www.samajalive.in
Monday, December 8, 2025
14.1 C
Bhubaneswar

ବ୍ୟାଟେରିରେ ଚାଲୁଛି ସାଇକଲ, ନିର୍ମାଣ କଲେ ଆଇଟିଆଇ ଛାତ୍ର

ବ୍ରହ୍ମପୁର: ଏଣିକି ବ୍ୟାଟେରିରେ ଚାଲିବ ସାଇକଲ। ଏହାକୁ ଜଣେ ଆଇଟିଆଇ ଛାତ୍ରଙ୍କ ଦ୍ବାରା ନିର୍ମିତ କରିଛନ୍ତି। ଏହି ବ୍ୟାଟେରି ଚାଳିତ ସାଇକଲ ଏବେ ସ୍ଥାନୀୟ ଜନସାଧାରଣଙ୍କ ପସନ୍ଦର ବସ୍ତୁ ପାଲଟିଛି। ଚିକିଟିପେଣ୍ଠନିବାସୀ ଆଇଟିଆଇ ଛାତ୍ର ଶ୍ରୀଧର ବେହେରା(ଶିରି)ନିଜସ୍ବ ପ୍ରଚେଷ୍ଟାରେ ନିର୍ମିତ ବ୍ୟାଟେରି ଚାଳିତ ସାଇକଲ ବଜାରରେ ମିଳୁଥିବା ସାଇକେଲର ଅବିକଳ ନକଲ। ଏକ ପୁରୁଣାକାଳିଆ ସାଇକଲକୁ ନିଜସ୍ବ ଢଙ୍ଗରେ ସଜାଇଛନ୍ତି।

ଆଇଟିଆଇ ଅଟୋମୋବାଇଲ ବିଭାଗର ଛାତ୍ର ଶ୍ରୀଧର ଜଣେ ଅଭିଜ୍ଞ ମେକାନିକ ରାମଚନ୍ଦ୍ର ବେହେରା ଏବଂ ଶିକ୍ଷୟିତ୍ରୀ ପି.ଜଗଦମ୍ବାଙ୍କ ପୁତ୍ର। ପିଲାଟି ଦିନରୁ ହିଁ ଶିରି କିଛି ନୂଆ ଯନ୍ତ୍ରପାତି ନିର୍ମାଣ କରିବାକୁ ମନ ବଳାଇ ଆସିଛନ୍ତି। ଆଇଟିଆଇର ଛାତ୍ର ଥିବା ବେଳୁ ହିଁ ସେ ବ୍ୟାଟେରିଚାଳିତ ସାଇକଲ ନିର୍ମାଣ କରିବାକୁ କରିଥିବା ଯୋଜନାକୁ ସାକାର ରୂପ ଦେଇଛନ୍ତି। ପୁରୁଣା ସାଇକଲରେ ୨୪ ଭୋଲଟ ଡିସି ମୋଟର ଖଞ୍ଜି ଏହି ସ୍ବତନ୍ତ୍ର ଧରଣର ସାଇକଲ ନିର୍ମାଣ କରିଛନ୍ତି। ଚାରିଘଣ୍ଟା ଚାର୍ଜ କଲେ ୩୦ କିଲୋମିଟର ପର୍ୟ୍ୟନ୍ତ ସାଇକଲଟି ଚାଲିପାରିବ। ଏହାସହ ଘଣ୍ଟା ପ୍ରତି ୨୦ ରୁ ୨୫ କିମି ବେଗରେ ସାଇକେଲଟି ଗତି କରିବା ଏବଂ ବ୍ରେକ ଦେଲେ ମୋଟର ସ୍ବୟଂ ବନ୍ଦ ରହିବ ବୋଲି କହିଛନ୍ତି ଶ୍ରୀଧର। ସାଇକଲରେ ଏକ୍ସଲିଟର, ସୁପର ବ୍ରେକ, ସ୍ପିଡୋମିଟର , ହର୍ଣ୍ଣ, ଲାଇଟ ଆଦି ସଂଯୋଗ ହୋଇଛି। ଯାହାକି ବଜାରରେ ଉପଲବ୍ଧ ବ୍ୟାଟେରିଚାଳିତ ସାଇକଲଠାରୁ କୌଣସି ଗୁଣରେ କମ ନୁହେଁ। ଶ୍ରୀଧରଙ୍କୁ ଏହି କାମରେ ସହାୟତା କରିଛନ୍ତି ବନ୍ଧୁ ଭରତଭୂଷଣ ଓ ଲିଙ୍ଗରାଜ ସୁବୁଦ୍ଧି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories