www.samajalive.in
Tuesday, December 9, 2025
23.1 C
Bhubaneswar

ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଆନ୍ତର୍ଜାତିକ ନିଯୁକ୍ତି

ନୂଆଦିଲ୍ଲୀ: ଭାରତର ଚତୁର୍ଦଶ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଜେନେଭାସ୍ଥିତ ଆନ୍ତ-ସଂସଦୀୟ ୟୁନିଅନ (ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ୍)ର ବାହ୍ୟ ଅଡିଟର ଭାବରେ ମନୋନୀତ କରାଯାଇଛି। ଖୁବ୍ ଶୀଘ୍ର ମୁର୍ମୁ ସ୍ୱିଜରଲ୍ୟାଣ୍ଡର ସୁପ୍ରିମ ଅଡିଟ୍ ପ୍ରତିଷ୍ଠାନରେ ନିଜର ନୂଆ ଦାୟିତ୍ୱ ଗ୍ରହଣ କରିବେ। ସେ ତିନି ବର୍ଷ ପାଇଁ ଏହି ଆନ୍ତର୍ଜାତିକ ସଂସ୍ଥାରେ କାର୍ୟ୍ୟ କରିବେ। ଗୁଜରାଟ ପାହ୍ୟାର ୧୯୮୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ମୁର୍ମୁ ପ୍ରଥମ ଓଡ଼ିଆ ଭାବେ ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ। ଏହି ପଦରେ ବର୍ଷେ କାଯ୍ୟ କରିବା ପରେ ଗତ ଅଗଷ୍ଟରେ ଇସ୍ତଫା ଦେଇ ସିଏଜି ଭାବେ ଯୋଗ ଦେଇଥିଲେ। ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ ଗଣତାନ୍ତ୍ରିକ ପ୍ରଶାସନକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଏବଂ ଏହା ବିଭିନ୍ନ ଗଣତାନ୍ତ୍ରିକ ରାଷ୍ଟ୍ରର ସଂସଦ ମଧ୍ୟରେ ସମନ୍ୱୟ ରକ୍ଷାକାରୀ ଭାବେ କାର୍ୟ୍ୟ କରିଥାଏ।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories