www.samajalive.in
Tuesday, December 9, 2025
15.1 C
Bhubaneswar

ନ୍ୟାୟିକ ବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ଭରସା ରହିଛି, ଏକ ନିରପେକ୍ଷ ଜାତୀୟ ସଂସ୍ଥା ଦ୍ୱାରା ତଦନ୍ତ କରାଯାଉ : ଜାଗି

ଭୁବନେଶ୍ୱର : ସାରୁଅ ଜମି ଜାଲିଆତି ଅଭିଯୋଗ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା(ଇଓଡବ୍ଳ୍ୟୁ) ଥାନାରେ ରୁଜୁ ମାମଲାକୁ ରଦ୍ଧ କରିବା ପ୍ରସଙ୍ଗକୁ ନେଇ ଓଡିଶା ଇନଫ୍ରାଟେକ୍‌ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାକୁ ଗତକାଲି ହାଇକୋର୍ଟ ଖାରଜ କରିଥିଲେ। ଏଥି ସହିତ ଏହି ମାମଲାରେ ଓଡିଶା ଇନଫ୍ରାଟେକ ପ୍ରୋମଟର ଜାଗି ମଙ୍ଗତ ପଣ୍ଡା, ବୈଜୟନ୍ତ ପଣ୍ଡାଙ୍କ ଗିରଫ ଦାରି ଉପରେ ଜାରି କରାଯାଇଥିବା  ଅନ୍ତରୀଣ ରୋକ୍‌ ସମ୍ପର୍କିତ ମଧ୍ୟବର୍ତ୍ତୀକାଳୀନ ନିର୍ଦେଶକୁ ହାଇକୋର୍ଟ ଉଠାଇ ଦେଇଥିଲେ। କୋର୍ଟରେ ମାମଲା ଖାରଜ ପସଙ୍ଗକୁ ନେଇ ଆଜି ଗଣମାଧ୍ୟମ ବିଜ୍ଞପ୍ତି ଜାରି କରି ଓଟିଭି ଏମ୍‌ଡି ଜାଗି ମଙ୍ଗତ ପଣ୍ଡା କହିଛନ୍ତି ଯେ  ଓଟିଭି ବିରୋଧରେ ରାଜ୍ୟ ସରକାରଙ୍କ ଆକ୍ରୋଶ ମାମଲାର ତଦନ୍ତ ନିରପେକ୍ଷ ଜାତୀୟ ସଂସ୍ଥା ଦ୍ୱାରା କରାଯାଉ। ଜାଗି କହିଛନ୍ତି ରାଜ୍ୟ ସରକାରଙ୍କ ଓଟିଭି ବିରୋଧରେ ଆସିଥିବା ମାମଲାରେ ପକ୍ଷପାତ କରୁଛନ୍ତି। ସରକାରୀ ଅଧିକାରୀଙ୍କ ଏହି ଏକପାଖିଆ ବ୍ୟବହାରକୁ ଦେଖିବା ପରେ ଏକ ନିରପେକ୍ଷ ଜାତୀୟ ସଂସ୍ଥା ଦ୍ବାରା ତଦନ୍ତ କରାଯାଉ ଏବଂ ଆମର ନ୍ୟାୟିକ ବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ଭରସା ଅଛି ବୋଲି  ଓଟିଭି ଏମ୍‌ଡି ଜାଗି ମଙ୍ଗତ ପଣ୍ଡା କହିଛନ୍ତି।


ଗଣମାଧ୍ୟମ ବିଜ୍ଞପ୍ତି ଜାରି କରି ଓଟିଭି ଏମ୍‌ଡି ଜାଗି ମଙ୍ଗତ ପଣ୍ଡା କହିଛନ୍ତି ବିଗତ କିଛି ମାସରେ ରାଜ୍ୟ ପୁଲିସ ଓଟିଭି ବିରୋଧରେ ୨୦ରୁ ଅଧିକ ମିଛ ମାମଲା କରିଛି। କମ୍ପାନୀ, କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ମୋ ପରିବାର ଲୋକଙ୍କ ନାଁରେ ମଧ୍ୟ ମିଛ ମାମଲା କରାଯାଇଛି। ଏମିତିକି ମୋର ୮୪ ବର୍ଷ ବୟସ୍କ ବାପାଙ୍କ ନାଁରେ ମଧ୍ୟ ମାମଲା ହୋଇଛି ବୋଲି ଜାଗି କହିଛନ୍ତି।

- Advertisement -

ଜାଗି ଆହୁରୀ ମଧ୍ୟ କହିଛନ୍ତି ଯେ  ଓଟିଭିର ୨୩ ବର୍ଷର ତ୍ରୁଟିଶୂନ୍ୟ ଟ୍ରାକ ରେକର୍ଡକୁ କାଉଣ୍ଟର କରିବା ପାଇଁ ଏ ସବୁ ମାମଲା କରାଯାଇଛି। ଆମ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରୁଛୁ। ଆମ ଦ୍ୱାରା କିଛି ଭୁଲ କାର୍ଯ୍ୟ ହୋଇନି। ଆମର ନ୍ୟାୟିକ ବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ଭରସା ଅଛି, କୋର୍ଟରେ ସତ ନିଶ୍ଚିତ ପ୍ରମାଣ ହେବ ବୋଲି ସେ କହିଛନ୍ତି। ରାଜ୍ୟରେ ୨୧ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ଦ୍ୱାରା ଓଟିଭି ବିରୋଧରେ ଏସବୁ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଆକ୍ରୋଶ ପାଇଁ ଓଟିଭି ବିରୋଧରେ ମିଛ ମାମଲା କରାଯାଉଛି।

ସେ ଆହୁରି କହିଛନ୍ତି ଯେ ମୋ ସ୍ୱାମୀ ବୈଜୟନ୍ତ ପଣ୍ଡା ବିଜେଡି ସରକାରର ବିଭିନ୍ନ ଦୋଷ ଦୁର୍ବଳତା ସାମ୍ନାକୁ ଆଣିବାରୁ ଓ ବିଜେପିରେ ମିଶିବାରୁ ବିଜେଡି ସରକାର ଓଟିଭି ବିରୋଧରେ ଏପରି ଆକ୍ରୋଶ ଭାବନା ଦେଖାଇବା ସହ ଆମ ପରିବାର ଏବଂ କଂପାନୀକୁ ଟାର୍ଗେଟ କରାଯାଉଛି। ନିକଟରେ ରାଜ୍ୟରେ କୋଭିଡ୍‌ ପାଣ୍ଠିରେ ବ୍ୟାପକ ଦୁର୍ନୀତି ଖୁଲାସା ଓଟିଭି କରିଥିବାରୁ ସରକାରଙ୍କ ଆକ୍ରୋଶ ବଢିଛି।

କୋର୍ଟରେ ମାମଲା ଖାରଜ ପ୍ରସଙ୍ଗରେ ଓଟିଭି ଏମ୍‌ଡି ଜାଗି ମଙ୍ଗତ ପଣ୍ଡା କହିଛନ୍ତି ଆମକୁ ହଇରାଣର ସଦ୍ୟ ନମୁନା ହେଉଛି ୫ କର୍ମଚାରୀଙ୍କ ଗିରଫ। ଏମିତିକି ସେଥିରୁ ୨ ଜଣଙ୍କୁ ଇସ୍ତଫା ପାଇଁ ବାଧ୍ୟ କରାଯାଇଛି। ପୁଲିସ ହେପାଜତରେ ଥିବା ବେଳେ ଆମ କର୍ମଚାରୀଙ୍କୁ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଇଛି। ଆମ କର୍ମଚାରୀ ସର୍ବଦା ପୁଲିସ ତଦନ୍ତରେ ସହଯୋଗ କରୁଛନ୍ତି। ଆମର କର୍ମଚାରୀମାନେ ସମନ ପାଇବା ମାତ୍ରକେ ଜେରା ପାଇଁ ପୋଲିସ୍ ଷ୍ଟେସନକୁ ଯାଉଛନ୍ତି। ଏହାସତ୍ତ୍ୱେ ଆମ ପ୍ରତି ଆକ୍ରୋଶ ଜାରି ରହିଛି। ଏପରିକି ଆମ କର୍ମଚାରୀଙ୍କୁ କୌଣସି କାରଣ ନଥାଇ ରାତି ଅଧିଆ ଗିରଫ କରାଯାଉଛି। ଜଣେ ଗିରଫ କର୍ମଚାରୀଙ୍କ ମାମଲା ରଦ୍ଦ ପାଇଁ ହାଇକୋର୍ଟ ଯାଇଥିଲୁ। ମାମଲା ଚାଲିଥିବା ବେଳେ ସଂପୃକ୍ତ କର୍ମଚାରୀ ଇସ୍ତଫା ଦେଇଥିଲେ। ସଂପୃକ୍ତ କର୍ମଚାରୀ ଇସ୍ତଫା ଦେବା ପରେ ତାଙ୍କୁ ଜାମିନ ମିଳିଥିଲା। ଏବେ ଉକ୍ତ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ନିୟମିତ ହଇରାଣ କରାଯିବା ନେଇ କୋର୍ଟଙ୍କୁ ନ୍ୟାୟ ମାଗିଚାଲିବୁ। କୋର୍ଟକୁ ଯିବା ସତ୍ତ୍ୱେ ବି ଆମେ ତଦନ୍ତ ସଂସ୍ଥାକୁ ସହଯୋଗ କରିଚାଲିବୁ ବୋଲି ଜାଗି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories