www.samajalive.in
Tuesday, December 9, 2025
15.1 C
Bhubaneswar

ଫିକା ପଡ଼ିପାରେ ପ୍ରାକ୍ ଦୀପାବଳୀ ‘ଧନତେରାସ୍‌’!

ସାରନଗରୀ : ଆନନ୍ଦ ଓ ଆଲୋକର ପର୍ବ ଦୀପାବଳୀ ଆସିବାକୁ ଆଉ ଅଳ୍ପ କ୍ଷଣ ବାକି ରହିଲା । ଏଥର ଦୀପାବଳୀରେ ଦୀପର ଆଲୋକରେ ଝଲମଲ ହେବ ସମଗ୍ର ଧରାପୃଷ୍ଣ । ଆଲୋକର ପର୍ବ ଦୀପାବଳୀରେ ମା’ କାଳୀଙ୍କୁ ଆବାହନ କରାଯାଉଥିବା ବେଳେ, ବିଭିନ୍ନ ବ୍ୟବସାୟୀକ ସ୍ଥଳୀରେ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ । ବିଶେଷ କରି ଦୀପାବଳିର ଗୋଟିଏ ଅବା ଦୁଇ ଦିନ ପୂର୍ବରୁ ପ୍ରାକ୍ ଦୀପାବଳୀ ଭାବେ ‘ଧନତେରାସ’ ବିଧିକୁ ପାଳିଥାନ୍ତି ସୁନା, ରୂପା, ପିତଳ ତଥା ତମ୍ବା ବ୍ୟବସାୟ କରୁଥିବା ବ୍ୟବସାୟୀମାନେ । ଏହି ସମୟରେ ମା’ ଲକ୍ଷ୍ମୀଙ୍କ ଆଗମନ ଯୋଗୁ  ବେପାର ବଣିଜରେ ସଫଳତା  ହାସଲ ସହ ମା’ ଲକ୍ଷ୍ମୀ ଓ କୁବେରଙ୍କ କୃପା ଲାଭର ଏକ ଅପୂର୍ବ ସୁଯୋଗ ମିଳିଥାଏ ବୋଲି ଏକ ଅତୁଟ ବିଶ୍ୱାସ ବହୁ କାଳରୁ ରହି ଆସିଛି । ଏହାକୁ ପାଥେୟ କରି ପ୍ରତିବର୍ଷ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଥିବା ସୁନା ବ୍ୟବସାୟୀମାନେ ଧନତେରାସରେ ନିଜ ଅଳଙ୍କାର ଦୋକାନଗୁଡ଼ିକୁ ନବବଧୂ ପରି ସଜ୍ଜିତ କରିଥାନ୍ତି ।
ଅପରପକ୍ଷରେ, ଏହି ଧନତେରାସ୍ ବେଳାରେ କୌଣସି ସୁନା ଅବା ଅନ୍ୟ ଧାତୁ କ୍ରୟ କଲେ ମା’ ଲକ୍ଷ୍ମୀଙ୍କ କରୁଣା ଲାଭ କରିବାର ସୁଯୋଗ ମିଳିଥାଏ ବୋଲି ଗ୍ରାହକମାନଙ୍କ ବିଶ୍ୱାସ କାଳ କାଳରୁ ରହି ଆସିଛି । ମାତ୍ର ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ପ୍ରାକ୍ ଦୀପାବଳୀର ଏହି ପର୍ବ ଧନତେରାସ୍ ଏକ ପ୍ରକାର ଫିକା ପଡ଼ିବା ଆଶଙ୍କା ପ୍ରକାଶ ପାଇଛି! ସହରର କିଛି ପ୍ରମୁଖ ସୁନା ଦୋକାନଗୁଡ଼ିକ ଫୁଲରେ ସଜ୍ଜିତ ହେବାକୁ ସଜବାଜ ହେଉଥିବାବେଳେ, ଅଧିକାଂଶ ସୁନା ଅଳଙ୍କାର ଦୋକାନୀମାନଙ୍କ ମନରେ ଚଳିତ ବର୍ଷ ଏତେଟା ଉତ୍ସାହ ଦେଖିବାକୁ ମିଳୁନାହିଁ । ପୂର୍ବରୁ ପାର୍ବଣ ଋତୁରେ କୋଭିଡ଼ କଟକଣା ଯୋଗୁ ବେପାରର ଆଶା ବାନ୍ଧି ରଖିଥିବା ବହୁ ସୁନା ବ୍ୟବସାୟୀଙ୍କୁ ନିରାଶ୍ ହେବାକୁ ପଡ଼ିଛି । ଗତ ବର୍ଷ ଧନତେରାସରେ ଯାହା ଯେମିତି ବେପାର ହୋଇଥିଲେ ହେଁ, କରୋନାର ଭୟ ଯୋଗୁ ଲୋକେ ଦୋକାନରେ ଆଶାତୀତ ଗ୍ରାହକଙ୍କ ଗହଳି  ହେବ କି ନାହିଁ, ତାହାକୁ ନେଇ ଏବେ ଅନେକ ସୁନା ବେପାରୀ ଦ୍ୱନ୍ଦରେ ରହିଛନ୍ତି । ତଥାପି  ଧନତେରାସ୍ ଅବସରରେ ଗ୍ରାହକମାନଙ୍କ ପାଇଁ ମନଲୋଭା ଅଳଙ୍କାର ସହ ବିଭିନ୍ନ ଅଫର ରଖିଛୁ ବୋଲି ଛେଣ୍ଡ ଅଂଚଳର ସୁନା ଅଳଙ୍କାର ବ୍ୟବସାୟୀ କୃପାନିଧି ସାହୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ବର୍ଷର ଅନ୍ୟ ଦିନ ଅପେକ୍ଷା ଧନତେରାସ୍ ସମୟରେ ସୁନାର ବିକ୍ରିରେ ଅହେତୁକ ଚାହିଦା ବଢିଥାଏ, ମାତ୍ର କରୋନାରରେ ବହୁ ମଧ୍ୟବିତ ଶ୍ରେଣୀୟଙ୍କ ଆୟରେ ବ୍ୟତିକ୍ରମ ଦେଖିବାକୁ ମିଳୁଥିବାରୁ ବହୁ ଗ୍ରାହକ ସୁନା ବଦଳରେ ରୁପା, ପିତଳ ଅବା ତମ୍ବା ନିର୍ମିତ ଧାତୁ କ୍ରୟ କରି କାମଚଳା ନିତୀ ଅବଲମ୍ବନ କରିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ଏପରି ସ୍ଥଳେ, କରୋନା ପ୍ରଭାବରେ ଧନତେରାସର ଚମକ ଏକ ପ୍ରକାର ମଳିନ ପଡ଼ିପାରେ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories