www.samajalive.in
Monday, December 8, 2025
14.1 C
Bhubaneswar

କେବଳ ମାମଲା ରୁଜୁରେ ଅଟକି ରହିଛି କାର୍ଯ୍ୟାନୁଷ୍ଠାନ, ୨୩ମାସରେ ୩ହାଜତ ମୃତ୍ୟୁ ଅଭିଯୋଗ

ସୁନ୍ଦରଗଡ଼: ଗତକାଲି ବୀରମିତ୍ରପୁର ଥାନା ହାଜତ ମୃତ୍ୟୁ ଘଟଣାକୁ ନେଇ ଅଞ୍ଚଳରେ ନାହିଁ ନଥିବା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଆଜି କିନ୍ତୁ ସମଗ୍ର ଅଞ୍ଚଳରେ ଉତ୍ତେଜନା ଏକ ପ୍ରକାର ପ୍ରଶମିତ ହୋଇଯାଇଛି। ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ସମଗ୍ର ଅଞ୍ଚଳ ଏକ ପ୍ରକାର ପୁଲିସ ଛାଉଣୀ ମଧ୍ୟରେ ରହିଛି। ପ୍ରଶାସନ ପକ୍ଷରୁ ମୃତକ ପରିବାରକୁ ମୋଟ ୩୩ହଜାର ଟଙ୍କା ସରକାରୀ ସହାୟତା ପ୍ରଦାନ କରାଯାଇଥିଲେ ହିଁ ହାଜତ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଏହି ଘଟଣା ସହ ପୂର୍ବରୁ ଜିଲାରେ ହୋଇଥିବା ଅନ୍ୟ ଦୁଇ ହାଜତ ମୃତ୍ୟୁ ଅଭିଯୋଗ ସ୍ୱଭାବିକ ଭାବେ ଚର୍ଚ୍ଚାର ପରିସରକୁ ଆସିଯାଇଛି।

ପୁଲିସ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ମାନବ ଅଧିକାର କମିଶନର ମାର୍ଗଦର୍ଶିକା ଅନୁସାରେ ତଦନ୍ତ ହେବ ବୋଲି ଘୋଷଣା କରିଥିଲେ ହିଁ ପୂର୍ବରୁ ମଧ୍ୟ ଅନୁରୂପ ଘୋଷଣା କରାଯାଇ କେବଳ ମାମଲା ରୁଜୁରେ ଦୋଷୀଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ସୀମିତ ରହିଛି । ଫଳରେ ହାଜତ ମୃତ୍ୟୁର ପ୍ରକୃତ ଦୋଷୀ କିଏ ? ଓ କେଉଁ ପରିସ୍ଥିତିରେ ମୃତକଙ୍କ ପରିବାର ବର୍ଗ ଏଭଳି ସଂଗୀନ ଅଭିଯୋଗ ଆଣଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇ ପାରୁନଥିବା ବେଳେ ପୁଲିସ ପକ୍ଷରୁ ମଧ୍ୟ ତଦନ୍ତର ଅଗ୍ରଗତି ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦିଆଯାଉନ ଥିବାର ଅଭିଯୋଗ ହେଉଛି।

- Advertisement -

ସୂଚନା ଯୋଗ୍ୟ ଯେ ୨୦୧୯ ଜୁଲାଇରେ ସୁନ୍ଦରଗଡ଼ ପୁଲିସ ଜିଲାର ଧରୁଆଡିହି ଥାନାରେ ହୋଇଥିବା ହାଜତ ମୃତ୍ୟୁ ଘଟଣାର ତଦନ୍ତ ଆଜି ଯାଏ କେଉଁଠି ରହିଲା ତାହା ଜଣା ପଡ଼ିନଥିବା ବେଳେ କେବଳ ଧର୍ମକୁ ଆଖିଠାର ପରି ତଳତଳିଆ ପୁଲିସ କର୍ମଚାରୀଙ୍କୁ ନିଳମ୍ବିତ କରାଯାଇଥିଲା। ତଦନ୍ତ କରିଥିବା ମାଜିଷ୍ଟ୍ରେଟଙ୍କ ରିପୋର୍ଟକୁ ଯଦି ଅନୁଧ୍ୟାନ କରାଯାଏ ତାହେଲେ କାର୍ଯ୍ୟାନୁଷ୍ଠାନର ପରିଣାମ ଅତ୍ୟନ୍ତ ନ୍ୟୁନ ବୋଲି ସେ ଅଞ୍ଚଳର ଲୋକେ ଆଜି ବି ଚର୍ଚ୍ଚା କରୁଛନ୍ତି। ଏପରିକି ମୃତକଙ୍କୁ ହସ୍ପିଟା୍‍ଲ ନିଆଯିବା ପରେ ତତ୍କାଳିନ ଡାକ୍ତର କିପରି ଖେଳ ଖେଳିଲେ ତାହା ମଧ୍ୟ ଅତ୍ୟନ୍ତ ଉଦ୍‍ବେଗର ବିଷୟ ମାତ୍ର ଏଠାରେ ସେ ସବୁ ଅଭିଯୋଗକୁ ଉଲ୍ଲେଖ କଲେ ଘଟଣା ହୁଏତ ଅନ୍ୟ ଆଡ଼େ ମୋଡ଼ ନେବାର ଆଶଙ୍କା ରହିଛି। “ଦୋଷୀ ଯିଏ, ତଦନ୍ତ କରୁଛି ସିଏ’ ତେଣୁ ନ୍ୟାୟ ପାଇବା ଏକ ପ୍ରକାର କାଠିକର ପାଠ ହୋଇଥିଲେ ହିଁ ମାଜିଷ୍ଟ୍ରେଟ ରିପୋର୍ଟକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ମତ ପ୍ରକାଶ ପାଉଛି। ସେହିପରି ରାଜଗାଙ୍ଗପୁର ଥାନାରେ ୨୦୧୮ ଡିସେମ୍ବରରେ ହୋଇଥିବା ହାଜତ ମୃତ୍ୟୁ ଅଭିଯୋଗରେ କେବଳ ତତ୍କାଳୀନ ଇନ୍ସପେକ୍ଟରଙ୍କ ବିରୁଧରେ ମାମଲା ରୁଜୁ କରାଯାଇ କୁଆଡ଼େ ଫାଇଲକୁ ବାନ୍ଧି ଦିଆଯାଇଛି ବୋଲି ଆଜି ବି ସେଠାରେ ଚର୍ଚ୍ଚା ଚାଲିଛି।

ଇତିମଧ୍ୟରେ ସମ୍ପୃକ୍ତ ଇନ୍ସପେକ୍ଟରଙ୍କୁ କେବଳ ଜିଲାପାରି ବଦଳି କରାଯାଇଛି। ବୀରମିତ୍ରପୁର ଘଟଣାରେ ମୃତକ ପୂର୍ବରୁ ଡକାୟତି ଓ ଅନ୍ୟାନ୍ୟ ମାମଲାରେ ସମ୍ପୃକ୍ତ ଥିବାରୁ ଏହା ପୁଲିସ ପାଇଁ ଏକ ପ୍ରକାର ଆଶ୍ୱସ୍ତ ଆଣି ଦେବା ସହ ସେ କୁଆଡ଼େ ପୁଲିସ ନିକଟରେ ଅପହରଣ ଘଟଣାରେ ସମ୍ପୃକ୍ତ ଥିବାର ସ୍ୱୀକାର କରିବା ସହ ସମଗ୍ର ଘଟଣାବଳି ଉପରେ ପୁଲିସକୁ ସୂଚନା ଦେଇଥିବାର ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ହେଲେ ଏ ସମ୍ପର୍କରେ ମଧ୍ୟ ପୁଲିସ ସିଧାସଳଖ କିଛି କହୁନଥିଲେ ମଧ୍ୟ ପରୋକ୍ଷରେ ଏହାକୁ ଏକ ପ୍ରକାର ସ୍ୱୀକାର କରିଛି । ହାଜତ ମୃତ୍ୟୁ ଭଳି ସମ୍ବେଦଶୀଳ ଘଟଣାରେ ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ଯେତେଟା ଗୁରୁତ୍ୱ ଦେବା କଥା ସେ ଗୁରୁତ୍ୱ ଦେଉନାହାନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଥିବା ବେଳେ ଆଜି ସୁନ୍ଦରଗଡ଼ ଏସ.ପି ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ପାଇଁ ଜିଲା ଜଜ୍‍ଙ୍କୁ ଚିଠି ଲେଖିଥିବାର ଜଣାପଡ଼ିଛି । ଅପରପକ୍ଷରେ ମାର୍ଗଦର୍ଶିକା ନୁସାରେ ସମସ୍ତ ପ୍ରକ୍ରିୟା ଚାଲିଛି ଓ ଦୋଷୀଙ୍କ ବିରୁଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ ଦୋହରାଉଥିବାର ଜଣାପଡ଼ିଛି ହେଲେ ମୃତକ(ଅପହରଣ ଘଟଣାର ଅନ୍ୟତମ ଅଭିଯୁକ୍ତ) କୁହାଯାଉଥିବା ଯୁବକଙ୍କୁ ପୁଲିସ ରାଜ୍ୟ ବାହାରୁ ଉଠାଇ ଆଣି ବୀରମିତ୍ରପୁରକୁ ଆଣିବା ପରେ କାହିଁକି ତାଙ୍କର ଡାକ୍ତରିମାଇନା କରାଇ ନଥିଲେ ତାହା ମଧ୍ୟ ସନ୍ଦେହ ଘେରରେ ରହିଯାଇଛି।

ମୃତକ ନିଜେ ଅସୁସ୍ଥ ଥିବାର କଥା ଜଣାଇଲା ପରେ ପୁଲିସ କୁଆଁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାର ପ୍ରାଥମିକ ଚିକିତ୍ସା କରାଇ ତାର ସ୍ୱାସ୍ଥବସ୍ଥାର ଗମ୍ଭୀରତା ସଂପର୍କରେ ଡାକ୍ତରଙ୍କଠାରୁ ଜାଣି ତୁରନ୍ତ ରାଉରକେଲା ସରକାରୀ ହସ୍ପିଟାଲକୁ ନେଇଯାଇଥିଲେ ହେଲେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅପହରଣ ଘଟଣାରୁ ହାଜତ ମୃତ୍ୟୁ ପର୍ଯ୍ୟନ୍ତ ଘଟଣାକ୍ରମ ପାଇଁ ପୁଲିସ ନିଜକୁ କେତେ ସ୍ୱଚ୍ଛ ପ୍ରମାଣ କରୁଛି ତାହା ଆଗାମୀ ସମୟ ହିଁ କହିବ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ୨୩ମାସରେ ସୁନ୍ଦରଗଡ଼ ପୁଲିସ ଜିଲାରେ ୩ହାଜତ ମୃତ୍ୟୁ ଅଭିଯୋଗ ପୁଲିସର କାର୍ଯ୍ୟ ଦକ୍ଷତା ଉପରେ ମଧ୍ୟ ଅଙ୍ଗୁଳି ନିର୍ଦେଶ କରୁଛି ତାହାକୁ କେହିଁ ଅସ୍ୱୀକାର କରିପାରିବେ ନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories