www.samajalive.in
Sunday, December 7, 2025
18.1 C
Bhubaneswar

ଶେଷ ହେଲା ପ୍ରଚାର : ମଙ୍ଗଳବାର ୯୪ଟି ଆସନ ପାଇଁ ମତଦାନ

ପାଟନା : ବିହାରରେ ଦ୍ୱିତୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୭ଟି ଜିଲ୍ଲାର ୯୪ଟି ଆସନ ପାଇଁ ଆସନ୍ତା ମଙ୍ଗଳବାର ଦିନ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୧୪୬ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ ୧ ହଜାର ୪୬୩ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ରହିଛନ୍ତି।

ଆଜି ଶେଷ ଦିନରେ ପ୍ରଚାର କାର୍ଯ୍ୟ ଜୋରଦାର ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଛପ୍ରା, ମୋତିହାରି, ସମସ୍ତିପୁର ଏବଂ ବାଘାଠାରେ ୪ଟି ନିର୍ବାଚନ ସଭାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମସ୍ତିପୁର ଓ ବାଘାଠାରେ ଆୟୋଜିତ ସଭାରେ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ। ସୋନପୁରଠାରେ ଏନ୍‍.ଡି.ଏ. ସପକ୍ଷରେ ପ୍ରଚାର କରି ବିଜେପି. ସଭାପତି ଜେ.ପି. ନଡ୍ଡା, ଆରଜେଡି ଓ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଶ୍ରୀ ନଡ୍ଡା ବିହାରବାସୀ କଣ’ ଲଣ୍ଠନ ଯୁଗ ବା ଏଲ୍‍ଇଡି ଯୁଗ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।
ଭାଗଲପୁରଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, ଯଦି ତାଙ୍କ ଦଳ ସରକାରକୁ ଆସେ, ତେବେ ଯେଉଁମାନେ ଶିକ୍ଷା ଋଣ ପରିଶୋଧ କରିପାରି ନାହାନ୍ତି, ସେମାନଙ୍କ କ୍ଷେତ୍ରରେ ତାହାକୁ ଛାଡ଼ କରାଯିବ। ଅନ୍ୟପକ୍ଷରେ ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ କହିଛନ୍ତି, ଯଦି ତାଙ୍କ ମହାମେଣ୍ଟ କ୍ଷମତାକୁ ଆସେ, ତେବେ ସମାଜର ସବୁ ବର୍ଗର ଲୋକଙ୍କୁ ସମ୍ମାନ ମିଳିବ। ଶ୍ରୀ ଯାଦବ କହିଛନ୍ତି, ତାଙ୍କ ସରକାର ବେକାର ଯୁବକ ଯୁବତୀଙ୍କୁ ୧୦ ଲକ୍ଷ ସରକାରୀ ଚାକିରି ଦେବାର ପ୍ରତିଶ୍ରୁତିକୁ ପୂରଣ କରିବ।

- Advertisement -

ସେହିପରି ବିଜେପିକୁ ସମାଲୋଚନା କରି ବରିଷ୍ଠ କଂଗ୍ରେସ ନେତା ରଣଦୀପ୍‍ ସିଂହ ସୂର୍ଯେୱାଲା କାହିଁକି ବିହାରକୁ ସ୍ୱତନ୍ତ୍ର ମାନ୍ୟତା ଦିଆଯିବ ନାହିଁ
ବୋଲି ପ୍ରଶ୍ନ କରିଛନ୍ତି। ଲୋକ ଜନଶକ୍ତି ପାର୍ଟି ସଭାପତି ଚିରାଗ ପାଶ୍‍ୱାନ୍‍ ନିର୍ବାଚନ ପରେ ବିଜେପି-ଏଲ୍‍.ଜେ.ପି. ସରକାର ଗଠନ ସହ ‘ସତ୍‍
ନିଶ୍ଚୟ ଯୋଜନା’ରେ ହୋଇଥିବା ଅନିୟମିତତାର ତଦନ୍ତ କରାଯିବ ବୋଲି କହିଛନ୍ତି। ଏତଦ୍‍ ବ୍ୟତୀତ ଆର୍‍ଏଲ୍‍ଏସ୍‍ପି ପାର୍ଟି ସଭାପତି ଉପେନ୍ଦ୍ର
ଖୁସ୍‍ୱା ଓ ବାମଦଳର ନେତାମାନେ ମଧ୍ୟ ନିର୍ବାଚନ ର‍୍ୟାଲି ଓ ରୋଡ୍‍ ଶୋ’କୁ ସମ୍ବୋଧନ କରିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories