www.samajalive.in
Sunday, December 7, 2025
26.1 C
Bhubaneswar

ବୋମା ଜବତ, ୧୧ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲା କଡେନାର ଅଞ୍ଚଳରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ୩ଟି ଆଇଇଡି ବୋମାକୁ ପୁଲିସ ନିଷ୍କ୍ରିୟ କରି ଜବତ କରିଛି। ଏହି ବୋମାକୁ ନିଷ୍କ୍ରିୟ କରିବା ସମୟରେ ଗୋଟିଏ ବୋମା ଫୁଟିଥିବା ବେଳେ ଏଥିରେ କୌଣସି ବ୍ୟକ୍ତି ଆହତ ହୋଇ ନ ଥିବା ନାରାୟଣପୁର ଏସ୍‍ପି ମୋହିତ ଗର୍ଗ ସୂଚନା ଦେଇଛନ୍ତି। ସେହିପରି ଦନ୍ତେବାଡା ଜିଲା ପୁଲିସ ମଧ୍ୟ ୫ କେଜିର ବୋମା ଜବତ କରିଛି। ଏହି ବୋମା ନୂତନ ଭାବେ ନିର୍ମାଣ ହୋଇଥିବା ଟେଟମ କ୍ୟାମ୍ପ ନିକଟରେ ମିଳିଥିବା ସୂଚନା ମିଳିଛି। କ୍ୟାମ୍ପକୁ ବିରୋଧ କରି ଏହି ବୋମା ଖଞ୍ଜା ଯାଇଥିବା ପୁଲିସ ଅନୁମାନ କରିଛି।

ଅନ୍ୟ ଏକ ଘଟଣାରେ ଦନ୍ତେବାଡା ଜିଲାରେ ଲୋନ ବରାଟୁ ଅଭିଯାନକୁ ଦୃଷ୍ଟିରେ ରଖି ନୂତନ ଭାବେ ନିର୍ମାଣ ହୋଇଥିବା ଟେଟମ କ୍ୟାମ୍ପରେ ଆଜି ୧୧ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ସମୟରେ ମାଓବାଦୀ ତିନୋଟି ବନ୍ଧୁକ, ତିନୋଟି ଆଇଇଡି ନେଇ ଆସିଥିଲେ। ଏହି ଲୋନ ବରାଟୁ ଅଭିଯାନରେ ବର୍ତ୍ତମାନସୁଦ୍ଧା ୧୯୯ ମାଓବାଦୀ ଆତ୍ମସମର୍ପଣ କରିସାରିଥିବା ସୂଚନା ମିଳିଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories