www.samajalive.in
Sunday, December 7, 2025
18.1 C
Bhubaneswar

ଫୋବର୍ସ ୱାଲର୍ଡ ସର୍ବୋତ୍ତମ ନିଯୁକ୍ତିଦାତା-୨୦୨୦ ସୂଚୀ ପ୍ରକାଶିତ, ଭାରତୀୟ ସାର୍ବଜନୀକ କ୍ଷେତ୍ରର ଉଦ୍ୟୋଗଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନରେ ‘ଏନ୍‍ଟିପିସି’

ଭୁବନେଶ୍ବର: ଆଜି ଫୋବର୍ସ ୱାଲର୍ଡ ସର୍ବୋତ୍ତମ ନିଯୁକ୍ତିଦାତା-୨୦୨୦ ସୂଚୀ ପ୍ରକାଶ ପାଇଛି। ଏହି ଫୋବର୍ସ ୱାଲର୍ଡ ସର୍ବୋତ୍ତମ ନିଯୁକ୍ତିଦାତା-୨୦୨୦ ସୂଚୀରେ ଭାରତୀୟ ସାର୍ବଜନୀକ କ୍ଷେତ୍ରରେ ଉଦ୍ୟୋଗଗୁଡ଼ିକ ମଧ୍ୟରେ ଦେଶର ସର୍ବବୃହତ୍‍ ବିଦ୍ୟୁତ୍‍ ଉତ୍ପାଦନକାରୀ ଏନ୍‍ଟିପିସି ଲିମିଟେଡ ପ୍ରଥମ ସ୍ଥାନ ଅଧିକାର କରିଛି।
ଏନ୍‌ଟିପିସି ଲକ୍‍ଡାଉନ୍‍ ପର୍ଯ୍ୟାୟ ଏବଂ ପରବର୍ତ୍ତୀ ଅନ୍‍ଲକ୍‍ ଅବଧିରେ ଏନ୍‍ଟିପିସିର ଶିକ୍ଷା ଏବଂ ଉନ୍ନୟନ ରଣନୀତି ବର୍ତ୍ତମାନ ପରିସ୍ଥିତିରେ ପ୍ରୟୋଜନୀୟତା ଅଧିକ ବିକଶିତ ଭାବରେ ଅଗ୍ରସର ହେବା ପାଇଁ ନିଜକୁ ଗଢ଼ିଥିଲା। ଏହାର ପ୍ରଶିକ୍ଷଣ ପଦ୍ଧତି ଡିଜିଟାଇଜେସନ୍‍ ଏବଂ ଅନ୍‍ଲାଇନ୍‍ ପ୍ରଶିକ୍ଷଣ ମାଧ୍ୟମରେ ଏନ୍‍ଟିପିସିର ହଜାର ହଜାର କର୍ମଚାରୀଙ୍କ ଜୀବନକୁ ସମୃଦ୍ଧ କରିଛି। ଯଦ୍ୱାରା ସେମାନେ ଅଗମ୍ୟ ସ୍ଥାନରୁ ମଧ୍ୟ ସେବାପାଇବାକୁ ସକ୍ଷମ ହୋଇଥିଲେ। ଏହି ମଡ୍ୟୁଲ୍‍ଗୁଡ଼ିକ ଏନ୍‍ଟିପିସି ହଜାର ହଜାର କର୍ମଜୀବୀଙ୍କୁ ବୃତ୍ତିଗତ କ୍ଷେତ୍ରରେ ବାହାରେ ଆଗକୁ ବଢ଼ିବା ଏବଂ ଚିନ୍ତାକରିବାରେ ସହାୟକ ହୋଇଛି।
ନିଯୁକ୍ତି, ଯୋଗଦାନ, ବିବିଧତା ଓ ଅନ୍ତର୍ଭୂକ୍ତି, ପୁରସ୍କାର ଓ ସ୍ୱୀକୃତି ଏବଂ କାର୍ଯ୍ୟଦକ୍ଷତା ପରିଚାଳନା କ୍ଷେତ୍ରରେ ଏନ୍‍ଟିପିସି ସଫଳତାର ସହିତ ଅଭିନବ ଏବଂ କର୍ମଚାରୀ କେନ୍ଦ୍ରୀକ ପ୍ରଥାର ଆରମ୍ଭ କରିଛି। ନିକଟ ଅତୀତରେ, ଏନ୍‍ଟିପିସି ଅଫିସ କାର୍ଯ୍ୟ ବ୍ୟତୀତ ‘ସାଫଲ୍ୟ ଗଳ୍ପ’, ‘ଉଚ୍ଚାକାଂକ୍ଷା’, ‘ଅଭିବୃଦ୍ଧି’, ‘ସଫଳତା ବାହାରେ କାର୍ଯ୍ୟ’ ବ୍ୟତୀତ ସଫଳତାର କାହାଣୀ ଉପରେ ଏକ ‘ଏନ୍‍ଟିପିସିସ୍‍ ଶୃଙ୍ଖଳା’ ଆରମ୍ଭ କରିଛି, ଯାହାକି ସେମାନଙ୍କ ଦୈନନ୍ଦିନ ଅଫିସିଆଲ୍‍ କାର୍ଯ୍ୟ ବାହାରେ ସେମାନଙ୍କର ଉପଲବ୍ଧି ଉପରେ ପର୍ଯ୍ୟବସିତ ହୋଇଛି।
୫୮ଟି ଦେଶର ପ୍ରାୟ ୧୬୦,୦୦୦ ପୂର୍ଣ୍ଣକାଳୀନ ଏବଂ ଅଂଶକାଳୀନ କର୍ମଚାରୀମାନଙ୍କ ଏକାଧିକ ଦେଶ କିମ୍ବା ଅଞ୍ଚଳରେ ଅପରେସନ୍‍ ସହିତ ବ୍ୟବସାୟ ପାଇଁ କାର୍ଯ୍ୟ କରୁଥିବା କମ୍ପାନୀ ଓ ଉଦ୍ୟୋଗ ଫୋବର୍ସ ୱାଲର୍ଡ ସର୍ବୋତ୍ତମ ନିଯୁକ୍ତିଦାତା-୨୦୨୦ ସର୍ଭେରେ ଅଂଶଗ୍ରହଣ କରିଥିଲେ। ଏହି ଅଂଶଗ୍ରହଣକାରୀମାନେ ନିଯୁକ୍ତିଦାତାଙ୍କୁ ଅନ୍ୟମାନେ ସମର୍ଥନ କରିବାକୁ ସେମାନଙ୍କର ଉତ୍ସାହକୁ ମୂଲ୍ୟାଙ୍କନ କରିଥିଲେ। ନିଯୁକ୍ତିଦାତାମାନଙ୍କର କୋଭିଡ୍‍-୧୯ ପ୍ରତିକ୍ରିୟା, ଭାବମୂର୍ତ୍ତି, ଅର୍ଥନୈତିକ ପଦାଙ୍କ, ପ୍ରତିଭାର ବିକାଶ, ଲିଙ୍ଗଗତ ସମାନତା ଏବଂ ସାମାଜିକ ଦାୟିତ୍ୱବୋଧତାର ଭିତ୍ତିରେ ସେମାନଙ୍କୁ ବିଚାର କରାଯାଇଥିଲା। ଚୂଡ଼ାନ୍ତ ସୂଚୀରେ ୪୫ ଦେଶରେ ମୁଖ୍ୟ କାର୍ଯ୍ୟାଳୟ ଥିବା ୭୫୦ଟି ବହୁରାଷ୍ଟ୍ରୀୟ ଏବଂ ବୃହତ ନିଗମ ରହିଥିଲା।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories