www.samajalive.in
Tuesday, December 9, 2025
16.1 C
Bhubaneswar

ଲକ୍ଷ୍ମୀପୁରରେ ମାଲବାହୀ ଟ୍ରେନରୁ ଅଲଗା ହେଲା ଇଞ୍ଜିନ, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା

ଲକ୍ଷ୍ମୀପୁର: କୋରାପୁଟ ରାୟଗଡା ରେଳ ପଥରେ ବାରମ୍ବାର ବିଭିନ୍ନ ଅଘଟଣ ଘଟୁଛି। ଗୁରୁବାର ଦାମନଯୋଡି ନାଲ୍କୋ କମ୍ପାନୀରୁ ଆଲୁମିନା ପାଉଡର ବିଶାଖାପାଟଣା ଯାଉଥିବା ବେଳେ ଲକ୍ଷ୍ମୀପୁର ଷ୍ଟେସନ ପ୍ରାୟ ୧ କିଲୋମିଟର ପୁର୍ବରୁ ଏକ ବ୍ରିଜ ଉପରେ ଦୁଇ ଭାଗ ହୋଇ ଯାଇଥିଲା। ଗାର୍ଡ ବଗି ସହିତ ୧୬ଟି ଟାଙ୍କରକୁ ଛାଡ଼ି ଇଞ୍ଜିନ୍ ସହିତ ଅନ୍ୟ ଟାଙ୍କିର ଗୁଡିକ ଅନେକ ବାଟ ଗଲା ପରେ ଅଟକି ଥିଲା।

ଷ୍ଟେସନ ନିକଟରୁ କିିଛି ମେକାନିକାଲ କର୍ମଚାରୀଙ୍କୁ ଡକାଇ ପ୍ରାୟ ଅଧଘଣ୍ଟାଏ ପରେ ପୁୁଣି ସଂଯୋଗ ହୋଇଥିଲା। ଏହାପରେ ଷ୍ଟେସନ୍‌ ନିକଟରେ ଗାଡ଼ି ଅଟକାଇବା ପରେ ଗାର୍ଡ ଆସି ଷ୍ଚେସନ ମାଷ୍ଟରଙ୍କ ନିକଟରେ ରିିପୋର୍ଟ କରିଥିଲେ। ବଗିରୁ ଇଞ୍ଜିନ ଅଲଗା ହେବା ଘଟଣାକୁ ଅତି ହାଲୁକା ଭାବେ ନେଇ ଗାର୍ଡ ଓ ଡ୍ରାଇଭର ଏହା ସାଧାରଣ ଘଟଣା ବୋଲି କହିଥିଲେ।
ଏପରିକି ନାଲକୋ ଠାରେ ଠିକ୍ ଭାବେ ଟାଙ୍କର ଗୁଡିକ ବୋଧହୁଏ ସଂଯୋଗ କରାଯାଇ ନଥିଲା, ଯାହା ଫଳରେ ଏ ଭଳି ଘଟଣା ଘଟିଲା। ଏପରିକି ନାଲକୋ କମ୍ପାନୀର ମେକାନିକାଲ ଷ୍ଟାଫଙ୍କ ଭୁଲ୍ ପାଇଁ ଏଭଳି ହୋଇଛି ବୋଲି ଏସଏମ କହିଥିଲେ।
ତେବେ ବ୍ରିଜ୍ ଉପରେ ଏଭଳି ହୋଇଥିଲେ ମଧ୍ୟ ଭାଗ୍ୟ ବଶତଃ ଲାଇନ୍ ଚ୍ୟୁତ ହୋଇ ନଥିଲା। କିନ୍ତୁ ସାଧାରଣ କଥା କହିବା କେତେ ଦୂର ଯଥାର୍ଥ। ଏହାଦାୟିତ୍ବ ହୀନ ମନ୍ତବ୍ୟ ପରି ମନେ ହେଉଛି। ସେହିପରି କେଆର୍ ଲାଇନ୍ରେ ଏଭଳି ବାରମ୍ବାର ଅଘଟଣ ଖଟୁଥିବା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories