www.samajalive.in
Sunday, December 7, 2025
26.1 C
Bhubaneswar

ଆଉ ୧,୫୨୭ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୭୯,୦୯୧କୁ ବୃଦ୍ଧି

ଭୁବନେଶ୍ବର : ସୋମବାର ରାଜ୍ୟରୁ ଆଉ ୧,୫୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୭୯,୦୯୧କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ବାଲେଶ୍ବର ଓ ସୁନ୍ଦରଗଡ଼ରୁ ୧୨୭ ଜଣ ଲେଖାଁଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୧୫, କଟକରୁ ୧୦୭, ନୂଆପଡାରୁ ୧୦୪, ଜଗତସିଂହପୁରରୁ ୮୯, ଅନୁଗୋଳରୁ ୭୦, ଯାଜପୁରରୁ ୬୦, ବରଗଡ଼ରୁ ୫୬, ପୁରୀରୁ ୪୬ ଓ ମୟୂରଭଞ୍ଜରୁ ୪୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

- Advertisement -

ଅନ୍ୟପକ୍ଷରେ ଢେଙ୍କାନାଳ ଓ କେନ୍ଦୁଝରରୁ ୪୪ ଜଣ ଲେଖାଏଁ, ବଲାଙ୍ଗୀରରୁ ୪୨, ଭଦ୍ରକ, ସମ୍ବଲପୁର ଓ କେନ୍ଦ୍ରାପଡାରୁ ୪୧ ଜଣ ଲେଖାଏଁ, କଳାହାଣ୍ଡିରୁ ୩୬, କୋରାପୁଟରୁ ୩୪, ମାଲକାନଗିରିରୁ ୩୨, ସୁବର୍ଣ୍ଣପୁରରୁ ୨୮, ନୟାଗଡ଼ରୁ ୨୬, କନ୍ଧମାଳରୁ ୨୩, ଝାରସୁଗୁଡା ୨୨, ଗଞ୍ଜାମ ଓ ନବରଙ୍ଗପୁରରୁ ୨୦ ଜଣ ଲେଖାଏଁ ଏବଂ ବୌଦ୍ଧରୁ ୧୬ ଜଣ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ତେବେ ରାୟଗଡାରୁ ୧୫, ଦେବଗଡ଼ରୁ ୧୩, ଗଜପତିରୁ ୬ ଓ ଷ୍ଟେଟ ପୁଲରୁ  ୩୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ସମୁଦାୟ  ଆରୋଗ୍ୟଙ୍କ ସଂଖ୍ୟା ୨,୭୯,୦୯୧କୁ ବୃଦ୍ଧି ପାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories