www.samajalive.in
Sunday, December 7, 2025
26.1 C
Bhubaneswar

ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ

ମୁମ୍ବଇ: ରେଳ ଷ୍ଟେସନରେ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କୁ ଏବେ ମିଳିଛି ଆଉ ଏକ ପ୍ରୋଜେକ୍ଟ। ଖୁବ୍‍ଶୀଘ୍ର ସେ ବଲିଉଡ଼ ଅଭିନେତ୍ରୀ ଦୀପିକା ଚିଖାଲିଆଙ୍କ ଆଗାମୀ ଚଳଚ୍ଚିତ୍ର ‘ସରୋଜିନୀ’ରେ ଗୀତ ଗାଇବେ। ଏନେଇ ଦୀପିକା ନିଜେ ଟ୍ୱିଟ୍‍ କରି ସୂଚନା ଦେଇଛନ୍ତି। ଦୀପିକା ରାନୁ ମଣ୍ଡଳଙ୍କର ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଭିଡିଓରେ ରାନୁ ନିଜର ଏହି ଆଗାମୀ ପ୍ରୋଜେକ୍ଟ ବିଷୟରେ କହୁଛନ୍ତି।

ଏହି ପ୍ରୋଜେକ୍ଟ ପାଇବା ପରେ ରାନୁ ମଣ୍ଡଳଙ୍କ ଭାଗ୍ୟ ପୁଣିଥରେ ଚମକିବ ବୋଲି କୁହାଯାଉଛି। କାରଣ କରୋନା କାଳରେ ତାଙ୍କୁ କୌଣସି କାମ ମିଳୁ ନ ଥିବାରୁ ତାଙ୍କ ଅବସ୍ଥା ପୂର୍ବ ପରି ହୋଇଯାଇଛି। ସେ ଏବେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି।

- Advertisement -

ସୂଚନାଯୋଗ୍ୟ, ଫିଲ୍ମ ‘ସରୋଜିନୀ’ ସ୍ୱାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁଙ୍କ ଜୀବନ କାହାଣୀ ଉପରେ ଆଧାରିତ। ଆକାଶ ନାୟକ ଏବଂ ଧୀରଜ ମିଶ୍ର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ବହନ କରିଥିବା ବେଳେ କାହାଣୀ ଲେଖିଛନ୍ତି ଧୀରଜ ମିଶ୍ର ଓ ଯଶୋମତୀ ଦେବୀ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories