www.samajalive.in
Tuesday, December 9, 2025
26.1 C
Bhubaneswar

ଆମର ଗୋଟିଏ ଇଞ୍ଚ ଭୂମି କାହାରିକୁ ଅକ୍ତିଆର କରିବାକୁ ଦିଆଯିବ ନାହିଁ – ରାଜନାଥ ସିଂ

ଭାରତ-ଚୀନ୍‍ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଓ ସେହି ଅଂଚଳର ଶାନ୍ତି ବଜାୟ ରହିବା ଭାରତ ଚାହେଁ ତେବେ ଆମର ଗୋଟିଏ ଇଂଚ୍‍ ଭୂମି କାହାରିକୁ ଅକ୍ତିଆର କରିବାକୁ ଦିଆଯିବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୃଢ ଭାବେ କହିଛନ୍ତି। ପଶ୍ଚିମବଙ୍ଗର ଦାର୍ଜିଲିଂସ୍ଥିତ ସୁକ୍‍ନା ଯୁଦ୍ଧ ସ୍ମାରକୀଠାରେ ଶସ୍ତ୍ର ପୂଜା ସମାପନ କରିବା ପରେ ଶ୍ରୀ ସିଂହ ଏହି ଟିପ୍ପଣୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ଥଳ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ମଧ୍ୟ ଉପସ୍ଥିତ ଥିଲେ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଶାନ୍ତି ପ୍ରତିଷ୍ଠା ଭାରତର ଅତୁଟ ଓ ଅଟଳ ଲକ୍ଷ୍ୟ ରହିଆସିଛି। ସେ କହିଛନ୍ତି, ଭାରତ-ଚୀନ୍‍ ସୀମାବର୍ତୀ ଲଦାଖଠାରେ ସମ୍ପ୍ରତି ଯାହା ଘଟିଲା ଏବଂ ଯେଉଁ ଅଦମ୍ୟ ସାହସିକତାର ସହ ଆମର ଜବାନ୍‍ମାନେ ତାର ମୁକାବିଲା କଲେ ଇତିହାସକାରମାନେ ସେମାନଙ୍କର ଶୌର୍ଯ୍ୟ ଓ ବୀରତ୍ୱର ପରାକାଷ୍ଠାକୁ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିବେ। ପ୍ରତିରକ୍ଷାମନ୍ତ୍ରୀ ପଶ୍ଚିମବଙ୍ଗ ଓ ସିକିମକୁ ଦୁଇଦିନିଆ ଗସ୍ତର ଅଂଶସ୍ୱରୂପ ଶନିବାର ଦାର୍ଜିଲିଂର ସୁକ୍‍ନାଠାରେ ଥିବା ମୁଖ୍ୟାଳୟ ପରିଦର୍ଶନ କରି ସେନାର ଇଷ୍ଟର୍ଣ୍ଣ ସେକ୍ଟରର ପରିସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ। ଦଶହରା ଅବସରରେ ଶ୍ରୀ ସିଂ ଯବାନ୍‍ମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories