www.samajalive.in
Sunday, December 7, 2025
26.1 C
Bhubaneswar

ଅଜଣା ରୋଗରେ ୩ ମୃତ; ଗାଁରେ ପହଞ୍ଚିଲେ ଉପଜିଲାପାଳ ଓ ଡ଼ାକ୍ତରୀ ଦଳ

ପଦ୍ମପୁର:ପଦ୍ମପୁର ଉପ ଖଣ୍ତ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ହରିଡାଟାଲରେ ଅଜଣା ରୋଗରେ ତିନି ମୃତ୍ୟୁବରଣ କରିଛନ୍ତି। ଏହା ସହ ବହୁ ବ୍ୟକ୍ତି ଆକ୍ରାନ୍ତ ମଧ୍ୟ ହୋଇଛନ୍ତି । ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ  ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସହ ଡା.ସୌମ୍ୟରଂଜନ ଦାଶ,ଡା.ସିଦ୍ଧାର୍ଥ ତ୍ରିପାଠୀ, ଡା.ସୁଦୀପ୍ତ ସାହୁ,ସୁପରଭାଇଜର ରବୀନ୍ଦ୍ର ମୋହନ ଦାଶ,ଫାର୍ମାଶିଷ୍ଟ ଅଶୋକ ବନଛୋର,ଚିତ୍ତରଞନ ଡନସନା,ପଲସଦା ସବ ସେଣ୍ଟରର ମହିଳା ସ୍ବାସ୍ଥ୍ୟ କର୍ମୀ ଖୁଦେଶ୍ବରୀ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚିଛନ୍ତି  ।
ସମସ୍ତେ ପ୍ରତି ଘର ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି।ଗ୍ରାମବାସୀଂକୁ ସଚେତନତାର ବାର୍ତ୍ତା ଦେଇଛନ୍ତି। ଔଷଧ ମିଶା ମଶାରୀ ବଣ୍ଟନ କରିଛନ୍ତି।କୌଣସି ପ୍ରକାର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ହେଲେ ତୁରନ୍ତ ସ୍ବାସ୍ଥ୍ୟ କର୍ମୀଙ୍କ ସହ  ପରାମର୍ଶ କରିବା କୁ ଉପ ଜିଲ୍ଲାପାଳ ଗ୍ରାମବାସୀଂକୁ କହିଥିଲେ ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories