www.samajalive.in
Monday, December 8, 2025
14.1 C
Bhubaneswar

ବିକାଶ ପାଇଁ ମତଦାନ ନେଇ ଭୋଟରଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବିହାରରେ ବିପୁଳ ବିଜୟ ପରେ​‌  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଗଣତନ୍ତ୍ରର ପରିଭାଷା କ’ଣ ଓ ଆଜି ଏହା କିଭଳି ସୁଦୃଢ ହୋଇଚାଲିଛି, ତାହା ବିଶ୍ୱକୁ ବିହାର ଜଣାଇ ଦେଇଛି । ଏନ୍‍ଡିଏ ଉପରେ ଆସ୍ଥା ପ୍ରକଟ କରିଥିବାରୁ ପ୍ରଧାନମନ୍ତ୍ରୀ ବିହାରବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ବିକାଶ ପାଇଁ ଭୋଟ ଦେଇଥିବାରୁ  ଶ୍ରୀ ମୋଦୀ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେ କହିଛନ୍ତି, ଗରିବ, ଅସହାୟ ଏବଂ ବିଶେଷକରି ମହିଳାମାନେ ବହୁ ସଂଖ୍ୟାରେ ଭୋଟ୍‍ ଦେଇ ବିକାଶକୁ ସମ୍ପୂର୍ଣ୍ଣଭାବେ ସମର୍ଥନ କରିଛନ୍ତି। ବିହାରର ପ୍ରତ୍ୟେକ ଭୋଟର ଜଣାଇ ଦେଇଛନ୍ତି, କେବଳ ବିକାଶ ସେମାନଙ୍କ ପାଇଁ ସର୍ବୋଚ୍ଚ ପ୍ରାଧାନ୍ୟ ହୋଇ ରହିଛି। ୧୫ ବର୍ଷର ଶାସନ ପରେ ଏନ୍‍ଡିଏର ସୁଶାସନ ଲୋକଙ୍କ ନିକଟରେ ପହଞ୍ଚି ପାରିଛି। ବିହାରର ଯୁବବର୍ଗ ଜଣାଇ ଦେଇଛନ୍ତି ଯେ,ଆସନ୍ତା ଦଶନ୍ଧି ବିହାର ଓ ଆତ୍ମନିର୍ଭର ଭାରତ ପାଇଁ ରୋଡ୍‍ ମ୍ୟାପ୍‍ ସଦୃଶ ହୋଇଛି। ଆତ୍ମନିର୍ଭର ଭାରତ ଦିଗରେ ବିହାରର ଭଉଣୀ ଓ କନ୍ୟାମାନଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ତାହା ସେମାନଙ୍କ ରେକର୍ଡ଼ ସଂଖ୍ୟକ ଭୋଟ୍‍ ସୂଚାଇ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିହାରରେ ନାରୀମାନଙ୍କୁ ସଶକ୍ତ କରିବାରେ ଏନ୍‍ଡିଏ ଅତୀତରୁ କରିଆସିଥିବା ପ୍ରୟାସ ସେମାନଙ୍କ ମନୋବଳକୁ ସୁଦୃଢ଼ କରିଛି। ସବୁବର୍ଗର ବ୍ୟକ୍ତି ଏନ୍‍ଡିଏର ମନ୍ତ୍ର ‘ସବ୍‍କା ସାଥ୍‍, ସବ୍‍କା ବିକାଶ, ସବ୍‍କା ବିଶ୍ୱାସ’ ଉପରେ ଆସ୍ଥା ପ୍ରକଟ କରିଛନ୍ତି।
ପ୍ରଧାନମନ୍ତ୍ରୀ ଏହି ଅବସରରେ ବିଜେପି ଓ ଏନ୍‍ଡିଏ କର୍ମକର୍ତ୍ତାମାନେ ନିଷ୍ଠାର ସହ ଯେଭଳି କାର୍ଯ୍ୟ କରିଛନ୍ତି, ତାହା ପ୍ରେରଣା ଦାୟକ ହୋଇପାରିଛି ବୋଲି କହିବା ସହ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସେହିପରି ମଣିପୁର ବାସିନ୍ଦା ବିଜେପିର ବିକାଶଶୀଳ କାର୍ଯ୍ୟସୂଚୀ ଉପରେ ବିଶ୍ୱାସ ରଖିଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେଲଙ୍ଗାନାରେ ବିଜେପିକୁ ଦୁବ୍ବକ ଆସନରେ ବିଜୟୀ କରାଇଥିବାରୁ ସେଠାକାର ଲୋକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି।  ସେହିପରି କର୍ଣ୍ଣାଟକର ବିଜେପିର ବିଜୟ ସ୍ୱତନ୍ତ୍ର ପରିଚୟ ରହିଛି ବୋଲି ସେ କହିଛନ୍ତି। କେନ୍ଦ୍ର ଓ ରାଜ୍ୟର ବି. ଏସ୍‍ ୟେଦୁୟୁରପ୍ପା ସରକାର ସେଠାରେ ସଂସ୍କାରମୂଳକ କାର୍ଯ୍ୟ କରୁଥିବାରୁ ଜନସାଧାରଣ ବିଜେପି ଉପରେ ଆସ୍ଥା ପ୍ରକଟ କରିଛନ୍ତି ବୋଲି ସେ କହିଛନ୍ତି।

- Advertisement -

ଗୁଜୁରାଟରେ ବିଜେପି ଓ ସେଠାକାର ଜନସାଧାରଣଙ୍କ ମଧ୍ୟରେ ଥିବା ସମ୍ପର୍କ ଅତୁଟ ରହିଛି। ଗୁଜୁରାଟରେ ବିଜେପି ୮ଟି ଆସନ ଜିତିଥିବାରୁ ଦଳ ପ୍ରତି ଜନସାଧାରଣଙ୍କ ଶ୍ରଦ୍ଧା ରହିଛି ବୋଲି ସେ କହିଛନ୍ତି। ସେହିପରି ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନ ସରକାରଙ୍କ ପ୍ରଗତିଶୀଳ କାର୍ଯ୍ୟକ୍ରମ ଏବଂ ବିଜେପି କର୍ମକର୍ତ୍ତାଙ୍କ କଠିନ ପରିଶ୍ରମ ଯୋଗୁଁ ଦଳ ଉତ୍ତମ ପ୍ରଦର୍ଶନ କରିପାରିଛି। ବିଜେପିକୁ ଆଶୀର୍ବାଦ ଦେଇଥିବାରୁ ମଧ୍ୟପ୍ରଦେଶର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି। ଅନୁରୂପ ଭାବେ କେନ୍ଦ୍ର ଓ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଜନହିତକର ନୀତି ଯୋଗୁଁ ସେଠାରେ ବିଜେପି ଭଲ ପ୍ରଦର୍ଶନ କରିଥିବାରୁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।
ସେହିପରି ବିହାରରେ ବିକାଶ, ପ୍ରଗତି ଓ ସୁଶାସନକୁ ରାଜ୍ୟବାସୀ ପସନ୍ଦ କରିଥିବାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍‍ ଶାହା ସେଠାକାର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories