www.samajalive.in
Tuesday, December 9, 2025
19.1 C
Bhubaneswar

ଜେଲରେ ଥାଇ ବିଶ୍ବରେକର୍ଡ଼: ୮ ବର୍ଷରେ ୩୧ ଡ଼ିଗ୍ରୀ, ମୁକ୍ତି ପାଇବା ପରେ ବଡ଼ ଚାକିରି ପ୍ରସ୍ତାବ

ଜେଲରେ ଥାଇ ପାଠ ପଢ଼ିବା କଥା ଶୁଣାଯାଇଛି । ମାତ୍ର ଜେଲ ଭିତରେ ରହି ୮ ବର୍ଷରେ ୩୧ଟି ଡ଼ିଗ୍ରୀ ହାସଲ କରିବା, ବିଭିନ୍ନ ବିଶ୍ବ ରେକର୍ଡ଼ ପଞ୍ଜିକୃତ ସଂସ୍ଥାରେ ସ୍ଥାନ ପାଇବା ଓ ମୁକ୍ତି ପରେ ବଡ଼ ଚାକିରି ପ୍ରସ୍ତାବ ମିଳିବା କଥା ଶୁଣି ନ ଥିବେ। ମାତ୍ର ଏପରି ଘଟଣାଟି ଘଟିଛି ଗୁଜରାଟରେ । ଭବନଗରର ଜଣେ ବ୍ୟକ୍ତି ଜେଲରୁ ମୁକ୍ତି ପାଇବା ପରେ କେବଳ  ସରକାରୀ ଚାକିରି ଅଫର ପାଇନାହାଁନ୍ତି ବରଂ ଲିମ୍କା ବୁକ୍ ଅଫ୍ ରେକର୍ଡସ, ଏସିଆ ବୁକ୍ ଅଫ୍ ରେକର୍ଡସ, ୟୁନିକ୍ ୱାର୍ଲ୍ଡ ରେକର୍ଡ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ, ୱାର୍ଲ୍ଡ ରେକର୍ଡ ଇଣ୍ଡିଆ ଏବଂ ୟୁନିଭର୍ସାଲ ରେକର୍ଡ ଫୋରମରେ ତାଙ୍କ ନାମ ପଞ୍ଜିକୃତ ହୋଇଛି |

- Advertisement -

ଏହି ବ୍ୟକ୍ତିଙ୍କ ନାମ ଭାନୁ ପଟେଲ । ​‌ସେ ଭବନଗର ମହବା ତହସିଲ ବାସିନ୍ଦା ।  ସେ ୧୯୯୨ ରେ ଏମବିବିଏସ ଡିଗ୍ରୀ ହାସଲ କରିବା ପରେ ଉଚ୍ଚ ଡ଼ିଗ୍ରୀ ନିମ​‌ନ୍ତେ ଆମେରିକା ଯାଇଥିଲେ ।  ଏହି ସମୟରେ ତାଙ୍କର ଜଣେ ବନ୍ଧୁ  ଛାତ୍ର ଭିସା (ଷ୍ଟୁଡ଼େଷ୍ଟ ଭିସା) ନେଇ ଆମେରିକା ଯାଇଥିଲେ ଓ ସେଠାରେ ଚାକିରି କରିଥିଲେ । ସେ ତାଙ୍କ ଦରମାକୁ ଭାନୁ ପଟେଲଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରୁଥିଲା । ଏଇଠି ଦେଖାଦେଲା ସମସ୍ୟା । ଏଥିପାଇଁ ଭାନୁ ପଟେଲଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ବୈଦେଶିକ   ବିନିମୟ ବିନିମୟ ନିୟମାବଳୀ (FERA) ଆଇନ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଥିଲା ଏବଂ  ତାଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇ ଅହମ୍ମଦାବାଦ ଜେଲକୁ ପଠାଯାଇଥିଲା । ସେତେବେଳେ ଭାନୁ ପଟେଲଙ୍କ ବୟସ ଥିଲା ୫୦ ବର୍ଷ ।

କିନ୍ତୁ ଜେଲକୁ ପଠାଯିବା ପରେ ମଧ୍ୟ ଭାନୁ ପଟେଲ ସାହସ ହରାଇ ନ ଥିଲେ । ନିଜର ପଢ଼ାପଢ଼ି ଜାରି ରଖିଥିଲେ । ଏହି ସମୟରେ ସେ ୮ ବର୍ଷ ମଧ୍ୟରେ ୩୧ଟି ଡ଼ିଗ୍ରୀ ହାସଲ କରିଥିଲେ ।  ଯଦିଓ ଜେଲ ଫେରନ୍ତା ବ୍ୟକ୍ତି ସରକାରୀ ଚାକିରୀ ପାଆନ୍ତି ନାହିଁ, କିନ୍ତୁ ଭାନୁଭାଇ ପଟେଲ ମୁକ୍ତ ହେବା ପରେ ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଚାକିରି ପ୍ରସ୍ତାବ ଦେଇଛି । ଏ ପର୍ଯ୍ୟନ୍ତ ଭାନୁ ପଟେଲ ୫୪ଟି ଡ଼ିଗ୍ରୀ ହାସଲ କରିଛନ୍ତି ।

ଭାନୁଭାଇ ପଟେଲ ଜଣେ ଭଲ ଲେଖକ ଭାବରେ ମଧ୍ୟ ପରିଚିତ ହୋଇଛନ୍ତି । ଭାନୁ ପଟେଲ ଗୁଜରାଟୀ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଜେଲରେ ଏବଂ କରୋନା ଲକଡାଉନ୍ ସମୟରେ ତାଙ୍କର ଅତୀତର ଅନୁଭୂତି ଉପରେ ତିନୋଟି ପୁସ୍ତକ ଲେଖିଛନ୍ତି। ତାଙ୍କର ଗୁଜୁରାଟୀ ପୁସ୍ତକର ନାମ ହେଉଛି ’ଜଲେନା ସାଲିଆ ପାଚାଲ ନି ସିଦ୍ଧୀ’ ଏବଂ ଇଂରାଜୀରେ ’BEHIND BARS AND BEYOND’ | ଭାନୁ ପଟେଲଙ୍କ ଦ୍ୱାରା ଲିଖିତ ପୁସ୍ତକଗୁଡ଼ିକ ଏବେ ବଜାରରେ ବିକ୍ରି ପାଇଁ ଉପଲବ୍ଧ ହୋଇଛି ।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories