www.samajalive.in
Tuesday, December 9, 2025
15.1 C
Bhubaneswar

କବିତା ଓ ଗୀତରେ କରୋନା ସଚେତନତା : ପ୍ରଶଂସା ସାଉଁଟିଲେ ଅଙ୍ଗନଓ୍ୱାଡି ଓ ଆଶାକର୍ମୀ

ଆସିକା/କୁକୁଡାଖଣ୍ଡି : କରୋନା କାଳରେ ଲୋକଙ୍କ ସେବାରେ ଅହରହ ବ୍ରତୀ ରହିଥିବା ଗଞ୍ଜାମ ଜିଲାର ଜଣେ ଅଙ୍ଗନବାଡି ଏବଂ ଜଣେ ଆଶାକର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂୟସୀ ପ୍ରଶଂସା କରିଛନ୍ତି। ଏହି ଦୁଇ କର୍ମୀ ନିଜ ନିଜସ୍ତରରେ କରୋନା ସଚେତନଧର୍ମୀ ଗୀତ ଲେଖି ଓ ଗାଇ ଲୋକଙ୍କୁ ବେଶ ପ୍ରଭାବିତ କରିଛନ୍ତି।
ଆସିକା ବ୍ଲକ ଗୁଣ୍ଠପଡା ପଞ୍ଚାୟତ ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମ ଅଙ୍ଗନଓ୍ୱାଡି କେନ୍ଦ୍ର-୧ କର୍ମୀ ସବିତା କୁମାରୀ ପାଢୀ ସ୍ଥାନୀୟ ଭାଷାରେ କବିତା ଜରିଆରେ କରୋନା ସଚେତନତା କରି ପ୍ରଶଂସାର ପାତ୍ରୀ ହୋଇଛନ୍ତି। ସବିତାଙ୍କ ଏଭଳି ନିଆରା କାମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଉଚ୍ଚ ପ୍ରଶଂସା କରିଛନ୍ତି। ୨୦୦୬ ମସିହାରେ ଅଙ୍ଗନବାଡି କର୍ମୀ ଭାବେ ସବିତା କୁମାରୀ କାର୍ଯ୍ୟରେ ଯୋଗ ଦେଇଥିଲେ। ସେ ଜଣେ ଉଚ୍ଚ ଶିକ୍ଷିତା। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଆସିକା ବିଡିଓ ରୋଶନ ଶତପଥି, ତହସିଲଦାର ସଦାନନ୍ଦ ସେଠୀ, ଥାନା ଅଧିକାରୀ ପ୍ରଶାନ୍ତକୁମାର ସାହୁ, ସିଡିପିଓ ଭାରତୀ ମହାପାତ୍ର, ଦେବଭୂମି ସୁପରଭାଇଜରଙ୍କ ତତ୍ତ୍ବାବଧାନରେ ନେଇଥିବା କରୋନା ସଚେତନତା ସମ୍ପର୍କିତ ତାଲିମ ଆଧାରରେ ସବିତାକୁମାରୀ ଅହରହ କାମ କରି ଆସୁଛନ୍ତି। ଦିନରେ ସରକାରୀ କାମ ଶେଷ କରିବା ପରେ ରାତିରେ ବସି ମହାମାରୀ କରୋନା ସମ୍ବନ୍ଧୀୟ ସଚେତନତା ପାଇଁ କବିତା ଲେଖନ୍ତି। ସଚେତନଧର୍ମୀ ହାତ ଲେଖା କବିତାକୁ ସବିତା ତା ପରଦିନ ଘର ଘର ବୁଲି ବଣ୍ଟନ କରି ଆସୁଛନ୍ତି। ସବିତାଙ୍କ ଏଭଳି ନିଆରା ପ୍ରଚାର ଲୋକଙ୍କ ଉପରେ ବେଶ ପ୍ରଭାବ ପକାଇଛି। ଏଭଳି ନିଆରା କାର୍ଯ୍ୟ ସମ୍ପର୍କରେ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ପ୍ରଶଂସା କରିଥିଲେ। ସବିତାଙ୍କୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ, ଆସିକା ବିଡିଓ ରୋଶନ ଶତପଥି, ତହସିଲଦାର ସଦାନନ୍ଦ ସେଠୀ, ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ,ସିଡିପିଓ ଭାରତୀ ମହାପାତ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।
ସେହିପରି କୁକୁଡାଖଣ୍ଡି ବ୍ଲକ ଆଙ୍କୁଶପୁରର ଆଶା କର୍ମୀ ସୁଜାତା ମିଶ୍ର(ଭାନୁ ନାନୀ)ଙ୍କୁ ମଧ୍ୟ ତାଙ୍କର ନିଆରା କରୋନା ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ଟୁଇଟ କରି ପ୍ରଶଂସା କରିଛନ୍ତି। କରୋନା ମହାମାରୀ ସମୟରେ ଗୀତ ଗାଇ ଗାଇ ଘରକୁ ଘର ବୁଲି ସୁାଜାତା ଲୋକଙ୍କୁ ସଚେତନ କରିଛନ୍ତି। ଗଞ୍ଜାମରେ କରୋନା ମହାମାରୀର ଭୟାବହତା ଭିତରେ ସୁଜାତାଙ୍କ ଏଭଳି ସଚେତନଧର୍ମୀ କାମ ଅନ୍ୟ ପାଇଁ ପ୍ରେରଣାଦାୟୀ ହୋଇଛି। ଆଙ୍କୁଶପୁର ଭଳି ଏକ ଛୋଟିଆ ଗାଁର ସ୍ୱାସ୍ଥ୍ୟ କର୍ମୀଙ୍କର ସଫଳତାକୁ ନେଇ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories