www.samajalive.in
Sunday, December 7, 2025
26.1 C
Bhubaneswar

ଜେଲରୁ ବାହାରିଲେ ନାଚିକା ଲିଙ୍ଗା, କହିଲେ ଗଣତାନ୍ତ୍ରିକ ପଦ୍ଧତିରେ ଲୋକଙ୍କ ଭଲ ପାଇଁ କାମ କରିବେ

କୋରାପୁଟ:ଚାଷୀ ମୁଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା ‌କୋରାପୁଟ ମଣ୍ଡଳ କାରାଗାରରୁ ମୁକୁଳିଛନ୍ତି। ୩ଦିନ ତଳେ ହାଇକୋଟରୁ ଜାମିନ ପାଇଥିଲେ ଏବଂ ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ତଳ କୋର୍ଟର ସର୍ତ୍ତରେ ବାହାରିଲେ। ୨୦୧୪ ମସିହାରୁ ଜେଲ୍‌ରେ ଭର୍ତ୍ତି ହୋଇଥିଲେ ନାଚିକା ଲିଙ୍ଗା। ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ଆଜି କୋରାପୁଟ ସହକାରୀ ଜୌରାଜଜ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।
କୋରାପୁଟ ମଣ୍ଡଳ କାରାଗାରରୁ ବାହାରିବା ପରେ ଚାଷୀ ମୁଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା କହିଛନ୍ତି ଯେ ତାଙ୍କୁ ଜାମିନ ମିଳିଥିବାରୁ ସେ ଆଇନ ବ୍ୟବସ୍ଥା, ସରକାର ଓ କୋରାପୁଟବାସୀଙ୍କୁ ଧନ୍ୟବାଦ ଦେଉଛନ୍ତି। ଆଗକୁ ସେ ଜନସେବା ଜାରି ରଖିବେ। ତେବେ କୌଣସି ହିଂସାତ୍ମକ କାମରେ ଜଡିତ ହେବେ ନାହିଁ । ଆଇନ ବ୍ୟବସ୍ଥ ଉପରେ ତାଙ୍କର ଭରସା ରହିଥିଲା। ଗଣତାନ୍ତ୍ରିକ ପଦ୍ଧତିରେ ଲୋକଙ୍କ ଭଲ ପାଇଁ କାମ କରିବେ।
ଚାଷୀ ମୂଲିଆ ଆଦିବାସୀ ସଂଘ ନେତା ନାଚିକା ଲିଙ୍ଗା ୨୦୧୪ ଅକ୍ଟୋବର ୨୮ରେ ଗିରଫ ହୋଇ କୋରାପୁଟ ମଣ୍ଡଳ କାରାଗାରରେ ଥିଲେ। ତାଙ୍କ ନାମରେ ବହୁ ଅପରାଧିକ ମାମଲା ରହିଥିଲାବେଳେ ଏସବୁର ବିଚାର ଚାଲିଥିଲା। ଏ ଭିତରେ ସେ ୪୪ ଟି ମାମଲାରେ ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ ହୋଇଥିଲେ। କିନ୍ତୁ ତାଙ୍କ ନାମରେ ଥାନା ଆକ୍ରମଣ ନେଇ ନାରାୟଣପାଟଣା ଥାନାରେ ଏକ ମାମଲା ରହିଥିବାରୁ ସେ ଜେଲରୁ ମୁକୁଳି ପାରି ନ ଥିଲେ। ଗତ ୪ ତାରିଖରେ ଏହି ମାମଲାରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଏ ସଂପର୍କିତ କାଗଜପତ୍ର ଆଜି କୋରାପୁଟ ସହକାରୀ ଦୌରା ଜଜଙ୍କ ଅଦାଲତରେ ଦାଖଲ କରାଯିବା ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ୫୦ ହଜାର ଟଙ୍କାର ମୁଚାଲିକାରେ ଦୁଇ ଜଣ ଜାମିନଦାରଙ୍କ ଜରିଆରେ ସେ ଜେଲରୁ ବାହାରିଛନ୍ତି। ତେବେ ଏହି ମାମଲାରେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ନାହିଁ, ବିଚାର ତାରିଖରେ ଅଦାଲତରେ ବ୍ୟକ୍ତିଗତ ଭା‌ବେ ଉପସ୍ଥିତ ରହି‌ବେ, ମାମଲାର ଶୁଣାଣି ଶେଷ ନ ହେବା ପର୍ଯ୍ୟନ୍ତ ଅଦାଲତଙ୍କ ବିନା ଅନୁମତିରେ କୋରାପୁଟ ଛାଡି ବାହାରକୁ ଯାଇ ଯିବେ ‌ନାହିଁ ବୋଲି ଅଦାଲତ ସର୍ତ୍ତ ରଖାଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories