ମୁମ୍ବଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି ଗୀତିକାର ଜାଭେଦ ଅଖତାର। ମଙ୍ଗଳବାର ମୁମ୍ବଇର ଅନ୍ଧେରୀସ୍ଥିତ ଦୌରାଜଜ୍ଙ୍କ କୋର୍ଟରେ ଏହି ମାମଲା ରୁଜୁ ହୋଇଛି। ଏକ ଟିଭି ଚାନେଲରେ ଜାଭେଦଙ୍କ ବିରୋଧରେ କଙ୍ଗନା ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପାଇଁ ଏହି ମାମଲା ରୁଜୁ କରାଯାଇଛି। ପିଟିସନରେ ଜାଭେଦ ଅଭିଯୋଗ କରିଛନ୍ତି ଯେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ତାଙ୍କର ନାମକୁ କଙ୍ଗନା ଅଯଥାରେ ଯୋଡିଥିଲେ। ଟିଭି ଚାନେଲରେ କଙ୍ଗନା କରିଥିବା ଅଭିଯୋଗରେ ଭିଡିଓକୁ ଜାଭେଦ ପ୍ରମାଣ ଭାବେ ଉପସ୍ଥାପନ କରିଛନ୍ତି।
Popular Categories



