www.samajalive.in
Sunday, December 7, 2025
26.1 C
Bhubaneswar

ବ୍ରହ୍ମପୁରରୁ ଭୁବନେଶ୍ୱର ଦୈନିକ କୋଭିଡ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଦାବି

ବ୍ରହ୍ମପୁର: ବ୍ରହ୍ମପୁରରୁ ଭୁବନେଶ୍ବର ଦୈନିକ କୋଭିଡ଼ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଦାବିରେ ଦିତୀୟ ଥର ପାଇଁ ସାମାଜିକ ଅନୁଷ୍ଠାନ ଭାରତୀୟ ବିକାଶ ପରିଷଦ ରେଳ ରୋକ ଉଦ୍ୟମ କରିଛି  । କରୋନା ଯୋଗୁ ଜୁଲାଇ ମାସରୁ ଗଞ୍ଜାମରେ ଟ୍ରେନ ରହଣି ବାତିଲ କରାଯାଇଥିଲା । ଏହା ଭିତରେ ଗୁଜୁରାଟ, ମୁମ୍ବଇ, କଲକତା ଭଳି ସହରକୁ ଟ୍ରେନ ସହ ଶ୍ରମିକ ଟ୍ରେନ ସ୍ୱତନ୍ତ୍ର ଚଳାଚଳ କଲାଣି । ହେଲେ ବ୍ରହ୍ମପୁରରୁ ଭୁବନେଶ୍ୱର ପାସେଞ୍ଜର ଟ୍ରେନ ବନ୍ଦ ରହିଛି । ଜିଲା ପ୍ରଶାସନ, ରାଜ୍ୟ ସରକାର ଓ ରେଳ ବିଭାଗର ଉଦାସୀନତାରୁ ଆଜି ପାଯ୍ୟନ୍ତ ଟ୍ରେନ ଚାଲିପରିଲା ନାହିଁ ବୋଲି ବିକାଶ ପରିଷଦ ର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କହିଛନ୍ତି । ସେପ୍ଟେମ୍ବର ମାସରେ ରେଳ ରୋକ ବେଳେ ପୁଲିସ ତାହା କରାଇ ଦେଇନଥିଲା । ଆଜି ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ନିର୍ଦ୍ଧାରିତ ସୂଚୀପ୍ରକାରେ ଆଜି ପରିଷଦର କର୍ମକର୍ତ୍ତା ଷ୍ଟେସନ ଭିତରୁ ପ୍ରବେଶ କଲାବେଳେ ମୁଖ୍ୟ ଦ୍ୱାରରେ ପୁଲିସ ସେମାନଙ୍କୁ ଅଟକାଇଥିଲା । ଜିଆରପି, ଆରପିଏଫ ଓ ଗୋସାଇଁ ନୂଆଗାଁ ଥାନାର ବହୁ କର୍ମଚାରୀ ଉପସ୍ଥିତ ଥିଲେ । ସମ୍ବଲପୁର, ରାଉରକେଲା, କେନ୍ଦୁଝର, ବାରିପଦା, ଖଡ଼ଗପୁର ଓ ଇତ୍ୟାଦି ସହରକୁ ସ୍ୱତନ୍ତ୍ର ଟ୍ରେନ ଚାଲୁଥିବା ବେଳେ ବ୍ରହ୍ମପୁରରୁ କାହିଁକି ଚଳାଚଳ କରିବ ନାହିଁ ବୋଲି ପ୍ରଶ୍ନ କରିବା ସହ ଆଗାମୀ ଦିନରେ ଆଇନ ହାତକୁ ନିଆଯିବ ବୋଲି ମଧ୍ୟ ପାଣିଗ୍ରାହୀ କହିଛନ୍ତି ବୋଲି ସୂଚନା ମିଳିଛି। ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories