www.samajalive.in
Tuesday, December 9, 2025
19.1 C
Bhubaneswar

ଦୀର୍ଘ ୭ ବର୍ଷ ପରେ କ୍ରିକେଟ୍‌ ମଇଦାନକୁ ଓହ୍ଲାଇବେ ଭାରତୀୟ ଦ୍ରୁତ ବୋଲର ଏସ. ଶ୍ରୀଶାନ୍ତ

ନୂଆଦିଲ୍ଲୀ : ଦୀର୍ଘ ୭ ବର୍ଷ ପରେ କ୍ରିକେଟ୍‌ ମଇଦାନକୁ ଓହ୍ଲାଇବେ ଭାରତୀୟ ଦ୍ରୁତ ବୋଲର ଏସ. ଶ୍ରୀଶାନ୍ତ। କ୍ରିକେଟ ଖେଳିବା ଉପରେ ଲାଗିଥିବା ବ୍ୟାନ୍‌ ଅବଧି ଶେଷ ହେବପରେ ଦିର୍ଘ ୭ ବର୍ଷ ପରେ ପୁଣି କ୍ରିକେଟକୁ ଫେରିବାକୁ ଯାଉଛନ୍ତି ଏସ୍‌. ଶ୍ରୀଶାନ୍ତ। ସେ କେରଳ କ୍ରିକେଟ୍ ଆସୋସିଏସନ ଦ୍ୱାରା ଆୟୋଜିତ ହେବାକୁ ଥିବା ପ୍ରେସିଡେଣ୍ଟାଲ ଟି-୨୦ କପ୍‌ରେ ସେ କ୍ରିକେଟକୁ ଫେରିବେ ବୋଲି ଜଣାପଡିଛି।

ସ୍ପଟ୍ ଫିକ୍ସିଂ ପାଇଁ ୨୦୧୩ ରେ ଶ୍ରୀଶାନ୍ତ ଦୋଷୀ ସାବ୍ୟସ୍ତ ହେବାପରେ ଭାରତୀୟ କ୍ରିକେଟ କଣ୍ଟୋଲ ବୋର୍ଡ(ବିସିସିଆଇ) ତାଙ୍କୁ କ୍ରିକେଟରୁ ଆଜୀବନ ବାସନ୍ଦ ଘୋଷଣା କରିଥିଲା। ଶ୍ରୀଶାନ୍ତଙ୍କ ସମେତ ଅଜିତ ଚାନ୍ଦିଲା ଓ ଅଙ୍କିତ ଚୌହ୍ବାନ ମଧ୍ୟ ସ୍ପଟ୍ ଫିକ୍ସିଂ ମାମଲାରେ ଦୋଷୀ ହୋଇଥିଲେ ଏବଂ ବିସିସିଆଇ ତିନି ଖେଳାଳିଙ୍କ ଉପରେ ଆଜୀବନ ପ୍ରତିବନ୍ଧ ଲଗାଇବା ସହ ସେମାନଙ୍କୁ ଜେଲ୍‌ ମଧ୍ୟ ହୋଇଥିଲା। ଏହାପରେ ବିସିସିଆଇର ନିଷ୍ପତ୍ତିକୁ ବିରୋଧ କରି ଶ୍ରୀଶାନ୍ତ ସୁପ୍ରିମକୋର୍ଟର ଦ୍ବାରସ୍ତ ହୋଇଥିଲେ। ସୁପ୍ରିକୋର୍ଟଙ୍କ ହସ୍ତକ୍ଷେପ ପରେ ବିସିସିଆଇ ଶ୍ରୀଶାନ୍ତଙ୍କ ଉପରେ ୭ ବର୍ଷର ପ୍ରତିବନ୍ଧକ ଲଗାଇଥିଲେ। ତେବେ ୨୦୨୦ ସେପ୍ଟେମ୍ବର ୧୩ରେ ଏହି ଅବଧି ଶେଷ ହୋଇଥିବା ବେଳେ ପୁଣିଥରେ ଶ୍ରୀଶାନ୍ତ କ୍ରିକେଟ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ନିଜ ରାଜ୍ୟ ତଥା ଦେଶ ପାଇଁ ଶ୍ରୀଶାନ୍ତ କ୍ରିକେଟ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇସାରିଛନ୍ତି। ପ୍ରତିବନ୍ଧ ହଟିବା ପରେ ଏବେ ଘରୋଇ ଟି-୨୦ କପ୍‌ ଖେଳିବେ ଶ୍ରୀଶାନ୍ତ। ଶ୍ରୀଶାନ୍ତଙ୍କ ପ୍ରତ୍ୟାବର୍ତ୍ତନ ମୁଖ୍ୟ ଆକର୍ଷଣ ରହିବ ବୋଲି କେରଳ କ୍ରିକେଟ ଆସୋସିଏସନ୍‌ର ଅଧ୍ୟକ୍ଷ କହିଛନ୍ତି।

- Advertisement -

କେରଳ କ୍ରିକେଟ୍ ଆସୋସିଏସନ ଅଧ୍ୟକ୍ଷ ସାଜନ ବର୍ଗଜ କ୍ରୀଡା ଚ୍ୟାନେଲ୍ ଷ୍ଟାର ସ୍ପୋର୍ଟସ୍‌କୁ ଦେଇଥିବା ସାକ୍ଷାତକାରରେ ଶ୍ରୀଶାନ୍ତ ଖେଳିବା ନେଇ ଚର୍ଚ୍ଚା ଉପରେ ମତ ରଖି କହିଛନ୍ତି ନିଶ୍ଚିତ ଭାବେ ଘରୋଇ ଟି-୨୦ ଲିଗ୍‌ରେ ଶ୍ରୀଶାନ୍ତ ମୁଖ୍ୟ ଆକର୍ଷଣ ରହିବେ । ଏନେଇ ସମସ୍ତ ଖେଳାଳି ଓ ଷ୍ଟାଫ ଆଲପୁଝାର ହୋଟେଲରେ ପ୍ରସ୍ତୁତ ବାୟୋ ବବଲ୍‌ରେ ରହିବେ। ତେବେ ପ୍ରେସିଡେଣ୍ଟାଲ ଟି-୨୦ କପ ପାଇଁ କେରଳ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। ସାଜନ ବର୍ଗଜ କହିଛନ୍ତି ଆମକୁ ବିଶ୍ବାସ ଅଛି ଡିସେମ୍ବର ପ୍ରଥମ ସପ୍ତାହରେ ଟୁର୍ଣ୍ଣାମେଣ୍ଟ ପାଇଁ ସରକାର ଅନୁମତି ଦେବେ।

ସୂଚନାଯୋଗ୍ୟ କ୍ରିକେଟରୁ ବ୍ୟାନ୍‌ ହେବା ପୂର୍ବରୁ ଶ୍ରୀଶାନ୍ତ ଟିମ୍ ଇଣ୍ଡିଆର ଅଗ୍ରଣୀ ବୋଲରମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ସେ ମଧ୍ୟ ୨୦୦୭ ଟି-୨୦ ବିଶ୍ଵ ବିଜେତା ଟମ୍‌ରେ ଖେଳିଥିବା ବେଳେ ୨୦୧୧ ଏକଦିବସୀୟ ବିଶ୍ୱକପ ବିଜେତା ଦଳର ଅଂଶ ହୋଇଥିଲେ। ଶ୍ରୀଶାନ୍ତ ଏପର୍ଯ୍ୟନ୍ତ ୬୦ ଟି ଟି -୨୦ ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ସେ  ୫୦ ୱିକେଟ୍ ନେଇଛନ୍ତି। ସେ ଆଇପିଏଲରେ କିଙ୍ଗସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ ଦଳରେ ଖେଳିଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories