www.samajalive.in
Sunday, December 7, 2025
18.1 C
Bhubaneswar

କେବିସି ପ୍ରଶ୍ନ ନେଇ ଅମିତାଭଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ : କୋନ ବନେଗା କରୋଡପତି (କେବିସି)ର ୧୨ଶ ସଂସ୍କରଣକୁ ନେଇ ବିବାଦ ଦେଖାଯାଇଛି। ଏହି ଗୋମ୍ ସୋ’ର ଶୁକ୍ରବାର ଇପିସୋଡ୍‌ରେ ପଚରାଯାଇଥିବା ଏକ ପ୍ରଶ୍ନ ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ କରାଯାଇଛି। ଗେମ୍‌ ସୋ’ର ଉଦ୍‌ଘୋଷକ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ନିର୍ମାତାଙ୍କ ବିରୋଧରେ ଲକ୍ଷ୍ନୌରେ ମାମଲା ରୁଜୁ କରାଯାଇଛି।

ଏହି ଇପିସୋଡ୍‌ରେ ହଟ୍ ସିଟ୍‌ରେ ରହିଥିଲେ ସାମାଜିକ କର୍ମୀ ବେଜୱାଡା ୱିଲସସନ ଓ ଅଭିନେତା ଅନୂପ ସୋନୀ। ବିଗ୍‌ ବି ଅମିତାଭ ପ୍ରଶ୍ନ କରିଥିଲେ। ପ୍ରଶ୍ନର ମୂଲ୍ୟ ୬ଲକ୍ଷ ୪୦ହଜାର ଟଙ୍କା। ପ୍ରଶ୍ନଟି ଥିଲା ଡିସେମ୍ବର ୨୫, ୧୯୨୭ରେ ଡକ୍ଟର ଆମ୍ବେଦକର ଏବଂ ତାଙ୍କ ଅନୁଗତମାନେ କେଉଁ ଧର୍ମଗ୍ରନ୍ଥ ପୋଡିଥିଲେ। ପ୍ରଶ୍ନ ଉତ୍ତର ପାଇଁ ଅପସନ ରହିଥିଲା ୧-ବିଷ୍ଣୁ ପୁରାଣ, ୨-ଭଗବଦ୍‌ ଗୀତା, ୩-ଋକ୍ ବେଦ, ୪- ମନୁସ୍ମୃତି। ଉତ୍ତର ଥିଲା ମନୁସ୍ମୃତି। ଅମିତାଭ ବଚ୍ଚନ ହିନ୍ଦୀରେ ପ୍ରଶ୍ନର ଉତ୍ତର ଘୋଷଣା କରିବା ପୂର୍ବକ କହିଥିଲେ ଯେ ୧୯୨୭ରେ ଡକ୍ଟର ଆମ୍ବେଦକର ଓ ତାଙ୍କ ସହଯୋଗୀମାନେ ହିନ୍ଦୁ ଧର୍ମଗ୍ରନ୍ଥ ମନୁସ୍ମୃତିକୁ ନିନ୍ଦା କରିବା ସହିତ ଏହାର ନକଲକୁ ପୋଡିଥିଲେ। ଏହି ପ୍ରଶ୍ନକୁ ଅନେକ ଇଣ୍ଟରନେଟ୍‌ରେ ସେୟାର କରାଯାଇ ନଥିବା ବେଳେ ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ଏହାକୁ ସୋୟାର କରିଛନ୍ତି। ଏହି ଘଟଣା ପରେ କେତେକ ଟ୍ବିଟର ବ୍ୟବହାରକାରୀ କେବିସି-୧୨କୁ ବର୍ଜନ କରିବା ଲାଗି ଘୋଷଣା କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories