www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରଥମଥର ପ୍ଲେ ଅଫରୁ ବାଦ୍‌ପଡ଼ିଲା ଚେନ୍ନଇ

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ୩ଥର ଚମ୍ପିଆନ ହୋଇଥିବା ଚେନ୍ନଇ ସୁପର କିଙ୍ଗସ ପ୍ରଥମ ଥର ପାଇଁ ପ୍ଲେଅଫରୁ ବାଦ୍‌ ପଡିଛି। ମୁମ୍ବଇ ଇଣ୍ଡିଆନ୍‌ସ ୮ୱିକେଟରେ ରାଜସ୍ଥାନ ରୟାଲ୍‌ସ ନିକଟରୁ ପରାସ୍ତ ହେବା ପରେ ଚେନ୍ନଇ ସୁପର କିଙ୍ଗ୍‌ସର ପ୍ଳେଅଫ୍‌ ଆଶା ଶେଷ ହୋଇଯାଇଛି। ସିଏସ୍‌କେ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚରୁ ୪ଟି ବିଜୟ ଓ ୮ଟି ପରାଜୟ ସହ ମାତ୍ର ୮ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଛି। ଦଳ ହାତରେ ଆଉ ୨ଟି ଲିଗ୍‌ ମ୍ୟାଚ ୨୯ରେ କଲକାତା ନାଇଟ୍‌ ରାଇଡର୍ସ ଓ ନଭେମ୍ବର ୧ରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିପକ୍ଷରେ ମ୍ୟାଚ ଖେଳିବାକୁ ଥିଲେ ମଧ୍ୟ ଦଳର ପ୍ଳେଅଫ୍‌ ଆଶା ଶେଷହୋଇଛି।
ରବିବାର ଚେନ୍ନଇ ସୁପର କିଙ୍ଗ୍‌ସ ୧୨ତମ ଲିଗ୍‌ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୮ ୱିକେଟରେ ପରାସ୍ତ କରିଥିଲା। ରୟାଲ ଚ୍ୟାଲେଞ୍ଜର୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟରେ ୧୪୫ରନ କରିଥିଲା। ଅଧିନାୟକ ବିରାଟ କୋହଲି ୫୦, ଏ.ବି ଡିଭିଲିୟର୍ସ ୩୯ ଓ ପାଡ଼ିକଲ ୨୨ ରନ କରିଥିଲେ। ଚେନ୍ନଇର ସାମ୍‌ କରନ ୩ଟି ଓ ଦୀପକ ଚହର ୨ଟି ୱିକେଟ ନେଇଥିଲେ। ଜବାବରେ ଚେନ୍ନଇ ସୁପର କିଙ୍ଗ୍‌ସ ୧୮.୪ ଓଭରରେ ୨ ୱିକେଟ ହରାଇ ବିଜୟୀ ହୋଇଥିଲା। ଫ୍ଲାଫ୍‌ ଡୁପ୍ଲେସି ୨୫, ଅମ୍ବତି ରାୟୁଡୁ ୩୯ରନ କରି ଆଉଟ୍‌ ହୋଇଥିବାବେଳେ ଋତୁରାଜ ଗାଏକ୍ବାଡ୍‌ ୬୫ ଓ ମହେନ୍ଦ୍ର ସିଂହ ଧୋନି ୧୯ରନ କରି ଅପରାଜିତ ରହିଥିଲେ। ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇ ସୁପରକିଙ୍ଗ୍‌ସ ୨୦୧୦, ୨୦୧୧ ଓ ୨୦୧୮ରେ ଚମ୍ପିଆନ ହୋଇଥିବାବେଳେ ୨୦୦୮, ୨୦୧୨, ୨୦୧୩, ୨୦୧୫ ଓ ୨୦୧୯ରେ ରନର୍ସଅପ,୨୦୦୯ ସେମିଫାଇନାଲ,୨୦୧୪ ତୃତୀୟ ସ୍ଥାନ ହାସଲ କରିଥିଲା। ଦଳ ୨୦୧୬ ଓ ୨୦୧୭ରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିନଥିଲା। ଦଳ ଆଇପିଏଲର ତ୍ରୟୋଦଶତମ ସଂସ୍କରଣରେ ଅତି ଦୟନୀୟ ପ୍ରଦର୍ଶନ କରିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories