www.samajalive.in
Sunday, December 7, 2025
16.1 C
Bhubaneswar

ଶିଳ୍ପ ସଂସ୍ଥାର ବର୍ଜ୍ୟ ଧରିତ୍ରୀ ପ୍ରତି ବିପଦ ସୃଷ୍ଟି ନକରୁ : ମନ୍ତ୍ରୀ

ଭୁବନେଶ୍ୱର: ଶିଳ୍ପ ସଂସ୍ଥାଗୁଡ଼ିକରୁ ନିର୍ଗତ କଠିନ ବର୍ଜ୍ୟବସ୍ତୁସବୁ ସୁନ୍ଦର ଧରିତ୍ରୀକୁ ପ୍ରଦୂଷିତ ନକରୁ ସେଥିପାଇଁ ସମସ୍ତ ଶିଳ୍ପସଂସ୍ଥା ବର୍ଜ୍ୟ ପରିଚାଳନାକୁ କଡ଼ାକଡ଼ି ଭାବେ ପାଳନ କରିବା, ଏଥି ପ୍ରତି ରହିଥିବା ନୀତିର ଅନୁସରଣ କରିବାକୁ ଗୁରୁତ୍ୱଦେବା ଉପରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମତ ରଖିଛନ୍ତି। ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡ ଏବଂ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସର ମିଳିତ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ଭର୍ଚୁଆଲ୍‌ ଇ-ସମ୍ମିଳନୀରେ ସେ ଏହା ପ୍ରକାଶ କରିଛନ୍ତି।

 

- Advertisement -

ପ୍ରଦୂଷଣ ଯେପରି ଆମର ଜୀବନ ପ୍ରତି ବିପଦ ସୃଷ୍ଟି ନକରେ, ବିଶେଷ ଭାବେ ଶିଳ୍ପ ସଂସ୍ଥାରୁ ବାହାରୁ ଥିବା ବର୍ଜ୍ୟ ଏହାର କାରଣ ନହେଉ ସେଥିପାଇଁ ସେ ସମସ୍ତ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକୁ ନୂତନ ଜ୍ଞାନକୌଶଳର ଅବଲମ୍ବନରେ ଏହାର ସୁସ୍ଥ ପରିଚାଳନା କରିବାକୁ ଦାୟିତ୍ୱ ନେବାକୁ ନିବେଦନ କରିଥିଲେ । ବିଶେଷ କରି ଡାକ୍ତରଖାନାର କଠିନ ବର୍ଜ୍ୟର ବାୟୋ-ଟ୍ରିଟ୍‌ମେଣ୍ଟ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ। ଶିଳ୍ପସଂସ୍ଥାଗୁଡ଼ିକର ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଦକ୍ଷତା ବିକାଶ ଏବଂ ଭିତ୍ତିଭୂମିର ବିକାଶ ଆଜିର ଆବଶ୍ୟକତା ବୋଲି ସେ ଦର୍ଶାଇଥିଲେ। ଏ ଦିଗରେ ଉଦ୍ୟୋଗୁଡ଼ିକୁ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ରହିଥିବାବେଳେ ଉଦ୍ୟୋଗୀମାନେ ମଧ୍ୟ ଆଗ୍ରହ ପ୍ରକାଶ କଲେ ସ୍ଥିତିରେ ଉନ୍ନତି ଆସିପାରିବ ବୋଲି ମତ ରଖିଥିଲେ।

ସମ୍ମିଳନୀରେ ବିଶେଷଜ୍ଞମାନେ ଏ ଦିଗରେ ଆଗକୁ ରହିଥିବା ସମ୍ଭାବନାଗୁଡ଼ିକ ଉପରେ ଆଲୋଚନା କରିଥିଲେ। ଏହି ଇସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ତଥା ନିର୍ଦ୍ଦେଶକ ଡ. କେ. ମୁରୁଗେସନ୍‌, ଗ୍ରୀନ୍‌ ଭୋରଟେକ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଶଙ୍କର ଶର୍ମା, ପୋଲିକ୍ରାକ୍‌ ଟେକ୍ନୋଲୋଜିର ଗ୍ଲୋବାଲ୍‌ ପ୍ରୋଜେକଫ ମୁଖ୍ୟ ସୁଶ୍ରୀ କିର୍ତ୍ତୀମୟୀ ସ୍ୱାଇଁ, ଟାଟା ଷ୍ଟିଲ୍‌, ବିଏସ୍‌ଏଲ୍‌ ଲିଃର ମୁଖ୍ୟ ପରିବେଶବିତ୍‌ ସରୋଜ କୁମାର ବାନାର୍ଜୀ, ଆପୋଲୋ ହସ୍‌ପିଟାଲ୍‌ର ସୁପରିଟେଣ୍ଡେଣ୍ଟ ଡ. ପାର୍ଥସାରଥୀ ଗୋସ୍ୱାମୀ, ଆମ୍ରି ହସ୍‌ପିଟାଲ୍‌ର ଏଭିପି ମୁଖ୍ୟ ସୁଶ୍ରୀ ନିଲାଞ୍ଜନା ମୁଖାର୍ଜୀ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡର ମୁଖ୍ୟ ପରିବେଶ ଯନ୍ତ୍ରୀ ଡ.ଏନ୍‌. ଆର୍‌. ସାହୁ ଯୋଗଦେଇଥିବାବେଳେ ଜେ.ବି. ପାଣି ସମ୍ମିଳନୀ ପରିଚାଳନା କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories