www.samajalive.in
Sunday, December 7, 2025
23.1 C
Bhubaneswar

ଶାନ୍ତିସ୍ତୁପ ଧଉଳିରେ ଧର୍ମଚକ୍ର ପରିବର୍ତ୍ତନ ଦିବସ ପାଳିତ

ଭୁବନେଶ୍ୱର : ପବିତ୍ର ଦଶହରା ଉତ୍ସବ ଓ ବିଜୟା ଦଶମୀ ଅବରରେ ଧଉଳିଠାରେ ଭାରତୀୟ ବୌଦ୍ଧ ମହାସଭା, ୟୁନିଭର୍ସାଲ ବୁଦ୍ଧ ଫାଉଣ୍ଡେସନ୍, ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆ, ବୁଦ୍ଧ କ୍ଲବ୍ ଓ କଳିଙ୍ଗ ବୌଦ୍ଧ ସଂଘ ପକ୍ଷରୁ କରୋନାର ସମସ୍ତ ନିୟମ ପାଳନ ସହକାରେ ଧଉଳି ପାହାଡ଼ଠାରେ ମିଳିତ ଭାବେ ଧର୍ମଚକ୍ର ପରିବର୍ତ୍ତନ ଦିବସ ପାଳିତ ହୋଇଯାଇଛି।

ଖ୍ରୀ.ପୂ. ୨୬୧ ମସିହା ଦଶମୀ ତିଥିରେ ଧଉଳି ପାହାଡ଼ଠାରେ ସମ୍ରାଟ ଅଶୋକ ଦୁର୍ଜ୍ଜୟ କଳିଙ୍ଗ ବିଜୟ କରି ଯୁଦ୍ଧରେ ପୁତ୍ରହରା ଏକ ବୃଦ୍ଧାର ମର୍ମସ୍ପର୍ଶୀ ବାଣୀରେ ପ୍ରଭାବିତ ହୋଇ ବୌଦ୍ଧଭିକ୍ଷୁ ଉପଗୁପ୍ତଙ୍କଠାରୁ ବୌଦ୍ଧଧର୍ମରେ ଦୀକ୍ଷିତ ହୋଇ ଧର୍ମର ବିଜୟ ହାସଲ କରିଥିଲେ ଓ କଳିଙ୍ଗ ରାଜକନ୍ୟା କାରୁବାକୀଙ୍କୁ ବିବାହ କରିଥିଲେ। ଏହି ଦିନଠାରୁ ସେ ସତ୍ୟ, ନ୍ୟାୟ, ସେବା ଓ ଅହିଂସା ଧର୍ମର ପ୍ରଚାର ପ୍ରସାର ଦେଶ ବିଦେଶରେ କରାଇଥିଲେ ଓ ଦିନଟିକୁ ବିଜୟ ଦଶମୀ ନାମରେ ପାଳନ କରୁଥିଲେ। ପରବର୍ତ୍ତୀ ସମୟରେ ସେହି ମୌର୍ଯ୍ୟବଂଶର ରାଜା ବୃହଦତ୍ତ ମୌର୍ଯ୍ୟଙ୍କୁ ମନୁବାଦୀ ସେନାପତି ପୁଷ୍ପମିତ୍ର ଶୃଙ୍ଗ ହତ୍ୟାକରି ବୈଦିକ ଧର୍ମର ପ୍ରତିଷ୍ଠା କରିଥିଲେ ଓ ଦିନଟିକୁ ବିଜୟା ଦଶମୀ ବା ଦୁର୍ଗାପୂଜାରେ ପରିଣତ କରିଥିଲେ। ବୋଧିସତ୍ତ୍ୱ ବାବାସାହେବ ଆମ୍ବେଦକର ଏହି ଦିବସରେ ୧୯୫୬ ମସିହା ଦଶହରା ତିଥି ଅକ୍ଟୋବର ୧୪ ତାରିଖ ଦିନ ନିଜର ୫ ଲକ୍ଷ ବୁଦ୍ଧିଜୀବୀ ଓ ସାଧାରଣ ଅନୁଗାମୀମାନଙ୍କୁ ନେଇ ନାଗପୁରର ଦୀକ୍ଷାଭୂମିଠାରେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ।

- Advertisement -

 

ପ୍ରତିବର୍ଷ ଦୀକ୍ଷାଭୂମିଠାରେ ଏହି ଦିନ ଲକ୍ଷ ଲକ୍ଷ ବୌଦ୍ଧପ୍ରେମୀମାନେ ଏକତ୍ରିତ ହୋଇ ଧର୍ମଚକ୍ର ପରିବର୍ତ୍ତନ ଦିବସଟିକୁ ପାଳନ କରିଥାନ୍ତି। ଦଶହରା ବିଜୟା ଦଶମୀ କିମ୍ବା ଅକ୍ଟୋବର ୧୪ ତାରିଖକୁ ପ୍ରତିବର୍ଷ ଭାରତର ବିଭିନ୍ନ ପ୍ରାନ୍ତରେ ଓ ବିଶ୍ୱର ଅଧିବାସୀମାନେ ଧର୍ମଚକ୍ର ପରିବର୍ତ୍ତନ ଦିବସ ରୂପେ ପାଳନ କରିଆସୁଛନ୍ତି ବୋଲି ୟୁନିଭର୍ସାଲ ବୁଦ୍ଧ ଫାଉଣ୍ଡେସନ୍ ସଭାପତି ପ୍ରଦୀପ ମଲ୍ଲିକ ଓ ଭାରତୀୟ ବୌଦ୍ଧ ମହାସଭା ସାଧାରଣ ସମ୍ପାଦକ ଲକ୍ଷ୍ମଣ ମଲ୍ଲିକ ସୂଚନା ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories