www.samajalive.in
Monday, December 8, 2025
14.1 C
Bhubaneswar

କରୋନା ନମୁନା ପରୀକ୍ଷା କ୍ଷେତ୍ରରେ ଆଉ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ

ନୂଆଦିଲ୍ଲୀ : ବିଶ୍ୱ ମହାମାରୀ କରୋନା ସହ ଲଢ଼େଇରେ ଭାରତ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ପ୍ରତିଦିନ ୧୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା ପାଇଁ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦ ଲକ୍ଷ ୬୬ ହଜାର ୦୨୨ ନମୁନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଦେଶରେ ଏ ପର୍ଯ୍ୟନ୍ତ ମୋଟ ୧୩ କୋଟି ୦୬ ଲକ୍ଷ ୫୭ ହଜାର ୮୦୮ ନମୁନା ପରୀକ୍ଷା ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୩ କୋଟିରୁ ଉର୍ଦ୍ଧ୍ବ କରୋନା ନମୁନା ପରୀକ୍ଷା କରି ଭାରତ ଆଉ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ଅତିକ୍ରମ କରିଛି।

ବିଗତ ମାତ୍ର ୧୦ ଦିନ ମଧ୍ୟରେ ୧ କୋଟି ନମୁନା ପରୀକ୍ଷା ହୋଇପାରିଛି ।

- Advertisement -

ଦୈନିକ ପ୍ରାୟ ୧୦ ଲକ୍ଷ ନମୁନା ପରୀକ୍ଷା ଫଳରେ କରୋନା ପଜିଟିଭ୍ ହାର ହ୍ରାସ ପାଇଛି ଏବଂ ଏହା କ୍ରମାଗତ ଭାବେ ନିମ୍ନମୁଖୀ ହୋଇ ରହିଛି । ଆଜି ଜାତୀୟ ପଜିଟିଭ୍ ହାର ରହିଛି ୬.୯୩%, ଯାହାକି ୭%ରୁ କମ୍ । ଦୈନିକ ପଜିଟିଭ୍ ହାର ଗତକାଲି ଥିଲା ୪.୩୪% । ନମୁନା ପରୀକ୍ଷାର ସଂଖ୍ୟା ବୃଦ୍ଧି ହୋଇଥିବାରୁ ପଜିଟିଭ୍ ହାର ହ୍ରାସ ପାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬,୨୩୨ ଜଣ କୋଭିଡ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭ୍ ହାର ୪.୩୪% ଥିବାରୁ କେତେ ଅଧିକ ନମୁନା ପରୀକ୍ଷା ହେଉଛି ତାହା ସ୍ପଷ୍ଟ । ୟୁରୋପ ଓ ଆମେରିକାରେ ଦୈନିକ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭାରତରେ ଏହି ମହାମାରୀକୁ ନିୟନ୍ତ୍ରଣରେ ରଖିବାକୁ ସମସ୍ତ ପ୍ରଚେଷ୍ଟା କରାଯାଉଛି । ଉତ୍ତର ଭାରତର କେତେକ ରାଜ୍ୟରେ ଅଚାନକ ପଜିଟିଭ୍ ସଂଖ୍ୟା ବୃଦ୍ଧି ହୋଇଥିବାରୁ ନମୁନା ପରୀକ୍ଷା ବୃଦ୍ଧି କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ଜାତୀୟ ହାରଠାରୁ ଅଧିକ ନମୁନା ପରୀକ୍ଷା କରିଛନ୍ତି ୨୪ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ

ଦଶଲକ୍ଷ ଜନସଂଖ୍ୟାରେ ଜାତୀୟ ହାରଠାରୁ କମ୍ ନମୁନା ପରୀକ୍ଷା କରିଛନ୍ତି ୧୨ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ।

ଭାରତରେ ଆଜି କରୋନା ସକ୍ରିୟ ମାମଲା ରହିଛି ୪,୩୯,୭୪୭, ଯାହାକି ମୋଟ କରୋନା ମାମଲାର ମାତ୍ର ୪.୮୬% ଏବଂ ଏହା ୫% ଠାରୁ କମ୍ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୯,୭୧୫ ଜଣ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୮୪,୭୮,୧୨୪ ହୋଇଛି । ସୁସ୍ଥ ହାର ଆଜି ୯୩.୬୭%କୁ ବୃଦ୍ଧି ପାଇଛି । ସୁସ୍ଥ ଏବଂ ସକ୍ର୍ରିୟ ମାମଲାର ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ୮୦,୩୮,୩୭୭ ହୋଇପାରିଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ ୭୮.୧୯% ଆସିଛନ୍ତି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ଦିଲ୍ଲୀରେ ୮,୭୭୫ ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ର ଓ କେରଳରେ ଯଥାକ୍ରମେ ୬,୯୪୫ ଏବଂ ୬,୩୯୮ ଜଣ ସୁସ୍ଥ ହୋଇଛନ୍ତି ।

ନୂଆ ପଜିଟିଭଙ୍କ ମଧ୍ୟରୁ ୭୭.୬୯% ଆସିଛନ୍ତି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୬,୬୦୮ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହା ପଛକୁ କେରଳରେ ୬,୦୨୮ ଏବଂ ମହାରାଷ୍ଟ୍ରରେ ୫,୬୪୦ ଜଣ ଆକ୍ରାନ୍ତ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୫୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରୁ ୮୨.୬୨% ମୃତ୍ୟୁ ହୋଇଛି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ୨୭.୪୮% ଅର୍ଥାତ ୧୫୫ ଜଣଙ୍କ ମୃତ୍ୟୁ ହୋଇଛି ମହାରାଷ୍ଟ୍ରରେ । ଏହା ପଛକୁ ଦିଲ୍ଲୀରେ ୧୧୮ ଜଣଙ୍କ ମୃତ୍ୟୁ ହୋଇଛି ଯାହାକି ୨୦.୯୨% ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories