www.samajalive.in
Sunday, December 7, 2025
14.1 C
Bhubaneswar

ଅଜଣା ରୋଗରେ ପୀଡିତ ଗରିବ ଯୁବକ; ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଆଠଗଡ : ଅଜଣା ରୋଗରେ ପୀଡିତ ହୋଇ ବାପ ଛେଉଣ୍ଡ ଭେଣ୍ଡିଆ ପୁଅ ୩ବର୍ଷ ହେଲା ଶଯ୍ୟାଶାୟୀ ହୋଇଥିବାବେଳେ ବିଧବା ମା’ ମୂଲ ଲାଗି ପେଟ ପୋସିବା ପାଇଁ ବାଧ୍ୟ ହେଉଛି। ଆଠଗଡ ବ୍ଲକ ଅନ୍ତର୍ଗତ ଗୋପିନାଥପୁର ଗ୍ରାମର ସ୍ୱର୍ଗତ କଣ୍ଡୁରୀ ଚରଣ ଭୋଇଙ୍କ ପୁଅ ସଂଜୟ ଓରଫ ରଶ୍ମି ରଞ୍ଜନ ଭୋଇ(୩୬) ୨୦୧୭ ମସିହାରେ ପେଟ ରୋଗରେ ପୀଡିତ ହୋଇଥିଲେ। ସ୍ଥାନୀୟ ଡାକ୍ତରଖାନାକୁ ବାରମ୍ବାର ଯାଇ ଚିକିତ୍ସା କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଅର୍ଥାଭାବ ଯୋଗୁଁ କଟକ ଯାଇ ଚିକିତ୍ସା କରାଇ ନପାରି କିଛିଦିନ ଘରେ ପଡିରହିଥିଲେ ସଂଜୟ। ତାଙ୍କର ପେଟରେ ଯନ୍ତ୍ରଣା ହେବା ସହ ପେଟ ଅସ୍ୱଭାବିକ ଭାବେ ଫୁଲି ଥିଲା। ସେ ଆଉ ଠିକ ଭାବେ ଚଲାବୁଲା କରିନପାରି ସବୁବେଳେ ଖଟରେ ପଡିରହୁଥିଲେ। କିଛି ଦିନ ପରେ ମା’ଙ୍କର ଜତ୍‍କିଞ୍ଚିତ୍‍ ସୁନାଗହଣା ବିକି ୨୦୧୮ ମସିହା ଜୁଲାଇ ମାସରେ କଟକସ୍ଥିତ ଏସସିବି ମେଡିକାଲକୁ ଯାଇ ସେଠାରେ ଗାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗରେ ରହି ଚିକିତ୍ସା କରାଇଥିଲେ ମଧ୍ୟ ତାଙ୍କର ପ୍ରକୃତ ରୋଗ ଚିହ୍ନଟ ହୋଇପାରିନଥିଲା। ରୋଗ ସଠିକ୍‍ ଚିହ୍ନଟ ହୋଇନପାରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ପ୍ୟାଟିଲିଭରର ସମସ୍ୟା ଥିବା ଦର୍ଶାଇ ତାର ଚିକିତ୍ସା ପାଇଁ ଔଷଧ ଚିଠା ଲେଖି ତାଙ୍କୁ ଡାକ୍ତରଖାନାରୁ ବିଦା କରିଥିଲେ। ଘରେ ଥିବା ଆସବାବପତ୍ର ବିକ୍ରିବଟା କରି ଡାକ୍ତର ଲେଖିଥିବା ଔଷଧ ଖାଇଥିଲେ ମଧ୍ୟ ରୋଗ ଭଳ ହେଲାନାହିଁ। ପୁନର୍ବାର ୨୦୧୮ ମସିହାରଠାରୁ ବାରମ୍ବାର କଟକ ବଡମେଡିକାଲ ଚିକିତ୍ସା ପାଇଁ ଯିବା ଏବଂ ଅନେକ ପ୍ରକାରର ପରୀକ୍ଷା ନିରୀକ୍ଷା କରାଯାଇଥିଲେ ମଧ୍ୟ ତାଙ୍କର ପ୍ରକୃତ ରୋଗ ଚିହ୍ନଟ ହୋଇପାରିଲା ନାହିଁ। ଅତ୍ୟନ୍ତ ଗରିବ ହୋଇଥିବାରୁ ଉପଯୁକ୍ତ ଚିକିତ୍ସା ପାଇଁ ଅନ୍ୟ କୌଣସି ଘରୋଇ ଅତ୍ୟାଧୁନିକ ଚିକିତ୍ସାଳୟ କିମ୍ବା ସେହି କଟକ ବଡମେଡିକାଲକୁ ଯାଇନପାରି ନିଜ ଭାଗ୍ୟକୁ ଆଦରି ସଂଜୟ ଏବେ ଘରେ ପଡି ରହିଛନ୍ତି। ତାଙ୍କର ଏ ଅବସ୍ଥା ବିଷୟରେ ଶୁଣି ଯୁବ କଂଗ୍ରେସର ପୂର୍ବତନ ସଭାପତି ମନୋରଞ୍ଜନ ପଟ୍ଟନାୟକ ସଂଜୟଙ୍କ ପାଖକୁ ଯାଇ ତାଙ୍କୁ କିଛିଦନ ଚଳିବା ପାଇଁ ସଉଦାପତ୍ର ସହିତ କିଛି ଆର୍ଥିକ ସହାୟତା କରିଥିଲେ। ଏ ସଂପର୍କରେ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ସୂଚନା ପାଇ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଆଠଗଡ ବିଡିଓ ଅରୁଣ କୁମାର ଦାସଙ୍କୁ ଗୋପିନାଥପୁର ସ୍ଥିତ ସଂଜୟଙ୍କ ଘରକୁ ଯାଇ ତାଙ୍କର ଅବସ୍ଥା ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶୁକ୍ରବାର ସଂଜୟ ଏକ ଅଟୋରେ ନିଜ ମା’ଙ୍କ ସହ ଆଠଗଡ ଆସି ଉପଜିଲ୍ଲାପାଳଙ୍କୁ ସହାୟତା ପାଇଁ ଏକ ଦରଖାସ୍ତ ଦେଇଥିଲୋ ଉପଜିଲ୍ଲାପାଳ ସଂଜୟଙ୍କୁ ରେଡକ୍ରସ ପାଣ୍ଠିରୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାଙ୍କୁ କଟକ ବଡମେଡିକାଲରେ କିପରି ମାଗଣାରେ ଚିକିତ୍ସା କରାଯିବ ସେ ଦିଗରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories