www.samajalive.in
Sunday, December 7, 2025
26.1 C
Bhubaneswar

ଡାଳୁଆ ଜଙ୍ଗଲରେ ଅବକାରୀ ଚଢାଉ; ୧୮୫୫୦ ଲିଟର ପୋଚ ଓ ୧୬୦ଲିଟର ମଦ ଜବତ

ଆଠଗଡ: କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ନବ ନିଯୁକ୍ତ ଜିଲ୍ଲା ଅବକାରୀ ଅଧିକ୍ଷକ ଡକ୍ଟର ଶାନ୍ତନୁ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକାଧିକ ମଦଭାଟି ଉପରେ ଜୋରଦାର ଅବକାରୀ ଚଢାଉ ହୋଇଛି। ଆଠଗଡ ଅବକାରୀ ଜିଲ୍ଲା ଅବକାରୀ ଏବଂ ଖୁଣ୍ଟୁଣୀ ପୋଲିସ ପକ୍ଷରୁ ଆଜି ପ୍ରତ୍ୟୁଷରୁ ଏହି ଚଢାଉ କରାଯାଇଥିଲା। ଡାଳୁଆ ଜଙ୍ଗଲର ହାତୀତୋପ ଓ ମଠନାଳ ନିକଟରେ ଚାଲିଥିବା ଏକାଧିକ ମଦଭାଟି ଉପରେ ଚଢଉ କରିବା ସମୟରେ ସେଠାରେ ଇତଃସ୍ତତ ଭାବରେ ପୋତା ଯାଇଥିବା ଓ ଝାଟିଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ଶହ ଶହ ଜାରକିନରେ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ଥିବା ପୋଚ ଓ ସଦ୍ୟପ୍ରସ୍ତୁତ ମଦ ଜବତ କରାଯାଇଥିଲା। ଶହ ଶହ ପ୍ଲାଷ୍ଟିକ ଜାରକିନରେ ଗଚ୍ଛିତ ଥିବା ୧୮୫୫୦ଲିଟର ଗୁଡପୋଚ ଏବଂ ସଦ୍ୟପ୍ରସ୍ତୁତ ୧୬୦ଲିଟର ଦେଶୀମଦ ଜବତ କରାଯିବା ସହ ଘଟଣାସ୍ଥଳରେ ନଷ୍ଟ କରିଦିଆଯାଇଥିଲା। ଦଶହରା ପୂର୍ବରୁ ମଧ୍ୟ ସେହି ଡାଳୁଆ ସମେତ ଆଠଗଡର କୋରଙ୍ଗା ଓ ତିଗିରିଆର ଭିରୁଡା ଅଞ୍ଚଳରେ ଚାଲିଥିବା ଚୋରା ମଦଭାଟି ଉପରେ ଅବକାରୀ ବିଭାଗ ପକ୍ଷରୁ ଏକାଧିକ ବାର ଚଢାଉ କରାଯାଇ ବିପୁଳ ପରିମାଣର ପୋଚ ଓ ମଦ ଜବତ କରାଯାଇଥିଲା। ମଙ୍ଗଳବାର ଜିଲ୍ଲାର ଅବକାରୀ ନିରୀକ୍ଷକ ପ୍ରବୀର ସାମଲ ଆଠଗଡ ଅବକାରୀ ନିରୀକ୍ଷକ ସଞ୍ଜିତ ବାର୍ଲା, ସହକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ, ବେଣୁଧର ସାମଲ, ବିଜୟ କୁମାର ଭଞ୍ଜ, ଟେଲିସ୍ପୋର ଲାକ୍ରା, ଥାର୍ପା ମାରାଣ୍ଡି ଏବଂ ଅନ୍ୟ ଅଧିାକାରୀ, କର୍ମଚାରୀ ଓ ଖୁଣ୍ଟୁଣୀ ଥାନା ପୁଲିସ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories