www.samajalive.in
Tuesday, December 9, 2025
26.1 C
Bhubaneswar

ଆସନ୍ତା ବର୍ଷ ଠାରୁ ଗୁରୁପ୍ରଣାମ ମହୋତ୍ସବରେ ପ୍ରଦାନ କରାଯିବ ‘ବଂଶୀଧର ସ୍ମୃତି ସମ୍ମାନ’

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍‍, ଆଦର୍ଶ ଶିକ୍ଷକ ତଥା ଓଡିଶା ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପ୍ରତିଷ୍ଠାନର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ତଥା ରେଭେନ୍‍ସା ବିଶ୍ୱ ବିଦ୍ୟାଳୟ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡଃ ବଂଶୀଧର ତ୍ରିପାଠୀଙ୍କ ଉଦ୍ଦେଶ୍ୟରେ ଏକ ବୈଦିକ ଶାନ୍ତି ଯଜ୍ଞ ଆଜି ପୂର୍ବାହ୍ନରେ ଆର୍ଯ୍ୟ ସମାଜ ଓଡିଶା ପକ୍ଷରୁ ୟୁନିଟ୍‍ – ୯ ଆର୍ଯ୍ୟ ଭବନ ଠାରେ ଆଚାର୍ଯ୍ୟ ପଣ୍ଡିତ ବିନୋଦ ବିହାରୀ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ ମହାରାଜ କହିଲେ ଯେ ଆତ୍ମା ଅମର। କିନ୍ତୁ ନିଜ ଲୋକଙ୍କ ପାଇଁ ଶୋକ ପ୍ରକାଶ କରି ଆତ୍ମୀୟ ସ୍ୱଜନଙ୍କୁ ଶାନ୍ତ୍ୱନା ଦେବା ଆମ ସାମାଜିକ ପରମ୍ପରା। ମହର୍ଷି ଦୟାନନ୍ଦ ତାଙ୍କ ସଂସ୍କାର ବିଧି ଗ୍ରନ୍ଥରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ୧୬ ସଂସ୍କାରର ବ୍ୟାଖ୍ୟା କରିଛନ୍ତି ତାହା ଅନନ୍ୟ। ବେସିକ୍‍ ସାଇନ୍‍ସ କଲେଜର ନିର୍ଦ୍ଦେଶକ ପ୍ରଫେସର ବିକାଶ ପଣ୍ଡା କହିଲେ ଯେ ଡ. ତ୍ରିପାଠୀ କେବଳ ଜଣେ ଆଦର୍ଶ ଛାତ୍ର ବତ୍ସଳ ଅଧ୍ୟାପକ ନଥିଲେ। ଶିକ୍ଷା ପ୍ରତି ଜଣେ ସମର୍ପିତ ପ୍ରାଣ ଥିଲେ। ରମାଦେବୀ ବିଶ୍ୱ ବିଦ୍ୟାଳୟର ପ୍ରଫେସର ନିରଞ୍ଜନ ପ୍ରସାଦ ରଥ, ଡ. ତ୍ରିପାଠୀଙ୍କୁ ଜ୍ଞାନର ସାଗର ବୋଲି କହିଥିଲେ। ଛାତ୍ରଙ୍କ ଯେକୌଣସି ପ୍ରଶ୍ନର ସେ ସରଳ ସମାଧାନ କରିପାରୁଥିଲେ।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଡିନ୍‍ ପ୍ରଫେସର ବୁଦ୍ଧଦେବ ମିଶ୍ର, ବୁଦ୍ଧ ମନ୍ଦିର ଟ୍ରଷ୍ଟି ଡ. ସୌରେନ୍ଦ୍ର କୁମାର ମହାପାତ୍ର, ଅଧ୍ୟାପକ ଡ. ଯୁଧିଷ୍ଠିର ଖଟୁଆ ପ୍ରମୁଖ ସ୍ମୃତିଚାରଣ କରିବା ପରେ ଡ. ଜ୍ଞାନେନ୍ଦ୍ର ଏକ ଘୋଷଣାରେ କହିଥିଲେ ଯେ ଜାନୁଆରୀ ୬ ତାରିଖରେ ସ୍ୱାମୀ ଦୟାନନ୍ଦ ସର୍ଭିସ୍‍ ମିଶନ ପକ୍ଷରୁ ଦୀର୍ଘବର୍ଷ ଧରି ହେଉଥିବା ଗୁରୁ ପ୍ରଣାମ ମହୋତ୍ସବରେ ଆସନ୍ତା ବର୍ଷ ଠାରୁ ଜଣେ ଆଦର୍ଶ ଅଧ୍ୟାପକଙ୍କ୍‍ୁ ‘ବଂଶୀଧର ସ୍ମୃତି ସମ୍ମାନ’ ପ୍ରଦାନ କରାଯିବ। ଚଳିତ ବର୍ଷ ଏହି ସମ୍ମାନ ଅବସରପ୍ରାପ୍ତ ଅଧ୍ୟାପକ ରମାକାନ୍ତ ଜେନାଙ୍କୁ ପ୍ରଦାନ କରାଯିବ। ଆଜିର କାର୍ଯ୍ୟକ୍ରମରେ ରାଜକିଶୋର ସାହୁ ସ୍ୱାଗତ ଭାଷଣ ଓ ଇଂ. ବିବେକାନନ୍ଦ ପାତ୍ର ଧନ୍ୟବାଦ ଅର୍ପଣ ଏବଂ କାର୍ଯ୍ୟକ୍ରମକୁ ବାସ୍ତୁବିତ୍‍ ମନୋଜ ଲେଙ୍କା ପରିଚାଳନା କରିଥିଲେ।

 

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories