www.samajalive.in
Monday, December 8, 2025
14.1 C
Bhubaneswar

ମହତାବ ଏକାଡେମୀ ପକ୍ଷରୁ ୧୨୧ତମ ମହତାବ ଜୟନ୍ତୀ ପାଳିତ, ଉପେନ୍ଦ୍ର ପାଢ଼ୀଙ୍କୁ ଚଳିତ ବର୍ଷର ମହତାବ ସମ୍ମାନ

ଭୁବନେଶ୍ୱର: ନବ ଉତ୍କଳର ନିର୍ମାତା ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅବିଭକ୍ତ ବମ୍ବେ ପ୍ରଦେଶର ପୂର୍ବତନ ରାଜ୍ୟପାଳ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୧ତମ ଜୟନ୍ତୀ ଉତ୍ସବ ଆଜି ଅପରାହ୍ନରେ ଜୁମ୍‍ ଭିଡିଓ ଯୋଗେ ମହତାବ ଏକାଡେମୀ, ଓଡିଶା ପକ୍ଷରୁ ଅଧ୍ୟକ୍ଷ ଡକ୍ଟର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି।

ଡକ୍ଟର ମହତାବଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ବିଶିଷ୍ଟ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରି କହିଲେ ଯେ ଡ. ହରେକୃଷ୍ଣ ମହତାବଙ୍କ ତ୍ୟାଗର ପଟାନ୍ତର ନାହିଁ। ଓଡିଶାରେ ଯଦି କେହି ଜଣେ ଭାରତରତ୍ନ ପାଇବା ପାଇଁ ଯୋଗ୍ୟ ସେ ହେଲେ ସ୍ୱର୍ଗତ ମହତାବ। ଜୀବିତାବସ୍ଥାରେ ତାଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ସେ ଓଡିଶାକୁ ଏକ ଉନ୍ନତ ରାଜ୍ୟରେ ପହଞ୍ଚାଇବା ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ।

- Advertisement -

ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି କହିଲେ ଯେ ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା ଡ. ମହତାବଙ୍କ ଦୂରଦୃଷ୍ଟିର ଏକ ଉଦାହରଣମାତ୍ର। ଓଡିଶା ଓ ଓଡିଶାବାସୀଙ୍କୁ ସର୍ବତ୍ର ଭାବେ ସୁରକ୍ଷିତ ରଖିବା ପାଇଁ ହୀରାକୁଦ ବନ୍ଧ ଥିଲା ତାଙ୍କର ଏକ ଅଭିନବ ପରିକଳ୍ପନା। ଅନ୍ୟତମ ଅତିଥି କିସ୍‍ ବିଶ୍ୱବିଦ୍ୟାଳୟର ଉପଦେଷ୍ଟା ଡ. ହରେକୃଷ୍ଣ ଶତପଥି କହିଲେ ଯେ ଓଡିଶାର ଯୁବଶକ୍ତିକୁ ଉପଯୋଗ କରିବା ପାଇଁ ରାଉରକେଲା ଇସ୍ପାତ କାରଖାନା ଭଳି ପ୍ରକଳ୍ପର ପ୍ରତିଷ୍ଠା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍‍ ଡ. ବଦ୍ରିନାଥ ପଟ୍ଟନାୟକ, ଡ. ସୌରେନ୍ଦ୍ର କୁମାର ମହାପାତ୍ର, ଡ. ଯୁଧିଷ୍ଠିର ଖଟୁଆ, ଅଧ୍ୟାପକ ପ୍ରଣବ ପାଟ୍ଟଯୋଶୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ଡ. ମହତାବଙ୍କୁ ଓଡିଆ ଜାତି ଯଥୋଚିତ ସମ୍ମାନ ଦେବାରେ ଅବହେଳା କରିଛି। ଏଥିପାଇଁ ଓଡିଶାର ଉତରପୀଢ଼ୀ ଓଡିଆ ଜାତିକୁ କ୍ଷମା ଦେବେ ନାହିଁ। ଶ୍ରଦ୍ଧାଞ୍ଜଳି ଜଣାଇ ସମାଜସେବୀ ନିବେଦିତା ଭଞ୍ଜ, ତନୁଜା ରଥ, ଦେବଜାନୀ ରାଉତରାୟ, ଚିତ୍ରଲେଖା ମହାନ୍ତି ପ୍ରମୁଖ ମହାନ୍‍ ଜନନେତା ଡ. ମହତାବଙ୍କ କାର୍ଯ୍ୟର ଭୁରି ଭୁରି ପ୍ରଶଂସା କରିଥିଲେ। ଚଳିତ ବର୍ଷ ମହତାବ ଏକାଡେମୀ ପକ୍ଷରୁ ମହତାବ ସମ୍ମାନ ଓଡିଶାର ବିଶିଷ୍ଟ ସାମ୍ବାଦିକ ତଥା ଡ. ହରେକୃଷ୍ଣ ମହତାବଙ୍କ ପ୍ରତି ସମର୍ପିତ ବ୍ୟକ୍ତିତ୍ୱ ଉପେନ୍ଦ୍ର କୁମାର ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଡ. ଜ୍ଞାନେନ୍ଦ୍ର ଘୋଷଣା କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ବେଦପାଠ କରିଥିଲେ ଏବଂ ଇଂ. ବିବେକାନନ୍ଦ ପାତ୍ର ସ୍ୱାଗତ ଭାଷଣ ଓ ବାସ୍ତୁବିତ୍‍ ଡ. ମନୋଜ ଲେଙ୍କା ଧନ୍ୟବାଦ ଅର୍ପଣ କରିଥି

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories