www.samajalive.in
Sunday, December 7, 2025
16.1 C
Bhubaneswar

ବରଗଡ଼ କ୍ୟାନ୍‌ସର ହସ୍‌ପିଟାଲ୍‌ର ଅଗ୍ରଗତି ସମ୍ପର୍କରେ ମୁଖ୍ୟଶାସନ ସଚିବଙ୍କ ସମୀକ୍ଷା, ହସ୍‌ପିଟାଲ୍‌ ପରିଚାଳନା ଏବଂ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ବ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଲୋକସେବା ଭବନରେ ଭର୍ଚୁଆଲ୍‌ ପ୍ଲାଟଫର୍ମ ଜରିଆରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବରଗଡ଼ରେ ଆରମ୍ଭ ହେବାକୁ ଥିବା କ୍ୟାନସର ହସ୍‌ପିଟାଲ୍‌ର ଅଗ୍ରଗତି ସମ୍ପର୍କରେ ଆଜି ସମୀକ୍ଷା କରିଛନ୍ତି।
ମୁଖ୍ୟ ଶାସନ ସଚିବ ଏହି ହସ୍‌ପିଟାଲ୍‌ରେ ଠିକ୍‌ ଭାବରେ ଯଥେଷ୍ଟ ସଂଖ୍ୟକ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରେଡିଏସନ୍‌ ଅଙ୍କୋଲୋଜିଷ୍ଟ, ମେଡିକାଲ୍‌ ଫିଜିସିଷ୍ଟ, ରେଡିଓ ଥେରାପି ଟେକ୍‌ନିସିଆନ୍‌, ଜରୁରୀକାଳୀନ ଡାକ୍ତର, ନର୍ସ, ଅଫିସ ପ୍ରଶାସକ, ଫାର୍ମାସିଷ୍ଟ, କେମୋଥେରାପି ପାଇଁ ନର୍ସଙ୍କ ସହିତ ଆନୁଷଙ୍ଗିକ କର୍ମଚାରୀଙ୍କ ପରି ମାନବସମ୍ବଳ ଅବସ୍ଥାପନ ନିମନ୍ତେ ସ୍ଥିର କରାଯାଇଛି। ହସ୍‌ପିଟାଲ୍‌ ପରିଚାଳନା ଏବଂ ପରିମଳ ବ୍ୟବସ୍ଥା ଉପରେ ଯଥେଷ୍ଟ ପରିମାଣରେ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହି ହସ୍‌ପିଟାଲ୍‌କୁ ୫୦ ଶଯ୍ୟାବିଶିଷ୍ଟ କରିବା ପାଇଁ ପ୍ରସ୍ତାବ ରହିଛି। ରେଡିଓ ଥେରାପି ୟୁନିଟ୍‌ ନିମନ୍ତେ ଏଠାରେ ୧୦୦ ଫୁଟ X ୧୦୦ଫୁଟ ପରିମିତ ଅଞ୍ଚଳରେ ଏକ ବଙ୍କର ନିର୍ମାଣ କରାଯିବ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍‌ କ୍ୟାନସର ପ୍ରତିଷ୍ଠାନର ନିର୍ଦେଶକ ଡା. ଲଲାଟେନ୍ଦୁ ଷଡଙ୍ଗୀ, ଓଡ଼ିଶା ମେଡିକାଲ୍‌ କର୍ପୋରେସନ୍‌ର ନିର୍ଦେଶିକା ଯାମିନୀ ଷଡଙ୍ଗୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦେଶକ କୃପାସିନ୍ଧୁ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଡାକ୍ତର ଓ ସଂପୃକ୍ତ ବିଭାଗର ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories