www.samajalive.in
Tuesday, December 9, 2025
16.1 C
Bhubaneswar

୩ ମନୋନୟନକାରୀ ନିଯୁକ୍ତି ଲାଗି ବିସିିସିଆଇର ଦରଖାସ୍ତ ଆହ୍ବାନ

ଦୁବାଇ: ଭାରତୀୟ ପୁରୁଷ କ୍ରିକେଟ୍‌ ଦଳର ୩ଟି ମନୋନୟନକାରୀ ନିଯୁକ୍ତି ଲାଗି ବିସିସିଆଇ ଦରଖାସ୍ତ ଆହ୍ବାନ କରିଛି। ମନୋନୟନକାରୀ ଭାବେ ଶରଣଦୀପ୍‌ ସିଂହ, ଦେବାଙ୍ଗ ଗାନ୍ଧୀ ଓ ଯତିନ୍‌ ପାରାଞ୍ଜପେଙ୍କ କାର୍ଯ୍ୟକାଳ ଶେଷ ହୋଇ ଯାଇଥିବାରୁ ସେମାନଙ୍କ ସ୍ଥାନରେ ନୂତନ ମନୋନୟନକାରୀ ନିଯୁକ୍ତି ନିମନ୍ତେ ବିସିସିଆଇ ତରଫରୁ ଦରଖାସ୍ତ ଆହ୍ବାନ କରାଯାଇଛି। ତେବେ ମୁଖ୍ୟ ମନୋନୟନକାରୀ ସୁନୀଲ ଯୋଶୀ ଓ ଅନ୍ୟ ମନୋନୟନକାରୀ ହରିନ୍ଦର ସିଂହ ପୂର୍ବପରି ନିଜ ପଦରେ କାମ କରିବେ।
ଗତମାର୍ଚ୍ଚରେ ସୁନୀଲ ଯୋଶୀ ଓ ହରିନ୍ଦର ସିଂହଙ୍କୁ ନିଯୁକ୍ତ କରିଥିଲା କ୍ରିକେଟ୍‌ ପରାମର୍ଶଦାତା କମିଟି। ଏମ୍‌ଏସକେ ପ୍ରସାଦଙ୍କ ସ୍ଥାନରେ ସୁନୀଲ ଯୋଶୀ ମୁଖ୍ୟ ମନୋନୟନକାରୀ ଓ ଗଗନ ଖୋଡାଙ୍କ ସ୍ଥାନରେ ହରବିନ୍ଦର ସିଂହ ମନୋନୟନକାରୀ ଭାବେ ନିଯୁକ୍ତି ପାଇଥିଲେ। ମନୋନୟନ କମିଟି ସଦସ୍ୟ ଭାବେ ଶରଣଦୀପ୍‌, ଦେବାଙ୍ଗ ଓ ଯତିନ ଶେଷଥର ପାଇଁ ଅଷ୍ଟ୍ରେଲିଆ ଗସ୍ତ ନିମନ୍ତେ ଭାରତୀୟ ଦଳ ମନୋନୟନ କରିଥିଲେ। ଭାରତୀୟ ଦଳ ଆସନ୍ତା ୧୧ରେ ଦୁବାଇରୁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରି ଘରୋଇ ଦଳ ବିପକ୍ଷରେ ୩ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି୨୦ ମ୍ୟାଚ୍‌ ସହ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ଗତଥର ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜ୍‌ ଜିତିଥିଲା। ନୂତନ ମନୋନୟନକାରୀ ପଦ ନିମନ୍ତେ ଆବେଦନକାରୀ ଅତିକମ୍‌ରେ ୭ଟି ଟେଷ୍ଟ କିମ୍ବା ୩୦ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ କିମ୍ବା ୧୦ଟି ଦିନିକିଆ ସହ ୨୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିବା ଆବଶ୍ୟକ। ଆବେଦନକାରୀ ଅତିକମ୍‌ରେ ୫ ବର୍ଷ ପୂର୍ବରୁ ଅବସର ଗ୍ରହଣ କରିଥିବେ ଏବଂ ତାଙ୍କ ବୟସ ୬୦ ବର୍ଷରୁ ଅଧିକ ହୋଇନଥିବ। ଦରଖାସ୍ତ ଦାଖଲ କରିବାର ଶେଷ ତାରିଖ ୧୫ ପର୍ଯ୍ୟନ୍ତ ରଖାଯାଇଛି।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories