www.samajalive.in
Sunday, December 7, 2025
26.1 C
Bhubaneswar

ମୁମ୍ବଇ ଇଣ୍ଡିଆନ୍‌ସକୁ ୫ମ ଆଇପିଏଲ୍‌ ମୁକୁଟ

ଦୁବାଇ: ୨୦୨୦ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି ମୁମ୍ବଇ ଇଣ୍ଡିଆନ୍‌ସ। କ୍ରମାଗତ ୨ ବର୍ଷ ଏହି ସମ୍ମାନଜନକ ଟାଇଟଲ ଜିତିବା ସହ ମୁମ୍ବଇ ସର୍ବାଧିକ ୫ମ ଥର ଆଇପିଏଲ୍‌ ମୁକୁଟ ପିନ୍ଧିପାରିଛି। ମଙ୍ଗଳବାର ଖେଳା ଯାଇଥିବା ବିଶ୍ବର ଏହି ସବୁଠାରୁ ଧନଶାଳୀ ଟ୍ବେଣ୍ଟି୨୦ ଲିଗ୍‌ର ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୫ ୱିକେଟରେ ମୁମ୍ବଇ ଇଣ୍ଡିଆନ୍‌ସ ପରାସ୍ତ କରିଛି। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଋଷଭ ପନ୍ତ୍ ଓ ଶେୟାସ ଆୟରଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୭ ୱିକେଟ ହରାଇ ୧୫୬ ରନ୍ କରି ପାରିଥିଲା। ପରେ ଅଧିନାୟକ ରୋହିତ ଶର୍ମାଙ୍କ ଦର୍ଶନୀୟ ଅର୍ଦ୍ଧଶତକ ବଳରେ ୧୮.୪ ଓଭରରେ ୫ ୱିକେଟ ହରାଇ ମୁମ୍ବଇ ବିଜୟୀ ହୋଇଥିଲା। ପୂର୍ବରୁ ସର୍ବାଧିକ ୪ ଥର ଆଇପିଏଲ୍‌ ଟାଇଟଲ ଜିତିଥିବା ମୁମ୍ବଇ ୫ମ ଥର ଏହି ଟୁର୍ଣ୍ଣାମେଣ୍ଟ ଜିତି ତା’ର ରେକର୍ଡକୁ ଋଦ୍ଧିମନ୍ତ କରିଛି। ପ୍ରଥମଥର ଫାଇନାଲରେ ପହଞ୍ଚିଥିବା ଦିଲ୍ଲୀ ନିରାଶ ହୋଇଛି।

ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍‌ସ ବ୍ୟାଟିଂ କରିଥିଲା। ଟ୍ରେଣ୍ଟ୍‌ ବୋଲ୍‌ଟ ପ୍ରଥମ ୨ଟି ୱିକେଟ ନେଇ ଦିଲ୍ଲୀକୁ ଆରମ୍ଭରୁ ପଛଘୁଞ୍ଚା ଦେବା ପାଇଁ ବାଧ୍ୟ କରିଥିଲେ। ଇନିଂସର ପ୍ରଥମ ବଲ୍‌ରେ ମାର୍କସ ଷ୍ଟୋଇନିସ୍ ଆଉଟ୍‌ ହୋଇଥିଲେ। ତାଙ୍କ ୨ୟ ଓଭରରେ ବୋଲ୍‌ଟ ଅଜିଙ୍କ୍ୟ ରାହାଣେଙ୍କୁ ଆଉଟ କରିଥିଲେ। ଅଭିଜ୍ଞ ରାହାଣେ ୨ ରନ୍ କରିଥିଲେ। ଭଲ ବ୍ୟାଟିଂ କରୁଥିବା ଶିଖର ଧାୱନ୍ ଏକ ବେପରୁଆ ସଟ୍‌ ଖେଳି ୧୩ ବଲ୍‌ରୁ ୩ଟି ଚୌକା ସହ ୧୫ ରନ୍‌କରି ବୋଲ୍‌ଡ ହୋଇଥିଲେ। ୨୨ ରନ୍‌ରେ ଦିଲ୍ଲୀ ୩ଟି ୱିକେଟ ହରାଇବା ପରେ ଅଧିନାୟକ ଶ୍ରେୟାସ ଆୟର ଓ ଋଷଭ ପନ୍ତ୍ ସ୍ଥିତି ସୁଧାରିବାର ପ୍ରୟାସ କରିଥିଲେ। ୬ ଓଭରର ପାୱରପ୍ଲେ ଶେଷରେ ଦିଲ୍ଲୀ ୪୧ ରନ୍ କରିଥିଲା। ଆୟର ଓ ପନ୍ତ୍ ସେଟ୍‌ ହେବା ପରେ ଚମତ୍କାର ସଟ୍‌ ଖେଳିଥିଲେ। ବାମହାତି ଋଷଭ ପନ୍ତ୍ ୩୬ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ୪ର୍ଥ ୱିକେଟ ପାଇଁ ୧୧.୩ ଓଭରରେ ୯୬ ରନ୍‌ର ଭାଗିଦାରୀ ପରେ ପନ୍ତ୍ ଆଉଟ ହୋଇଥିଲେ। ପନ୍ତ୍‌ ୩୮ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୫୬ ରନ୍‌ କରିଥିଲେ। ୪୦ ବଲ୍‌ରେ ଆୟର ଅର୍ଦ୍ଧଶତକ ପୂରଣ କରିଥିଲେ। ସିମ୍ରନ୍ ହେତ୍‌ମେୟର ୫ ରନ୍ କରିଥିଲେ। ଅକ୍ଷର ପଟେଲ ୯ ରନ୍ କରିଥିଲେ। ଶେ​‌ଷ ୩ ଓଭରରୁ ଦିଲ୍ଲୀ କ୍ୟାପିଟାଲ୍‌ସ ମାତ୍ର ୨୦ ରନ୍ ନେଇ ପାରିଥିଲା। ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିବା ଶ୍ରେୟାସ ଆୟର ୫୦ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୬୫ ରନ୍‌ କରିଥିଲେ। ଏହି ଇନିଂସରେ ଆୟର ଚଳିତ ଆଇପିଏଲ୍‌ରେ ବ୍ୟକ୍ତିଗତ ୫୦୦ ରନ୍ ଅତିକ୍ରମ କରିଥିଲେ। ଟ୍ରେଣ୍ଟ​ ବୋଲ୍‌ଟ ୩ଟି ଓ ନାଥାନ୍ କୌଲ୍‌ଟର-ନାଇଲ୍‌ ୨ଟି ୱିକେଟ ନେଇଥିଲେ।

- Advertisement -

୫ମ ଟାଇଟଲ ଜିତିବା ପାଇଁ ୧୫୭ ରନ୍ ଲକ୍ଷ୍ୟରେ ମୁମ୍ବଇ ଇଣ୍ଡିଆନ୍‌ସ ଦ୍ରୁତଗତିରେ ଇନିଂସ ଆରମ୍ଭ କରିଥିଲା। ୪ ଓଭରରେ ୪୫ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ କ୍ବିଣ୍ଟନ୍‌ ଡି କକ୍ ଆଉଟ ହୋଇଥିଲେ। ବାମହାତି ଡି କକ୍ ୧୨ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୦ ରନ୍ କରିଥିଲେ। ପରେ ଅଧିନାୟକ ରୋହିତ ଶର୍ମା ଓ ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ କିଛି ଦର୍ଶନୀୟ ସଟ୍‌ ଖେଳିଥିଲେ। ୬ ଓଭରର ପାୱରପ୍ଲେ ଶେଷରେ ମୁମ୍ବଇ ୧ ୱିକେଟ୍‌ରେ ୬୧ ରନ୍ କରିଥିଲା। ଦୃଢ଼ତାର ସହ ରୋହିତ ଓ ସୂର୍ଯ୍ୟକୁମାର ଦଳକୁ ବିଜୟଲକ୍ଷ୍ୟ ଆଡ଼କୁ ନେଇ ଯାଇଥିଲେ। ୨ୟ ୱିକେଟ ପାଇଁ ଦୁହେଁ ୪୫ ରନ୍ ଯୋଡ଼ିବା ପ​‌େ​‌ର ଭୁଲ୍‌ ବୁଝାମଣା ଯୋଗୁଁ ସୂର୍ଯ୍ୟକୁମାର ରନ୍‌ଆଉଟ ହୋଇଥିଲେ। ୨୦ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ସୂର୍ଯ୍ୟକୁମାର ୧୯ ରନ୍ କରିଥିଲେ। ବୋଧହୁଏ ରୋହିତ ତାଙ୍କ ଶ୍ରେଷ୍ଠ ବ୍ୟାଟିଂ ଫର୍ମ ଫାଇନାଲ ପର୍ଯ୍ୟନ୍ତ ସାଇତି ରଖିଥିଲେ। ୩୬ ବଲ୍‌ରେ ରୋହିତ ଅର୍ଦ୍ଧଶତକ ପୂରଣ କରିଥିଲେ। ପରେ ରୋହିତ ଓ ଇଶାନ୍ କିଷନ୍ ଦର୍ଶନୀୟ ଷ୍ଟ୍ରୋକ୍‌ ଖେଳ ଦଳକୁ ବିଜୟଲକ୍ଷ୍ୟ ଆଡ଼କୁ ନେଇ ଯାଇଥିଲେ। ୩ୟ ୱିକେଟ ପାଇଁ କିଷନ୍‌ଙ୍କ ସହ ୪୭ ରନ୍ ଯୋଗକରିବା ପରେ ରୋହିତ ଆଉଟ ହୋଇଥିଲେ। ରୋହିତ ୫୧ ବଲ୍‌ରୁ ୪ଟି ଛକା ଓ ୫ଟି ଚୌକା ସହ ୬୮ ରନ୍ କରିଥିଲେ। ପରେ​‌ କୈରନ୍ ପୋଲାର୍ଡ ୯ ଓ ହାର୍ଦିକ ପାଣ୍ଡ୍ୟା ୩ ରନ୍‌କରି ଆଉଟ ହୋଇଥିଲେ। କିଷନ୍ ୧୯ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୩ ରନ୍‌କରି ଅପରାଜିତ ଥିଲେ। ଆନ୍‌ରିଚ୍ ନୋ​‌େ​‌ର୍ଜ୍ୟ ୨ଟି ୱିକେଟ ପାଇଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories