟୁକ୍ତର ଅଧ୍ୟକ୍ଷ ନ୍ୟାୟମୂର୍ତି ଶ୍ରୀ ଅଜିତ୍‍ ସିଂ ଏବଂ ନ୍ୟାୟମୂର୍ତି ଶ୍ରୀ ବି.କେ. ନାୟକ ଆଜି ମାମଲାର ଶୁଣାଣି କରିଥିବାବେଳେ ଆବେଦନକାରୀ ତଥା କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ, କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଓ ବିଜୟ ପ୍ରଧାନ ଉପସ୍ଥିତ ଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories