www.samajalive.in
Monday, December 8, 2025
14.1 C
Bhubaneswar

ଦିନକୁ ୬ଥର ପୁରୀ ଓ କୋଣାର୍କକୁ ଗଡିବ ‘ମୋ ବସ’

ଭୁବନେଶ୍ବର : ଭୁବନେଶ୍ବରରୁ ପୁରୀ ଏବଂ କୋଣାର୍କକୁ ଦୈନିକ ୬ଥର ମୋ ବସ୍‌ ଚଳାଚଳ କରିବ। ରୁଟ୍‌ ନଂ ୫୦ ମାଷ୍ଟରକ୍ୟାଣ୍ଟିନରୁ ପୁରୀ ଏବଂ ରୁଟ୍‌ ନଂ ୭୦ ମାଷ୍ଟାରକ୍ୟାଣ୍ଟିନ ଛକରୁ କୋଣାର୍କକୁ ବସ୍‌ ଚଳାଚଳ କରିବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସକାଳ ୬.୩୦ମି, ୭.୨୦ମି. ପୂର୍ବାହ୍ନ ୮.୩୦ମି. ଅପରାହ୍ଣ ୪.୧୫ମି, ୫.୩୦ମି ଏବଂ ସନ୍ଧ୍ୟା ୬.୩୦ମିରେ ଭୁବନେଶ୍ବରରୁ ପୁରୀ ଅଭିମୁଖେ ମୋ ବସ୍‌ ବାହାରିବ। ଏହି ରୁଟ୍‌ରେ ପୁରୀରୁ ପୂର୍ବାହ୍ନ ୮.୨୦ମି, ୯.୧୦ମି, ୧୦.୩୫ମି, ସନ୍ଧ୍ୟା ୬.୩୦ମି, ରାତି ୭.୩୫ମି ଏବଂ ୮.୨୦ ମିନିଟରେ ଭୁବନେଶ୍ବରକୁ ବସ୍‌ ଆସିବ। ରୁଟ୍‌ ନଂ ୭୦ରେ ଭୁବନେଶ୍ବରରୁ ସକାଳ ୬.୧୦ମି, ୬.୫୦ମି, ପୂର୍ବାହ୍ନ ୮.୩୦ମି, ଅପରାହ୍ଣ ୪ଟା, ୫.୨୦ମି, ଏବଂ ସନ୍ଧ୍ୟା ୬ଟାରେ ମୋ ବସ୍‌ କୋଣାର୍କକୁ ଛାଡିବ। କୋଣାର୍କରୁ ପୂର୍ବାହ୍ନ ୮.୨୦ମି, ୯ଟା, ୧୧ଟା, ସନ୍ଧ୍ୟା ୬.୩୦ମି, ରାତି ୭.୪୫ମି ଏବଂ ୮.୩୦ ମିନିଟରେ ଭୁବନେଶ୍ବରକୁ ବସ ବାହାରିବ। ତେବେ ଯାତ୍ରୀଙ୍କ ଚାହିଦାକୁ ଲକ୍ଷ୍ୟ କରି କ୍ରୁଟ୍‌ ପକ୍ଷରୁ ଏହି ଦୁଇ ରୁଟ୍‌ରେ ମୋ ବସ୍‌ ସେବାକୁ ତ୍ବରାନ୍ବିତ କରାଯାଇ ଥିବା ଜଣାପଡିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories